କୁର୍ସ୍କରେ ଲଢ଼େଇ ଜାରି, ପୂର୍ବ ୟୁକ୍ରେନ ସହର ଦଖଲ ଦାବି କଲା ରୁଷ୍
ଡେସ୍କ: ୟୁକ୍ରେନର ପୂର୍ବ ଡୋନେସ୍କ ଅଞ୍ଚଳରେ ଥିବା ଏକ ବିପର୍ଯ୍ୟସ୍ତ ସହରକୁ କିଭ୍ ଋଷୀୟ ଅଞ୍ଚଳ କୁର୍ସ୍କରେ ପ୍ରତିଆକ୍ରମଣ କରିବାର ଗୋଟିଏ ଦିନ ପରେ ଦଖଲ କରିଥିବା ରୁଷ୍ ଦାବି କରିଛି।
ଦୀର୍ଘ ମାସ ଧରି ଚାଲିଥିବା ତୀବ୍ର ସଂଘର୍ଷ ପରେ ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଏହାର ସୈନିକମାନେ କୁରାଖୋଭକୁ ସମ୍ପୂର୍ଣ୍ଣ ମୁକ୍ତ କରିଛନ୍ତି, ଯାହା ଏକ ଛୋଟ ଶିଳ୍ପ ସହର। କିନ୍ତୁ ୟୁକ୍ରେନର ଜଣେ ଅଧିକାରୀ ରୁଷିଆର ଦାବି ଉପରେ ସନ୍ଦେହ ପ୍ରକଟ କରି କହିଛନ୍ତି ଯେ ମଙ୍ଗଳବାର ମଧ୍ୟ ସହରରେ ସଂଘର୍ଷ ଜାରି ରହିଛି।
ତେବେ କିଭ୍ କୁର୍ସ୍କରେ ପୁଣି ଥରେ ଆକ୍ରମଣ ଆରମ୍ଭ କରିଛି, ଯେଉଁଠାରେ ଏହାର ସୈନ୍ୟମାନେ ସେହି ଅଞ୍ଚଳକୁ ଦଖଲ କରି ରଖିଛନ୍ତି। ୟୁକ୍ରେନ ସେନା ସପ୍ତାହ ଶେଷରେ କୁର୍ସ୍କର ବିଭିନ୍ନ ସ୍ଥାନରେ ରୁଷୀୟ ସୈନ୍ୟଙ୍କ ଉପରେ ଆକ୍ରମଣ କରିଥିଲା ଏବଂ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରୁଷ “ଯାହା ପାଇବା ଉଚିତ” ତାହା ପାଉଛି।
Comments are closed.