ନୂଆଦିଲ୍ଲୀ : ଏସୀୟ ଉନ୍ନୟନ ବ୍ୟାଙ୍କ (ଏଡିବି) ଭାରତର ଅର୍ଥିକ ଅଭିବୃଦ୍ଧି ହାର ଚଳିତ ବର୍ଷ ପାଇଁ ୬.୪ ଓ ଆସନ୍ତା ବର୍ଷ ପାଇଁ ୬. ୭ ପ୍ରତିଶତ ରହିବା ନେଇ ଆକଳନ କରିଛି । ପୂର୍ବରୁ ମଧ୍ୟ ଏସୀୟ ଉନ୍ନୟନ ବ୍ୟାଙ୍କ ଭାରତର ଅଭିବୃଦ୍ଧି ହାର ଚଳିତ ବର୍ଷ ଓ ଆସନ୍ତା ବର୍ଷ ପାଇଁ ଏଭଳି ରହିବାର ପୂର୍ବାନୁମାନ କରିଥିଲା। ଏଡିବି କହିଛି ଦେଶୀୟ ସ୍ତରରେ ଚାହିଦାରେ ବ୍ୟାପକ ବୃଦ୍ଧି ଅର୍ଥନୈତିକ ସୁଧାରରେ ସହାୟତା କରିବ। ଏସୀୟ ଉନ୍ନୟନ ଭବିଷ୍ୟତ ସଂକ୍ରାନ୍ତ ଏହାର ରିପୋର୍ଟରେ ଏଡିବି କହିଛି ମୁଦ୍ରାସ୍ଫୀତି ହ୍ରାସ ପାଇବା ଜାରି ରହିବ ଓ ଏହା କୋଭିଡ ପୂର୍ବବର୍ତ୍ତୀ ସ୍ତରକୁ ଚାଲିଯିବ। ଇନ୍ଧନ ଓ ଖାଦ୍ୟ ପଦାର୍ଥ ମୂଲ୍ୟ ହ୍ରାସ ପାଉଥିବାରୁ ମୁଦ୍ରାସ୍ଫୀତି ହ୍ରାସ ପାଇବା କଥା ଏଡିବି କହିଛି । ଚଳିତ ବର୍ଷ ଏସିଆର ବିକାଶମୁଖୀ ଅର୍ଥନୀତି ଗୁଡ଼ିକର ମୁଦ୍ରାସ୍ଫୀତି ହାର ୩.୬ ପ୍ରତିଶତ ଓ ୨୦୨୪ରେ ୩.୪ ପ୍ରତିଶତ ରହିବା ନେଇ ଏହା ପୂର୍ବାନୁମାନ କରିଛି । ଭାରତୀୟ ଅର୍ଥନୀତି ୨୦୨୨-୨୩ ଆର୍ଥିକ ବର୍ଷରେ ୭.୨ % ଅଭିବୃଦ୍ଧି ହାସଲ କରିଛି ।
ଚଳିତ ବର୍ଷ ଭାରତର ଅର୍ଥିକ ଅଭିବୃଦ୍ଧି ହାର ୬.୪ % : ଏଡିବି
Popular Categories



