www.samajalive.in
Saturday, December 13, 2025
27.1 C
Bhubaneswar

ଅଘୋଷିତ ବିଦ୍ୟୁତ୍‌‌ କାଟ୍‌‌ ପ୍ରତିବାଦରେ ରାସ୍ତାରୋକ

ଆଠଗଡ :  ଆଠଗଡ ବ୍ଲକ ଅଧିନ ଦୋରଡ ପଞ୍ଚାୟତ ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍‌‌ କାଟ୍‌‌ ହେଉଥିବାରୁ ଏଥିରେ ଅତିଷ୍ଠ ପଞ୍ଚାୟତବାସୀ ଶନିବାର ୨ଘଣ୍ଟା କାଳ ଖୁଣ୍ଟୁଣୀ-ନରସିଂହପୁର ୬୫ନଂ ରାଜ୍ୟ ରାଜପଥ ଅବରୋଧ କରିଥିଲେ । ସବୁଦିନ ପ୍ରାୟ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌‌ ସରବରାହ ବନ୍ଦ ରହୁଥିବାବେଳେ ଶନିବାର ସକାଳେ ପ୍ରାୟ ୮ଘଣ୍ଟା ଧରି ବିଦ୍ୟୁତ୍‌‌ ବିଭ୍ରାଟ ଯୋଗୁଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବା ସହ କଷ୍ଟ ଭୋଗିଥିଲେ। ତା’ ଛଡା ଦୋରଡ ଅଞ୍ଚଳରେ ୩ଟି ବିଦ୍ୟୁତ୍‌‌ ଖୁଣ୍ଟରେ କରେଣ୍ଟ ଚାର୍ଜ ରହୁଥିବାରୁ ତାହା ପଥଚାରୀ ଓ ପିଲାମାନଙ୍କ ସହିତ ଗୋରୁଗାଇଙ୍କ ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛି । ଏ ସଂପର୍କରେ ଟାଟା ପାୱାର କମ୍ପାନୀର ଅଧିକାରୀ ଓ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ ଲୋକେ ବାଧ୍ୟ ହୋଇ ଆଜି ରାସ୍ତାରୋଗ କରିଥିଲେ। ଦୋରଡ, ଇଶ୍ୱରା, ଚୁନୁପଦା, ଢେଙ୍କାନାଳ ସଦର ବ୍ଲକ ଅଧିନ ଦେଓପଡା ଓ ମାଣିପୁର ଅଞ୍ଚଳର ଶତାଧିକ ଲୋକ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ରାସ୍ତାରୋକ କରିବା ଫଳରେ ଉଭୟ ପାର୍ଶ୍ବରେ ବହୁ ଯାତ୍ରୀବାହୀ ଓ ମାଲ୍‌‌ବାହୀ ଯାନବାହାନ ଅଟକି ରହିଥିଲା। ଖବର ପାଇ ଉପନିରୀକ୍ଷକ ବିଶ୍ୱଜିତ୍‌‌ ଜେନାଙ୍କ ନେତୃତ୍ୱରେ ଆଠଗଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ଟାଟା ପାୱାର କମ୍ପାନୀର ଅଧିକାରୀଙ୍କୁ ଘଟଣାସ୍ଥଳକୁ ଆସିବା ପାଇଁ କହିଥିଲେ। ଟାଟା ପାୱାର କମ୍ପାନୀର ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମନ୍ତରାୟ ଓ କନିଷ୍ଠ ଯନ୍ତ୍ରୀ ସମରେନ୍ଦ୍ର ବେହେରାଙ୍କ ସମେତ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଏଥି ସହିତ ବିଦ୍ୟୁତ୍‌‌ କାଟ୍‌‌ଜନିତ ସମସ୍ୟା ଯଥାଶୀଘ୍ର ସମାଧାନ କରିବା ସହ ବିପଦସଙ୍କୁଳ ବିଦ୍ୟୁତ୍‌‌ ଖୁଣ୍ଟକୁ ବଦଳାଇବା ପାଇଁ ଏବଂ କରେଣ୍ଟ ଚାର୍ଜ ହେଉଥିବା ଖୁଣ୍ଟରେ ମରାମତି କରିବାର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories