www.samajalive.in
Sunday, August 3, 2025
27.9 C
Bhubaneswar

ରାମ ରହିମ୍‌ଙ୍କୁ ୩୦ ଦିନିଆ ପାରୋଲ୍‌

ଚଣ୍ଡିଗଡ଼ : ଜେଲ୍‌ରେ ଥିବା ଡେରା ସଚ୍ଚା ସୌଦା ସଂଗଠନ ମୁଖ୍ୟ ଗୁରମିତ ରାମ ରହିମ୍‌ଙ୍କୁ ହରିୟାଣା ସରକାର ୩୦ଦିନିଆ ପାରୋଲ୍‌ ପ୍ରଦାନ କରିଛନ୍ତି। ସୂଚନାଥାଉ କି ଗତ ଜାନୁଆରୀରେ ରାମ ରହିମ୍‌ଙ୍କୁ ହରିୟାଣା ସରକାର ପାରୋଲ୍‌ ପ୍ରଦାନ କରିଥିବାବେଳେ ପୁନର୍ବାର ତାଙ୍କୁ ୩୦ଦିନିଆ ପାରୋଲ୍‌ ପ୍ରଦାନ କରାଯାଇଛି। ପାରୋଲ୍‌ ସମୟରେ ରାମ ରହିମ୍‌ ଉତ୍ତରପ୍ରଦେଶର ବାଗପତ୍‌ ଜିଲାରେ ଥିବା ଆଶ୍ରମରେ ରହିବେ। ଶିର୍ସାସ୍ଥିତ ଆଶ୍ରମରେ ନିଜର ଦୁଇ ଅନୁଗାମୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ରାମ ରହିମ୍‌ ରୋହତକ୍‌ ଜେଲ୍‌ରେ ୨୦ ବର୍ଷର ସଜା କାଟୁଛନ୍ତି। ଚଳିତଥରକୁ ମିଶାଇ ରାମ ରହିମ୍‌ଙ୍କୁ ୫ଥର ପାରୋଲ୍‌ ପ୍ରଦାନ କରାଯାଇଛି। ରାମ ରହିମ୍‌ଙ୍କୁ ୩୦ ଦିନ ପାଇଁ ପାରୋଲ୍‌ ପ୍ରଦାନ କରଯାଇଥିବାବେଳେ ଏହି ସମୟରେ ତାଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ପୁଲିସକୁ ନିର୍ଦେଶ ଦିଆଯାଇଛି।

Hot this week

ବଳଙ୍ଗା ପୀଡିତାଙ୍କ ମୃତ୍ୟୁପରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନର ସୁରକ୍ଷା ବଢିଲା

ଭୁବନେଶ୍ୱର - ଦିଲ୍ଲୀ ଏମ୍ସରେ ବଳଙ୍ଗାରେ ପୋଡିହୋଇଥିବା ପୀଡିତାଙ୍କର ମୃତ୍ୟୁ ହୋଇଛି...

ବଳଙ୍ଗା ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନାହିଁ: ଓଡ଼ିଶା ପୁଲିସ

ସମାଜ ଡିଜିଟାଲ ଡେସ୍କ: ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ମୁହଁ ଖୋଲିଛି...

ମଦଭାଟି ଉପରେ ଚାଲିଲା ବୁଲଡୋଜର

ଆଠଗଡ: ଚୋରା ଦେଶୀ ମଦର କୂଟୀର ଶିଳ୍ପ ପାଲଟିଥିବା ଆଠଗଡ ଥାନା...

୩୨୦ ବୋତଲ ନକଲି କଫସିରପ ଜବତ, ୩ ଗିରଫ

ରେଙ୍ଗାଲିକ୍ୟାମ୍ପ: ନକଲି କଫସିରଫ ବିକ୍ରି କରୁଥିବା ୩ ଅଭିଯୁକ୍ତ ଅତାବିରା ପୁଲିସ...

ଉତ୍କଳମଣିଙ୍କ ସମାଧି ପୀଠରେ ଶ୍ରଦ୍ଧା ସୁମନ ଅର୍ପଣ

ସାକ୍ଷୀଗୋପାଳ: ସମାଜର ପ୍ରକାଶକ ଓ ମୁଦ୍ରାକର ରାଜେନ୍ଦ୍ର କୁମାର ଜେନା ଐତିହାସିକ...

Related Articles

Popular Categories