ପାଟଣା : କେନ୍ଦୁଝର ସଦର ବ୍ଲକ ବୋଦାପଳସା ଗ୍ରାମପଞ୍ଚାୟତ କେନ୍ଦୁଆ ଗ୍ରାମରେ କୁଡୁମି ସଂପ୍ରଦାୟର ଭାଷା, ସଂସ୍କୃତି ଓ ପରମ୍ପରାର ବିକାଶ ପାଇଁ କୁଡୁମି ବିକାଶ ଭବନର ଭୂମି ପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ମମତା ମହାନ୍ତ ଓ ସମ୍ମାନୀୟ ଅତିଥିଭାବେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, ବଡ଼ବିଲ ପୌରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ ଓ ପାଟଣା ଜିଲ୍ଲା ପରିଷଦ ସଦସ୍ୟା ରୁନୁ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ। କୁଡୁମି ବିକାଶ ଭବନ ପାଇଁ ରାଜ୍ୟ ସରକାର ୨୦ ଲକ୍ଷ ରାଶି ଅନୁଦାନ ଘୋଷଣା କରିଥିବାରୁ କୁଡୁମି ଜାତି ତରଫରୁ ଓଡ଼ିଆ ସରକାରଙ୍କୁ ପ୍ରଶଂସା କରିଥିଲେ। ଏହି ଭୂମି ପୂଜନ କାର୍ଯ୍ୟକ୍ରମ କୁଡୁମି ସମାଜର ବରିଷ୍ଠ ନେତା ମିତ୍ରଭାନୁ ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ କୁଡୁମି ନେତା ଲଚ୍ଛମନ ମହାନ୍ତ, ଦିବ୍ୟସିଂହ ମହାନ୍ତ, ହୃଷିକେଶ ମହାନ୍ତ,ଶରତ ମହାନ୍ତ,କ୍ଷୀରୋଦ ମହାନ୍ତ, ଲମ୍ବୋଦର ମହାନ୍ତ, ବିଶ୍ବଜିତ ମହାନ୍ତ, ମୁକୁନ୍ଦ ମହାନ୍ତ, ମହେଶ ମହାନ୍ତ, ଗୋବିନ୍ଦ ମହାନ୍ତ ମନ୍ତ୍ରୀବର ମହାନ୍ତ, ଭୋଳାନାଥ ମହାନ୍ତ,ବିଜୟ ମହାନ୍ତ, ଲାଡେନ ମହାନ୍ତ, ତ୍ରିଲୋଚନ ମହାନ୍ତ, ଗୋପାଳ ମହାନ୍ତ, ରତ୍ନାକର ମହାନ୍ତ,ବିରେନ୍ଦ୍ର ମହାନ୍ତ, ବିଶ୍ବମ୍ବର ମହାନ୍ତ, ବିନୋଦ ମହାନ୍ତ, ଡମ୍ବରୁଧର ମହାନ୍ତ, ତ୍ରିନାଥ ମହାନ୍ତ, କିଶୋର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଭୂମିପୂଜନ କାର୍ଯ୍ୟକ୍ରମରେ ଶିରପାଣି ମହାନ୍ତ, ମୁନା ମହାନ୍ତ, ନରେନ ମହାନ୍ତ, ହେମାଙ୍ଗିନି ମହାନ୍ତ, ବୁଲୁ ମହାନ୍ତ, ଗୌତମ ମହାନ୍ତ, ପିତାମ୍ବର ମହାନ୍ତ, ପରେଶ ମହାନ୍ତ, ଲିଜା ମହାନ୍ତ, ଲକ୍ଷ୍ମୀପ୍ରିୟା ମହାନ୍ତ, ନଳିନୀ ମହାନ୍ତ, ବାସନ୍ତି ମହାନ୍ତ, ରଜନୀ ମହାନ୍ତ,ସଞ୍ଜୁଲତା ମହାନ୍ତ, ପ୍ରତାପ ମହାନ୍ତ, ଲକ୍ଷ୍ମଣ ମହାନ୍ତ, ଘନଶ୍ୟାମ ମହାନ୍ତ, ଲକ୍ଷ୍ମୀଧର ମହାନ୍ତ, ବନମାଳୀ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଭୂମିପୂଜନ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ ।
Comments are closed.