www.samajalive.in
Tuesday, December 9, 2025
16.1 C
Bhubaneswar

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ ଯୁବ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ବୁର୍ଲାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି । ଏହି ଘଟଣାକୁ ମିଶାଇ ଚଳିତ ବର୍ଷ ସମ୍ବଲପୁର ଜିଲାର ୩ ଜଣ ପ୍ରମୁଖ ଯୁବ ସାମ୍ବାଦିକ ହରାଇଛି । ପ୍ରଥମ ଘଟଣାରେ ଜୁଲାଇ ୧୯ ତାରିଖରେ ଜମନକିରା ଅଞ୍ଚଳରୁ ଖବର ସଂଗ୍ରହ କରି ଫେରୁଥିବା ବେଳେ ଏକ ବାଇକ ସହିତ ମୁହାଁମୁହିଁ ଧକ୍କା ହେବାରୁ ସମ୍ବଲପୁର (କୁଲୁଥକାନୀ ନିବାସୀ) ର ଯୁବ ସାମ୍ବାଦିକ ନବୀନ ଦାଶ (୪୨) ଗୁରୁତର ଆହତ ହୋଇ ବୁର୍ଲାରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଥିଲେ ।

ତେବେ ଦୀର୍ଘ ୯ ଦିନ ଧରି ଚିକିତ୍ସିତ ହେବା ସତ୍ୱେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଥିଲା । ସେହିଭଳି ଦ୍ୱିତୀୟ ଘଟଣାରେ ସମ୍ବଲପୁରର ସାକ୍ଷୀପଡା ନିବାସୀ ଯୁବ ସାମ୍ବାଦିକ ମନୋଜ ନାଏକ (୪୨) ଙ୍କ ଅଚାନକ ସ୍ୱାସ୍ଥ୍ୟଜନିତ ସମସ୍ୟା ହେବାରୁ ତାଙ୍କୁ ବୁର୍ଲା ଭିମସାରକୁ ନେଇ ଚିକିତ୍ସା କରାଯାଉଥିଲା । କିନ୍ତୁ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଗତ ୬ ଅଗଷ୍ଟରେ ପରଲୋକ ହୋଇଯାଇଥିଲା । ସେହିଭଳି ତୃତୀୟ ଘଟଣାରେ ରେଢ଼ାଖୋଲର ଯୁବ ସାମ୍ବାଦିକ ରମାକାନ୍ତ ମହାନନ୍ଦ ଆଜି ଏକ ଖବର ସଂଗ୍ରହ ନିମନ୍ତେ ନାକଟିଦେଉଳ କୁ ଯାଉଥିବା ବେଳେ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ବୁର୍ଲା ଭିମସାରକୁ ନିଆଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମଧ୍ୟ ପରଲୋକ ହୋଇଯାଇଛି । ଏହି ଘଟଣା ଗୁଡିକୁ ନେଇ ସମ୍ବଲପୁର ଜିଲାର ସାମ୍ବାଦିକ ମାନଙ୍କ ମଧ୍ୟରେ ଗଭୀର ଶୋକ ଛାୟୀ ଯାଇଛି । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଯେ, ଚଳିତ ବର୍ଷ ସମ୍ବଲପୁର ଜିଲାର ସାମ୍ବାଦିକ ମାନଙ୍କ ପାଇଁ କଳା ବର୍ଷ ସାଜିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories