ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଅଶୋକ ଯାଦବଙ୍କ ନାମରେ ବଳାତ୍କାର ମାମଲା ରୁଜୁ

ଆଗ୍ରା : ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଅଶୋକ ଯାଦବଙ୍କ ବିରୋଧରେ ଶିକୋହବାଦ ଥାନାରେ ଏକ ବଳାତ୍କାର ମାମଲା ରୁଜୁ ହୋଇଛି। ମନ୍ତ୍ରୀ ଜଣେ ମହିଳାଙ୍କୁ ଫୋନ୍‍ ଯୋଗେ ଡାକି ନିଜ ବାସଭବନରେ ବଳାତ୍କାର କରିଥିବା ଅଭିଯୋଗ…
Read More...

୨୬ରୁ ଅଯୋଧ୍ୟା ମାମଲାର ଶୁଣାଣି

ନୂଆଦିଲ୍ଳୀ : ଅଯୋଧ୍ୟା ରାମ ଜନ୍ମଭୂମି ଏବଂ ବାବ୍ରି ମସଜିଦ୍‍ ଜମି ବିବାଦ ମାମଲାର ଶୁଣାଣି ଜାନୁଆରୀ ୨୬ରୁ ଆରମ୍ଭ ହେବ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ…
Read More...

ଦେଶ ବିରୋଧୀ ପୋଷ୍ଟ ପାଇଁ ବିଶ୍ୱବିଦ୍ୟାଳୟରୁ ଡାକ୍ତରୀ ଛାତ୍ରୀ ନିଲମ୍ବିତ

ନୂଆଦିଲ୍ଳୀ : ସାମାଜିକ ଗଣମାଧ୍ୟମରେ ଭାରତ ବିରୋଧୀ ପୋଷ୍ଟ ପାଇଁ ମଙ୍ଗଳବାର ଗୁରୁଗ୍ରାମସ୍ଥିତ ଜିଏସ୍‍ଟି ବିଶ୍ୱବିଦ୍ୟାଳୟରେ ପଢୁଥିବା ଜଣେ କାଶ୍ମୀର ଛାତ୍ରୀକୁ ବିଶ୍ୱବିଦ୍ୟାଳୟରୁ ନିଲମ୍ବନ କରାଯାଇଛି। ତାଙ୍କୁ ତୁରନ୍ତ…
Read More...

ହିଜବୁଲର ଆତ୍ମଘାତୀ ଆକ୍ରମଣ ଧମକ

ଶ୍ରୀନଗର : କାଶ୍ମୀରର ବିଚ୍ଛିନ୍ନତାବାଦୀ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦିନ ମଙ୍ଗଳବାର ଘାଟିରେ ଆତ୍ମଘାତୀ ଆକ୍ରମଣର ଧମକ ଦେଇଛି। ହିଜବୁଲ ପକ୍ଷରୁ କୁହାଯାଇଛି ଯେ କାଶ୍ମୀର ଯୁବକଙ୍କ ପାଇଁ ‘କର ବା ମର’ ପରିସ୍ଥିତି…
Read More...

ଦୁଇ ବିଜେଡି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ

ବାଙ୍କୀ :ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ ପଣ୍ଡଳମ ଗ୍ରାମର ଦୁଇଜଣ ଶାସକ ଦଳର ସମର୍ଥକଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଏଥିରେ ଦୁଇଜଣ ବିଜେଡି ସମର୍ଥକଙ୍କ ହାତ ଓ ଗୋଡ ଭାଙ୍ଗି ଯାଇଥିବା…
Read More...

ଟାଉନ ପୁଲିସ କବ୍‌ଜାରେ ଆନ୍ତଃଜିଲା ବାଇକ ଚୋର ଗ୍ୟାଙ୍ଗ

ସୁନ୍ଦରଗଡ଼ : ଗତ କିଛି ମାସ ହେବ ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରୁ ସ୍ପଷ୍ଟ ଦିବାଲୋକରେ ବାଇକ ଚୋରୀ ଘଟଣା ପୁଲିସର କାର୍ଯ୍ୟକଳାପ ପ୍ରତି ଅଙ୍ଗୁଳି ନିର୍ଦେଶ କରିଥିବା ବେଳେ ବିଳମ୍ବରେ ହେଲେ ମଧ୍ୟ…
Read More...

ଡାକ୍ତରଖାନାରେ ଭର୍ତ୍ତି ହେଲେ ସୋନୁ ନିଗମ

ମୁମ୍ବଇ : ବଲିଉଡ୍‌ର ଜଣାଶୁଣା ଗାୟକ ସୋନୁ ନିଗମ ଅସୁସ୍ଥ ହୋଇ ପଡିଛନ୍ତି। ଏବେ ସେ ନେପାଳର କାଠମାଣ୍ଡୁରେ ଥିବା ଏକ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି। ସୋନୁଙ୍କ ପିଠିରେ ଯନ୍ତ୍ରଣା ଅନୁଭବ ହୋଇଥିବାରୁ…
Read More...

ବିଏସଏନଏଲର ୯୮ଟଙ୍କା ପ୍ଲାନରେ ପ୍ରତିଦିନ ମିଳିବ ୨ଜିବି ଡାଟା

ନୂଆଦିଲ୍ଲୀ : ଭାରତୀୟ ସଂଚାର ନିଗମ(ବିଏସ୍ଏନ୍ଏଲ୍) ତାର ୯୮ଟଙ୍କାର ଶସ୍ତା  ପ୍ରି-ପେଡ ପ୍ଲାନକୁ ଅପଡେଟ କରିଛି। କମ୍ପାନୀ ୯୮ଟଙ୍କା ପ୍ଲାନରେ ଏବେ ପ୍ରତିଦିନ ୨ଜିବି ଡାଟା ଦେବ। ଏହାବ୍ୟତୀତ ବିଏସ୍ଏନଏଲର ଏହି ପ୍ଲାନରେ…
Read More...

ଇମ୍ରାନଙ୍କୁ ଭାରତର କଡ଼ାଜବାବ; ଆତଙ୍କର କେନ୍ଦ୍ର ହେଉଛି ପାକିସ୍ତାନ

ନୂଆଦିଲ୍ଲୀ : ପୁଲୱାମା ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ମଙ୍ଗଳବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବୟାନ ଉପରେ ଭାରତ ବିଦେଶ ମନ୍ତ୍ରାଳୟ ପ୍ରତିକ୍ରିୟା ରଖିଛି। ବିଦେଶ ମନ୍ତ୍ରାଳୟ ପକ୍ଷରୁ…
Read More...

ଧାନର ଅଭାବୀ ବିକ୍ରି : ଲ୍ୟାମ୍ପ୍‍ସ ଘେରିଲେ ଚାଷୀ

ବଡ଼ସାହି : ଚାଷୀଙ୍କ ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି ସରକାର। ପରନ୍ତୁ ମୁଣ୍ଡ ଝାଳ ତୁଣ୍ଡରେ ମାରି ଅମଳ କରିଥିବା ଧାନ ବିକ୍ରି କରି ନପାରି ଚାଷୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକରେ…
Read More...

ସହିଦଙ୍କ ସମ୍ପର୍କୀୟଙ୍କୁ ତଣ୍ଟିଆ ମାରି କ୍ଷମା ମାଗିଲେ ଦେବାଶିଷ ସାମନ୍ତରାୟ

କଟକ : ସହିଦଙ୍କ ସମ୍ପର୍କୀୟଙ୍କୁ ତଣ୍ଟିଆ ମାରିବା ପ୍ରସଙ୍ଗରେ କଟକ-ବାରବାଟୀ ବିଧାୟକ ଦେବାଷିଷ ସାମନ୍ତରାୟ କ୍ଷମା ମାଗିଥିବା ଜଣାପଡିଛି। ଯାହା କିଛି ଘଟିଛି ତାଙ୍କ ଅଜାଣତରେ ଘଟିଛି ବୋଲି ଦେବାଶିଷ କହିଛନ୍ତି। ସେ…
Read More...

ପୁଣି ଜଣେ ନାବାଳିକା ଗର୍ଭବତୀ ଅଭିଯୋଗ

ନବରଙ୍ଗପୁର : ନବରଙ୍ଗପୁର ଜିଲା ଉମରକୋଟ ଥାନା ଅନ୍ତର୍ଗତ ଏକ ଗାଁର ଜଣେ ନାବାଳିକା ୯ ମାସର ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି। ସେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ନାବାଳିକା ଜଣଙ୍କ ଦଶମଶ୍ରେଣୀରେ ପଢୁଥିବାବେଳେ…
Read More...

ମଦ ଦୋକାନ ଭାଙ୍ଗିବାରୁ ମହିଳାଙ୍କୁ ପିଟିଲେ

ଭଦ୍ରକ : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଧାମରା ରାସ୍ତାର ବିଦେଇପୁର ବଜାରରେ ଏକ ବେଆଇନ ମଦ ଦୋକାନକୁ ମହିଳା ମାନେ ଭଙ୍ଗାରୁଜା କରିବାରୁ ମଦ ଦୋକାନୀ ଏବଂ ତାଙ୍କ ସମ୍ପର୍କିୟ ମହିଳା ମାନଙ୍କୁ ମାଡ଼ ମାରିଥିବା…
Read More...

ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ୧୧ ଦଫା ଦାବି ନେଇ ମୋହନା ବ୍ଳକ ସରପଞ୍ଚଙ୍କ ଜରୁରୀ ବୈଠକ

ମୋହନା : ମୋହନା ବ୍ଳକର ୩୯ଟି ପଞ୍ଚାୟତର ସରପଞ୍ଚଙ୍କୁ ନେଇ ଗଜପତି ଜିଲା ସରପଞ୍ଚ ମହାସଂଘର ଜିଲ୍ଲା ସଭାପତି ଯୋହନ ଦଳବେହେରାଙ୍କ ଆହ୍ୱାନ କ୍ରମେ ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟ ପରିସରରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ…
Read More...

ତାମିଲନାଡୁରେ ବିଜେପି- ଏଆଇଏଡିଏମକେ ମେଣ୍ଟ

ଚେନ୍ନଇ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ବିଜେପିର ମେଣ୍ଟ ଅଭିଯାନ ଜାରି ରହିଛି। ମହାରାଷ୍ଟ୍ରରେ ଶିବସେନା ସହ ମେଣ୍ଟକୁ ଚୂଡ଼ାନ୍ତ କରିବା ପରେ ବିଜେପି ତାମିଲନାଡୁରେ ଏଆଇଏଡିଏମକେ (ଅଖିଳ ଭାରତୀୟ ଦ୍ରାବିଡ଼ ମୁନେତ୍ରା…
Read More...

‘ମୋଟୋ ଜି-୭ ପାୱାର’ର ବଜାର ପ୍ରବେଶ

ନୂଆଦିଲ୍ଲୀ : ମୋଟୋରୋଲା ଭାରତରେ ତାର ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି। ଯାହାର ନାମ ‘ମୋଟୋ ଜି-୭ପାୱାର’। ଏହାର ମୂଲ୍ୟ ମାତ୍ର ୧୩,୯୯୯ଟଙ୍କା। ଏହି ଫୋନଟି ଉଭୟ ଅନଲାଇନ ଏବଂ ଅଫଲାଇନ ଷ୍ଟୋରରେ ଉପଳବ୍ଧ ରହିଛି। ଏହି…
Read More...

ଆଇସିଜେରେ କୁଳଭୂଷଣ ମାମଲା ସ୍ଥଗିତ ରଖିବା ପାଇଁ ପାକିସ୍ତାନର ନିବେଦନ ଖାରଜ

ଦ ହେଗ୍‍ : ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ)ରେ ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ମୃତ୍ୟୁଦଣ୍ଡ ଉପରେ ରହିତାଦେଶ ମାମଲାର ଶୁଣାଣି ସ୍ଥଗିତ ରଖିବା ପାଇଁ ପାକିସ୍ତାନର ନିବେଦନ ମଙ୍ଗଳବାର ଖାରଜ ହୋଇଯାଇଛି।…
Read More...

ଇମ୍ରାନଙ୍କୁ ଅମରିନ୍ଦରଙ୍କ ଆହ୍ୱାନ; ମସୁଦ ଆଝାରକୁ ଧରିକି ଦେଖା ନହେଲେ ଆମକୁ କୁହ

ଚଣ୍ଡିଗଡ଼ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଲୱାମା ଆତଙ୍କବାଦୀ ଆକ୍ରମଣ ମାମଲାରେ ପ୍ରମାଣ ମାଗିବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମଙ୍ଗଳବାର ତାଙ୍କୁ କଡ଼ା ଜବାବ ଦେଇଛନ୍ତି। ଅମରିନ୍ଦର…
Read More...

କନ୍ୟା ଶୋଭାଯାତ୍ରା ଉପରେ ମାଡ଼ିଗଲା ଟ୍ରକ୍‍: ୧୩ ମୃତ, ୧୯ ଗୁରୁତର

ପ୍ରତାପଗଡ଼ : ଚିତ୍ତୋରଗଡ଼-ପ୍ରତାପଗଡ଼ ୧୧୩ ନମ୍ବର ଜାତୀୟ ରାଜପଥରେ ସୋମବାର ରାତିରେ ଏକ ମମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ରାସ୍ତା ଦେଇ ଯାଉଥିବା ଏକ କନ୍ୟା ଶୋଭାଯାତ୍ରା ଉପରେ ଏକ ଟ୍ରକ୍‍ ମାଡ଼ିଯିବାରୁ ଅନ୍ୟୁନ୍‍ ୧୩…
Read More...

ପାକିସ୍ତାନରେ କୁଳଭୂଷଣଙ୍କ ଶୁଣାଣି ବେଆଇନ ବୋଲି ଆଇସିଜେରେ ଯୁକ୍ତି ରଖିଲା ଭାରତ

ହେଗ୍‍ : ପାକିସ୍ତାନର ଏକ ସେନା ଅଦାଲତରେ ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ବିରୋଧରେ ଶୁଣାଣି ନିମ୍ନତମ ପ୍ରକ୍ରିୟା ପୂରଣ କରିବାରେ ବିଫଳ ହୋଇଛି। ତେଣୁ ପାକିସ୍ତାନ ସେନା ଅଦାଲତର ଏହି ଶୁଣାଣିକୁ ସମ୍ପୂର୍ଣ୍ଣ ରୂପେ…
Read More...

‘ଏକତାର ପ୍ରତିମୂର୍ତ୍ତି’କୁ ବିସ୍ଫୋରଣରେ ଉଡ଼ାଇବା ପାଇଁ ଆତଙ୍କବାଦୀ ଯୋଜନା, ସତର୍କ ସୂଚନା ଜାରି

ଅହମଦାବାଦ : ଗୁଜରାଟ ନିର୍ମଦା ନଦୀ କୂଳରେ ନିର୍ମିତ ଏକତାର ପ୍ରତିମୂର୍ତ୍ତି (ଷ୍ଟାଚ୍ୟୁ ଅଫ ୟୁନିଟି)କୁ ବୋମା ବିସ୍ଫୋରଣରେ ଉଡ଼ାଇ ଦେବା ପାଇଁ ଆତଙ୍କବାଦୀମାନେ ଯୋଜନା କରିଛନ୍ତି। ଏନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସତର୍କ…
Read More...

କଲକାତା ପୁଲିସ୍‍ କମିଶନର ରାଜୀବ କୁମାର ବିଦା, ଅନୁଜ ଶର୍ମାଙ୍କୁ ମିଳିଲା ଦାୟିତ୍ୱ!

କଲକାତା : ସିବିଆଇ ଏବଂ ପଶ୍ଚିମବଙ୍ଗ ସରକାର ମଧ୍ୟରେ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଥିବା କଲକାତା ପୁଲିସ୍‍ କମିଶନର ରାଜୀବ କୁମାରଙ୍କ ବଦଳି ହୋଇଯାଇଛି। ତାଙ୍କ ସ୍ଥାନରେ ଅନୁଜ ଶର୍ମାଙ୍କୁ କଲକାତା ପୁଲିସ୍‍ କମିଶନର…
Read More...

ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେଇ ନିର୍ଧୁମ ଛେଚା ଖାଇଲେ ଯୁବକ

ଜିନ୍ଦ : ହିନ୍ଦୁସ୍ତାନ ମୁର୍ଦାବାଦ ଏବଂ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେଉଥିବାର ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଛାଡ଼ିବା ଜିନ୍ଦ ଜିଲା ସଫିଦୋ ଉପଖଣ୍ଡ ଅଧୀନ ଅଣ୍ଟା ଗ୍ରାମର ଜଣେ ମୁସଲମାନ ଯୁବକକୁ ଭାରି ପଡ଼ିଛି।…
Read More...

ଆଝାରକୁ ମୁକ୍ତ କରିଥିବା ଲୋକେ ମୋତେ ଦେଶଦ୍ରୋହୀ କହୁଛନ୍ତି : ସିଧୁ

ନୂଆଦିଲ୍ଲୀ : ପ୍ରବଳ ହୋହଲ୍ଲା ମଧ୍ୟରେ ସୋମବାର ପଞ୍ଜାବ ବିଧାନସଭାର ବଜେଟ କାଳୀନ ଅଧିବେଶନ ଶେଷ ହୋଇଛି। ତେବେ ପଞ୍ଜାବ ବିଧାନସଭାରେ ଶିରୋମଣି ଅକାଳୀ ଦଳ ନେତାମାନେ କଂଗ୍ରେସ ନେତା ତଥା କ୍ୟାବିନେଟ ମନ୍ତ୍ରୀ ନବଜୋତ…
Read More...

ସାଉଦି ଜେଲରୁ ମୁକ୍ତ ହେବେ ୨,୦୦୦ ପାକିସ୍ତାନ ବନ୍ଦୀ

ଇସଲାମାବାଦ : ପାକିସ୍ତାନ ଗସ୍ତରେ ଥିବା ସାଉଦି ଆରବ ରାଜା ମହମ୍ମଦ ବିନ୍‍ ସଲମାନ ସୋମବାର ସାଉଦିର ବିଭିନ୍ନ ଜେଲରେ ଥିବା ୨,୧୦୭ ପାକିସ୍ତାନୀ ବନ୍ଦୀଙ୍କୁ ମୁକ୍ତ କରିବାକୁ ନିର୍ଦେଶ ଦେଇଛନ୍ତି। ଏହାସହ ପାକିସ୍ତାନକୁ ସେ…
Read More...

ଦୁଇଟି ସ୍ଥାନରେ ଅଗ୍ନିକାଣ୍ଡ ; ଜଳିଗଲା ୧୬ ବଖରା

ବନ୍ତ/ତିହିଡ଼ି : ବନ୍ତ ତହସିଲ ଅଧୀନ ପ୍ରଧାନପଡ଼ା ପଞ୍ଚାୟତରେ ନିଅଁା ଲାଗି ୮ ବଖରା ଜଳିଯାଇଥିବା ବେଳେ ତିହିଡ଼ି ବ୍ଲକ ଅଧୀନ ମହରମପୁର ପଞ୍ଚାୟତରେ ଅଗ୍ନିକାଣ୍ଡ ଘଟି ୮ ବଖରା ଭସ୍ମୀଭୂତ ହୋଇଛି। ସୂଚନା ଅନୁଯାୟୀ; ବନ୍ତ…
Read More...

ଇତିହାସ ରଚିଲେ ଓଡ଼ିଆ ଝିଅ ପଲ୍ଲବୀ

ଭୁବନେଶ୍ୱର : ପୂର୍ବରୁ ବାୟୁ ସେନାର ଯୁଦ୍ଧବିମାନ ଉଡ଼ାଣ, ଚଳାଚଳ ଏବଂ ଗୁଳିଗୋଳା ବର୍ଷଣ କ୍ଷେତ୍ରରେ କେବଳ ପୁରୁଷଙ୍କ ପ୍ରାଧ୍ୟାନ୍ୟ ରହିଥିଲା। ନିକଟରେ ଜଣେ ଝିଅ ଯୁଦ୍ଧବିମାନରୁ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରି…
Read More...

ଓଡ଼ିଶା କର୍କଟ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ରର ଭିତ୍ତିପ୍ରସ୍ତର

ବାରଙ୍ଗ/ନରାଜ : କର୍କଟ ରୋଗୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ମିଳିବ। ରାଜ୍ୟର ଗରିବ କର୍କଟ ରୋଗୀଙ୍କୁ ଆଉ ମୁମ୍ବଇ କି ବେଙ୍ଗାଲୁରୁ ଯିବାକୁ ପଡିବିନି। ବାରଙ୍ଗ ବ୍ଲକ ଅନ୍ତର୍ଗତ ରତାଗଡ଼ଠାରେ ରବିବାର ମୁଖ୍ୟମନ୍ତ୍ରୀ…
Read More...

ବିଗ୍‌ ବାସ୍‌ ଲିଗ୍‌: ମେଲବୋର୍ଣ୍ଣ ରେନିଗେଡ୍‌ସ ଚମ୍ପିଆନ

ମେଲବୋର୍ଣ୍ଣ : ମେଲବୋର୍ଣ୍ଣ ରେନିଗେଡ୍‌ସ ଚଳିତବର୍ଷ ବିଗ୍‌ ବାସ୍‌ ଲିଗ୍‌ ଟ୍ବେଣ୍ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ମେଲବୋର୍ଣ୍ଣ ରେନିଗେଡ୍‌ସ…
Read More...

ବିଶ୍ବକପ୍ ପରେ ଦିନିକିଆରୁ ଗେଲ୍‌ଙ୍କ ଅବସର

କିଙ୍ଗ୍‌ଷ୍ଟନ : ୱେଷ୍ଟଇଣ୍ଡିଜ୍‌ର ବରିଷ୍ଠ ଓପ୍‌ନିଂ ବ୍ୟାଟ୍‌ସମ୍ୟାନ୍ କ୍ରିସ୍ ଗେଲ୍ ଘୋଷଣା କରିଛନ୍ତି ଯେ ଆସନ୍ତା ବିଶ୍ବକପ୍ ପରେ ସେ ଆଉ ଦିନିକିଆ କ୍ରିକେଟ ଖେଳିବେନାହିଁ। ୱେଷ୍ଟଇଣ୍ଡିଜ୍ କ୍ରିକେଟ ବୋର୍ଡ ରବିବାର…
Read More...

ସୋମବାର ରାଶିଫଳ

ମେଷ: ଆଳସ୍ୟ ପରାୟଣ ହୋଇପାରନ୍ତି। କଳହଠାରୁ ନିଜକୁ ଦୂରେଇ ରଖିବାକୁ ପଡ଼ିବ। ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ବ୍ୟବସାୟ ଲାଭଜନକ ହେବ। ଅଭାବ, ଅସୁବିଧା ଲାଗି ରହିବ। ବୃଷ:…
Read More...

ରାଣାଙ୍କ ରଣ ନୀତି ବାର୍ତ୍ତା ଦେଲେ ନବୀନଙ୍କ ବିକଳ୍ପ ନାହିଁ

ସୁନ୍ଦରଗଡ଼ : ରାଜ୍ୟ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ରାଣା ପ୍ରତାପ ପାତ୍ର ଓ ତାଙ୍କ ଟିମ ଆଜି ଦ୍ବିତୀୟ ଦିନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଛାଇ ହୋଇ ରହିଥିଲେ । ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ପଛପଟ…
Read More...

ରାମ ମନ୍ଦିର ଶିଳାନ୍ୟାସ କାର୍ଯ୍ୟକ୍ରମ ସ୍ଥଗିତ

ପ୍ରୟାଗରାଜ/ବାରାଣାସୀ: ପୁଲୱାମାରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଦୃଷ୍ଟିରେ ରଖି ଦ୍ୱାରିକା ପୀଠ ଶଙ୍କରାଚାର୍ଯ୍ୟ ସ୍ୱରୁପାନନ୍ଦ ସରସ୍ୱତୀ ରବିବାର ଅଯୋଧ୍ୟାର ବିବାଦୀୟ ଭୂମିରେ ରାମ ମନ୍ଦିର ଶିଳାନ୍ୟାସ…
Read More...

ଏକାଥରେ ୭ ଛୁଆ ଜନ୍ମଦେଲେ ୨୫ ବର୍ଷିୟା ଇରାକୀ ମହିଳା

ବାଗଦାଦ : ପୂର୍ବ ଇରାକ ଦିୟାଲି ପ୍ରାନ୍ତର ଏକ ହସ୍ପିଟାଲରେ ଜଣେ ମହିଳା ଏକାଥରେ ୭ ଛୁଆ ଜନ୍ମ ଦେଇଛନ୍ତି। ନବଜାତକଙ୍କ ମଧ୍ୟରେ ଗୋଟିଏ ପୁଅ ଓ ୬ ଝିଅ ଅଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ମା’ ଓ ଛୁଆ…
Read More...

ସହିଦଙ୍କ ନକଲି ଫଟୋକୁ ନେଇ ସିଆରପିଏଫର ପରାମର୍ଶବଳୀ ଜାରି

ନୂଆଦିଲ୍ଲୀ : କେନ୍ଦ୍ରୀୟ ରିଜର୍ଭ ପୁଲିସ୍‍ ବାହିନୀ (ସିଆରପିଏଫ) ପକ୍ଷରୁ ରବିବାର ସହିଦଙ୍କ ନକଲି ଫଟୋକୁ ନେଇ ଏକ ପରାମର୍ଶବଳୀ ଜାରି କରାଯାଇଛି। ଏଭଳି ନକଲି ଫଟୋକୁ ସାମାଜିକ ଗଣମାଧ୍ୟମରେ ପ୍ରସାରଣ (ସେୟାର) ନକରିବାକୁ…
Read More...

ସେନା ବିରୋଧୀ ମନ୍ତବ୍ୟ ଦେଇ ଗୁଆହାଟୀ ପ୍ରଧ୍ୟାପିକା ନିଲମ୍ବିତ

ଗୁଆହାଟୀ : ସାମାଜିକ ଗଣମାଧ୍ୟମରେ ପୁଲୱାମା ଆକ୍ରମଣ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଗୁଆହାଟୀ ଆଇକନ ଆକାଡେମୀ ଜୁନିଅର କଲେଜର ଜଣେ ମହିଳା ସହକାରୀ ପ୍ରଧ୍ୟାପିକା ନିଲମ୍ବିତ ହୋଇଛନ୍ତି। ସୂଚନା ଅନୁସାରେ ଏହି କଲେଜର…
Read More...

ପାକିସ୍ତାନ ବିଦେଶ ମନ୍ତ୍ରାଳୟ ୱେବସାଇଟ୍‍ ହ୍ୟାକ

ଇସଲାମାବାଦ : ପାକିସ୍ତାନ ବିଦେଶ ମନ୍ତ୍ରାଳୟର ୱେବସାଇଟ୍‍ ରବିବାର ହ୍ୟାକ ହୋଇଯାଇଛି। ମନ୍ତ୍ରାଳୟର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ପାକିସ୍ତାନ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ମୋହମ୍ମଦ ଫୈଜଲଙ୍କ କହିବା ଅନୁସାରେ…
Read More...

ଆଜି ଭଦ୍ରକ ଆସୁଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ

ଭଦ୍ରକ : ଆଜି ଭଦ୍ରକ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ଗୃହମନ୍ତ୍ରୀ ଭଦ୍ରକ ଆସି ରାଣୀତାଲରେ ବୁଥସ୍ତରୀୟ ବିଜେପି କର୍ମକର୍ତ୍ତାଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ…
Read More...

ଝୁଲନ୍ତା ମୃତଦେହ ଉଦ୍ଧାର

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଗୟାବନ୍ଧ ଗ୍ରାମରେ ପରିତ୍ୟକ୍ତ ଘରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି। ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନାହିଁ।
Read More...

ସହିଦଙ୍କ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ବର : ପୁଲୱାମା ଆତ୍ମଘାତୀ ଆକ୍ରମଣରେ ସହିଦ ଓଡ଼ିଆ ଯବାନ ପ୍ରସନ୍ନ କୁମାର ସାହୁ ଓ ମନୋଜ କୁମାର ବେହେରାଙ୍କ ଶେଷକୃତ୍ୟ ଶନିବାର ରାତିରେ ସେମାନଙ୍କ ଗ୍ରାମ ଶ୍ମଶାନରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ…
Read More...

ଉପକୂଳରେ ବର୍ଷା ସମ୍ଭାବନା

ଭୁବନେଶ୍ବର : ଘୂର୍ଣ୍ଣିବଳୟ ଏବଂ ଟ୍ରଫଲାଇନ ପ୍ରଭାବରେ ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୮ଟି ସ୍ଥାନରେ ବର୍ଷା ହୋଇଛି। ଶନିବାର ଭୋର ସମୟରେ ଭୁବନେଶ୍ବର ଓ କଟକ ସମେତ ବାଲେଶ୍ବର, ପାରାଦ୍ବୀପ, କେନ୍ଦୁଝରଗଡ଼, ସମ୍ବଲପୁର,…
Read More...

ସମସ୍ତ ଭୋଟ ଗ୍ରହଣ କେନ୍ଦ୍ରରେ ରହିବ ହ୍ବିଲ ଚେୟାର ଓ ରାମ୍ପ୍

ଭୁବନେଶ୍ୱର : ଦିବ୍ୟାଙ୍ଗ ଭୋଟର୍‌ଙ୍କ ସୁବିଧା ପାଇଁ ପ୍ରତ୍ୟେକ ଭୋଟ ଗ୍ରହଣ କେନ୍ଦ୍ରରେ ହ୍ବିଲ୍ ଚେୟାର ଯୋଗାଇ ଦିଆଯିବ। ଭୋଟ ଗ୍ରହଣ କେନ୍ଦ୍ରରେ ଆବଶ୍ୟକତା ଅନୁସାରେ ହ୍ବିଲ୍ ଚେୟାର ଉପଲବ୍ଧ ହେବ। ଏଥିସହ ଭୋଟ ଗ୍ରହଣ…
Read More...

ଆକ୍ରମଣ ସ୍ଥାନ ଗୋଟିଏ : ସହିଦ ସଂଖ୍ୟା ୫ ବର୍ଷରେ ୫୮

ନୂଆଦିଲ୍ଲୀ : ଶ୍ରୀନଗର-ଜାମ୍ମୁ ଜାତୀୟ ରାଜପଥର ପାମ୍ପୋରଠାରୁ ଅବନ୍ତିପୋରା ପର୍ଯ୍ୟନ୍ତ ଅଂଶରେ ପ୍ରତ୍ୟହ ଆରଓପି ଏବଂ ସିଆରପିଏଫ ଯବାନ ମୁତୟନ ହେଉଥିଲେ ମଧ୍ୟ ଆତଙ୍କବାଦୀମାନେ ବିଗତ କିଛି ବର୍ଷ ହେବ ଏଠାରେ…
Read More...

କୁଳଭୂଷଣ ମାମଲା; ଆଇସିଜେ ରାୟ ମାନିବ ପାକିସ୍ତାନ

ଇସଲାମାବାଦ : କୁଳଭୂଷଣ ଯାଦବ ମାମଲାରେ ପାକିସ୍ତାନ ଆନ୍ତର୍ଜାତିକ ଅଦାଲତର ରାୟ ମାନିବ ବୋଲି ଶୁକ୍ରବାର କହିଛି। ଗୁଇନ୍ଦାଗିରି ଅଭିଯୋଗରେ ଦୀର୍ଘ ବର୍ଷ ଧରି ପାକିସ୍ତାନ ଜେଲ୍‌ରେ ଥିବା ଅବସରପ୍ରାପ୍ତ ଭାରତୀୟ ନୌସେନା…
Read More...

ଏସ୍‌ୟୁଭି ନୁହେଁ; ସେଡାନ୍‌ ବ୍ୟବହାର କରିଥିଲା ଆଦିଲ

ନୂଆଦିଲ୍ଲୀ : ପୁଲୱାମାର ଭୟଙ୍କର ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ସମ୍ବନ୍ଧରେ ପୁଲିସ ନୂତନ ତଥ୍ୟ ପାଇଛି। ଆତ୍ମଘାତୀ ଆତଙ୍କବାଦୀ ଅଦିଲ ଦାର ଏସ୍‌ୟୁଭି ନୁହେଁ; ବରଂ ଏକ ସେଡାନ ଗାଡି ଦ୍ବାରା ଏହି ବିସ୍ଫୋରଣ ଘଟାଇଥିଲା।…
Read More...

‘କପିଲ ଶର୍ମା ଶୋ’ ରୁ ସିଧୁ ବିଦା

ନୂଆଦିଲ୍ଲୀ : ପୁଲୱାମା ଆକ୍ରମଣ ଘଟଣାରେ ବିବାଦୀୟ ମନ୍ତବ୍ୟ ଦେଇ ଟିଭି ରିୟଲିଟି ଶୋ’କାର୍ଯ୍ୟକ୍ରମରୁ ବାଦ ପଡ଼ିଛନ୍ତି କ୍ରିକେଟର-ରାଜନେତା ନବଜୋତ୍‌ ସିଂହ ସିଧୁ। ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ହାସ୍ୟରସ…
Read More...

ସହିଦ ଯବାନଙ୍କ ପିଲାଙ୍କ ପଢ଼ା ଖର୍ଚ୍ଚ ବହନ କରିବାକୁ ସେହ୍ବାଗଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ : ଗତ ଗୁରୁବାର ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ୪୦ଜଣ ଯବାନ୍‌ଙ୍କ ପିଲାମାନଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବାକୁ ପ୍ରସ୍ତାବ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର୍‌ ବୀରେନ୍ଦ୍ର ସେହ୍ବାଗ।…
Read More...

କାତାର ଓପନ୍: ହାଲେପ୍‌ଙ୍କୁ ହରାଇ ମର୍ଟେନ୍‌ସ ଚମ୍ପିଆନ

ଦୋହା : ବେଲ୍‌ଜିୟମ୍‌ର ଏଲିଜ୍ ମର୍ଟେନ୍‌ସ କାତାର ଓପନ୍ ଟେନିସ ଟୁର୍ଣ୍ଣାମେଣ୍ଟରେ ମହିଳା ସିଙ୍ଗଲ୍‌ସ ଚମ୍ପିଆନ୍ ହୋଇଛନ୍ତି। ଶନିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‌ରେ ମର୍ଟେନ୍‌ସ କଡ଼ା ମୁକାବିଲା ପରେ ବିଶ୍ବର ୩ନଂ…
Read More...

ରବିବାର ରାଶିଫଳ

ମେଷ: ପରିସ୍ଥିିତି ଆୟତ୍ତାଧୀନ ହେବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବ ଦର୍ଶନ କରିବାର ସୌଭାଗ୍ୟ ଉଦୟ ହୋଇଛି। ଅଶାନ୍ତିର ଉପଶମ ହେବ। ସରକାରୀ ସ୍ତରରୁ ଲାଭ…
Read More...

ରତନପୁର ଗାଁ ଶ୍ମଶାନରେ ଶହୀଦ ମନୋଜ ବେହେରାଙ୍କ ଶେଷକୃତ୍ୟ ସମ୍ପନ୍ନ

ନିଆଳି : ଜମ୍ମୁ କାଶ୍ମୀରର ପୁଲଓ୍ଵାମା ଜିଲାରେ ଗୁରୁବାର ସହିଦ ହୋଇଥିବା ଓଡ଼ିଆ ଯବାନ ମନୋଜ କୁମାର ବେହେରାଙ୍କର ଶନିବାର ରାତିରେ ନିଜର ଜନ୍ମମାଟି ନିଆଳିର ରତନପୁର ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସବୁଦିନ…
Read More...

ଫାଙ୍କି ଦେଲା ପାକିସ୍ତାନ: ‘ଆମକୁ ବଦନାମ କରନି’

ଇସଲାମାବାଦ : ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ ଅପରିବର୍ତ୍ତିତ ରହିଛି। ପ୍ରତ୍ୟେକ ଆତଙ୍କବାଦୀ ଆକ୍ରମଣକୁ ଫାଙ୍କି ଆସିଥିବା ପାକିସ୍ତାନ ପୁଲୱାମା ଘଟଣାକୁ ମଧ୍ୟ ଫାଙ୍କିଦେଇଛି। ପୁଲୱାମା ଆକ୍ରମଣ ଘଟଣାର ପ୍ରାୟ…
Read More...

ଭବିଷ୍ୟତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନ, ସମୟ ବାଛିବାକୁ ସେନାକୁ ଦିଆଯାଇଛି ଅନୁମତି: ପ୍ରଧାନମନ୍ତ୍ରୀ

ଝାନ୍‌ସୀ : ଜାମ୍ମୁ-କାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବ ଦେବାକୁ ସେନାକୁ ଆବଶ୍ୟକ ସ୍ଥାନ ଓ ସମୟ ବାଛିବା ଲାଗି ଅନୁମତି ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।…
Read More...

ସୁଧୁରୁ ନାହାନ୍ତି ସିଧୁ

ଚଣ୍ଡିଗଡ଼ : ଯେତେ ଯାହା ଘଟିଲେ ବି ପାକିସ୍ତାନ ପ୍ରୀତି ଛାଡ଼ୁ ନାହାନ୍ତି ପୂର୍ବତନ କ୍ରିକେଟର ତଥା ପଞ୍ଜାବ ମନ୍ତ୍ରିମଣ୍ଡଳ ସଦସ୍ୟ ନବଜୋତ୍‌ ସିଂହ ସିଧୁ। ପୁଲୱାମା ଘଟଣାକୁ ନିନ୍ଦା କରିବା ସହ ସେ ପାକିସ୍ତାନକୁ…
Read More...

ମାନୁଙ୍କ ପରୀକ୍ଷା ଘୁଞ୍ଚାଇବାକୁ ସିବିଏସ୍‌ସିକୁ ଅନୁରୋଧ

ନୂଆଦିଲ୍ଲୀ : ଯୁବ ସୁଟର୍‌ ମାନୁ ଭାକେର ଓ ବିଜୟବୀର ସିନ୍ଧୁଙ୍କ ଦ୍ବାଦଶ ବୋର୍ଡ ପରୀକ୍ଷାକୁ ଘୁଞ୍ଚାଇ ଦେବାକୁ ସିବିଏସ୍‌ସିକୁ ଅନୁରୋଧ କରିଛି ଭାରତୀୟ କ୍ରୀଡ଼ା ପ୍ରାଧିକରଣ। ମାନୁ ଓ ବିଜୟବୀର ମାର୍ଚ୍ଚ ୨୫ରୁ ଏପ୍ରିଲ୍‌…
Read More...

କପିଳଙ୍କ ରେକର୍ଡ ଭାଙ୍ଗିଲେ ଷ୍ଟେନ

ଡର୍ବାନ : ଏଠାରେ ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ ଖେଳୁଥିବା ଅବସରରେ ଦକ୍ଷିଣ ଆଫ୍ରିକାର ଫାଷ୍ଟ ବୋଲର ଡେଲ ଷ୍ଟେନ୍‌ ପୂର୍ବତନ ଭାରତୀୟ ଅଧିନାୟକ କପିଳ ଦେବଙ୍କ ରେକର୍ଡ ଭଙ୍ଗ କରିଛନ୍ତି। କପିଳ ଟେଷ୍ଟ…
Read More...

ଶନିବାର ରାଶିଫଳ

ମେଷ: ପରର ଉପକାର କରି ନିଜେ କ୍ଷତିରେ ପଡ଼ିପାରନ୍ତି; ତଥାପି କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ। ମନ ପ୍ରସନ୍ନ ରହିବ। ଧର୍ମ ପରାୟଣ ହେବେ। ସୁଭାଷୀ ହେବେ। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃ ସ୍ନେହୀ ହେବେ।…
Read More...

ଚକମା ଦେଇ ଖସିଗଲେ ୪ଶିକାରୀ

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ତଥା ଉଦଳା ରେଞ୍ଜ ଅନ୍ତର୍ଗତ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ୪ ଶିକାରୀ ଓ ବନ କର୍ମଚାରୀ ମୁହାଁମୁହିଁ ହୋଇଥିବା ବେଳେ ସେମାନେ ଖସିଯିବାରେ ସଫଳ ହୋଇଛନ୍ତି। ସେମାନେ…
Read More...

ମହିଳାଙ୍କ ଅସ୍ବାଭାବିକ ମୃତ୍ୟୁକୁ ନେଇଁ ପରିବାର ଲୋକଙ୍କ ଅଭିଯୋଗ

ବଣାଇ : ବଣାଇ ଥାନା ଅନ୍ତର୍ଗତ ଦେଓଗାଁ ଠାରେ ଶୁକ୍ରବାର ଜଣେ ନବ ବିବାହିତା ମହିଳାଙ୍କ ଅସ୍ଵାଭାବିକ ପରିସ୍ଥିତିରେ ମୃତ୍ୟୁକୁ ନେଇ ପରିବାର ତରଫରୁ ଥାନାରେ ହତ୍ୟା ଅଭିଯୋଗ କରିଥିବା ଜଣାପଡିଛି। ଏଥିନେଇ ପୁଲିସ…
Read More...

ସହିଦଙ୍କ ସ୍ମୃତିରେ ପାଠାଗାର ପକ୍ଷରୁ ମହମବତୀ ଶୋଭାଯାତ୍ରା

ନାଉଗାଁ : ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲାରେ ସହିଦ ହୋଇଥିବା ସିଆରପିଏଫ ଯବାନଙ୍କୁ ଶୁକ୍ରବାର ଭଟଣା ଗାଁରେ ଥିବା ଉର୍ମିଲୋଚନ ପାଠାଗାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। ପାଠାଗାର ପରିସରରେ ଅନୁଷ୍ଠିତ…
Read More...

କିସ୍‌କୁ ‘ଏନ୍‌ଜିଓ ଅଫ୍‌ ଦି ଇଅର୍‌’ ପୁରସ୍କାର

ଭୁବନେଶ୍ବର : ବିଶ୍ୱର ସର୍ବବୃହତ ଆବାସିକ ଜନଜାତି ଅନୁଷ୍ଠାନ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍‌ସେସ୍‌ (କିସ୍‌)କୁ ଚଳିତବର୍ଷ ପାଇଁ ଏନ୍‌ଜିଓ ଅଫ୍‌ ଦି ଇଅର୍‌-୨୦୧୯ ପୁରସ୍କାର ପ୍ରଦାନ କରାଯାଇଛି।…
Read More...

ମନ୍ତ୍ରୀପଦ ଛାଡିବାକୁ ରାଜଭରଙ୍କ ଘୋଷଣା

ଲକ୍ଷ୍ନୌ : ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବ ଉତ୍ତରପ୍ରଦେଶ ବିଜେପି ସରକାରର ମେଣ୍ଟ ସହଯୋଗୀ ଦଳ ଏସବିଏସପି ମୁଖ୍ୟ ଓମ୍‌ ପ୍ରକାଶ ରାଜଭର ମନ୍ତ୍ରୀ ପଦ ଛାଡିବାକୁ ଗୁରୁବାର ଘୋଷଣା କରିଛନ୍ତି। ବିଜେପି ଠାରୁ ମେଣ୍ଟ…
Read More...

ରାହୁଲଙ୍କୁ ଚୁମା ଦେଲେ ମହିଳା

ଗାନ୍ଧୀନଗର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁବାର ଗୁଜରାଟର ଭାଲସାଦରେ ଶୋଭାଯାତ୍ରା କରିଥିବାବେଳେ ଏଠାରେ ତାଙ୍କୁ ଜଣେ ମହିଳା ଚୁମା ଦେଇଥିଲେ। ଶୋଭାଯାତ୍ରା ବେଳେ କେତେକ ମହିଳା ଫୁଲମାଳ ଓ ଫୁଲ ଧରି ରାହୁଲଙ୍କୁ…
Read More...

ନୱାଜ ସରିଫଙ୍କ ଭାଇଙ୍କୁ ଜାମିନ

ଇସଲାମାବାଦ: ଜେଲ୍‌ରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଭାଇ ତଥା ପଞ୍ଜାବ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସେହବାଜ ସରିଫଙ୍କୁ ଲାହୋର ହାଇକୋର୍ଟ ଜାମିନ ପ୍ରଦାନ କରିଛି। ପାକିସ୍ତାନ…
Read More...

ଦିଲ୍ଲୀ ପ୍ରେସ୍‌ କ୍ଲବ୍‌ ସଦସ୍ୟ ହେବେ ମମତା

ନୂଆଦିଲ୍ଲୀ : ଦେଶର ପ୍ରଧାନମନ୍ତ୍ରୀ ହେବାକୁ ପ୍ରୟାସ ଚଳାଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଦିଲ୍ଲୀ ପ୍ରେସ୍‌ କ୍ଲବ୍‌ର ସଦସ୍ୟ ହେବା ପାଇଁ ଆବେଦନ କରିଛନ୍ତି। କଲକାତାରୁ ପ୍ରକାଶିତ ତୃଣମୂଳ…
Read More...

୨୫ ବର୍ଷ ପରେ ଅଜୟ-ଅକ୍ଷୟଙ୍କ ଯୋଡ଼ି

ମୁମ୍ବଇ : ରୋହିତ ସେଟ୍ଟିଙ୍କ ‘ସିମ୍ବା’ ଚଳଚ୍ଚିତ୍ରର ଶେଷ ଭାଗରେ ତାଙ୍କ ନିର୍ଦେଶିତ ଆଗାମୀ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ର କିଛି ଝଲକ୍ ଦେଖିବାକୁ ମିଳିଥିଲା। ସିମ୍ବାରେ ରଣବୀର ସିଂ, ସାରା ଅଲୀ ଖାନ୍ ଓ ଅତିଥି କଳାକାର…
Read More...

ବକ୍ସିଂ: କ୍ବାର୍ଟରରେ ଅମିତ, ମୀନା କୁମାରୀ

ନୂଆଦିଲ୍ଲୀ : ଏସୀୟ କ୍ରୀଡାର ସ୍ବର୍ଣ୍ଣପଦକ ବିଜେତା ଭାରତୀୟ ବକ୍ସର ଅମିତ ପଂଘଲ ଓ ମୀନା କୁମାରୀ ବୁଲଗେରିଆର ସୋଫିଆରେ ଚାଲିଥିବା ଷ୍ଟ୍ରାନ୍‌ଜା ବକ୍ସିଂ ଟୁର୍ଣ୍ଣାମେଣ୍ଟରେ କ୍ବାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ୪୯…
Read More...

ଶୁକ୍ରବାର ରାଶିଫଳ

ମେଷ: ଗୃହରୁ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଉଚ୍ଚ ଆଶା ଫଳବତୀ ହୋଇପାରେ। ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ବିବାଦରେ ବିଜୟୀ ହେବ। ପ୍ରତିଯୋଗିତାରେ ଶୀର୍ଷ ସ୍ଥାନକୁ ଉଠି ପାରନ୍ତି।…
Read More...

ମ୍ୟାଚ୍ ଖେଳିବାକୁ ମନା କଲେ ସାଇନା

ଗୁଆହାଟି : ଏଠାରେ ଆୟୋଜିତ ଜାତୀୟ ସିନିୟର ବ୍ୟାଡମିଣ୍ଟନ୍‌ ଚମ୍ପିଆନସିପ୍‌ରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗତଥରର ମହିଳା ସିଙ୍ଗଲ୍‌ସ ଚମ୍ପିଆନ୍ ସାଇନା ନେହୱାଲ୍‌ଙ୍କ ଗୁରୁବାର ମ୍ୟାଚ୍‌ ଥିବା…
Read More...

ବଣାଇରେ ୧୨ଘଣ୍ଟିଆ ବନ୍ଦ ଡାକରା

ବଣାଇ : ସୁନ୍ଦରଗଡ ଜିଲା ବଣାଇକୁ ଜିଲା ମାନ୍ୟତା ଦାବିରେ ଗୁରୁବାର ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବଣାଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଆ​‌ନ୍ଦୋଳନ ଫଳରେ ଦୋକାନ ବଜାର ବନ୍ଦ…
Read More...

ଗୋଷ୍ଠୀ ସଂଘର୍ଷ ; ୧୦ ଆହତ

ଜଗତସିଂହପୁର : ଜଗତସିଂହପୁର ଜିଲା ବାଲିକୁଦା ଥାନା ଅନ୍ତର୍ଗତ କୁନ୍ଦୁପୁର ଗ୍ରାମରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୧୦ଜଣ ଆହତ ହୋଇଥିବା ଜଣାପଡିଛି। ସରସ୍ବତୀ ପୂଜା ଭସାଣକୁ ନେଇ ଏହି ଗୋଷ୍ଠୀ ସଂଘର୍ଷ ହୋଇଛି। ଆହତ…
Read More...

ସାଓମି ଲଞ୍ଚ କଲା ନୂଆ ହୋମ ସିକ୍ୟୁରିଟି କ୍ୟାମେରା

ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ କମ୍ପାନୀ ସାଓମି ତାର ନୂଆ ହୋମ ସିକ୍ୟୁରିଟି କ୍ୟାମେରା ଲଞ୍ଚ କରିଛି। ଏହାପୂର୍ବରୁ କମ୍ପାନୀ ତାର ହୋମ ସିକ୍ୟୁରିଟି ୩୬୦କ୍ୟାମେରା ଲଞ୍ଚ କରିଥିଲା। ଯାହା ଗ୍ରାମହକ ମାନଙ୍କ ପାଇଁ…
Read More...

ଅଲିଗଡ଼ ମୁସଲିମ୍‌ ବିଶ୍ବବିଦ୍ୟାଳୟ ୧୪ ଛାତ୍ରଙ୍କ ନାମରେ ଦେଶଦ୍ରୋହ ଅଭିଯୋଗ

ନୂଆଦିଲ୍ଲୀ : ଅଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟର ୧୪ ଛାତ୍ରଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ଦାୟର କରାଯାଇଛି। ସେମାନେ ମଙ୍ଗଳବାର ସନ୍ଧ୍ୟାରେ ଏକ ଖବର ସରବରାହ ସଂସ୍ଥା (ରିପବ୍ଲିକ୍‌ ଟିଭି-ନ୍ୟୁଜ୍‌ ଚାନେଲ)…
Read More...

ଷୋଡ଼ଶ ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଶେଷ ଭାଷଣ ; ଦେଖିପାରିଲି ନାହିଁ ଭୂମିକମ୍ପ

ନୂଆଦିଲ୍ଲୀ : ଷୋଡଶ ଲୋକସଭାର ଶେଷ ଅଧିବେଶନ ଶେଷ ହୋଇଛି। ଲୋକସଭାର ଶେଷ ଦିନରେ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ବିରୋଧୀ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏକଦା ରାହୁଲ କହିଥିଲେ…
Read More...

ଜେରା ଶେଷ; ଶିଲଂରୁ ଫେରିଲେ ରାଜୀବ କୁମାର

ଶିଲଂ : ପାଞ୍ଚ ଦିନ ଧରି ଦୀର୍ଘ ୩୮ ଘଣ୍ଟାର ଜେରା ପରେ ସିବିଆଇ କବ୍‌ଜାରୁ ମୁକୁଳିଛନ୍ତି କଲକାତା ପୁଲିସ କମିସନର ରାଜୀବ କୁମାର। ବୁଧବାର ସାରଦା ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ଅଧିକାରୀମାନେ ତାଙ୍କୁ ୩ଘଣ୍ଟା ଜେରା…
Read More...

‘କଂ​‌ଗ୍ରେସ ଓ ବାମ ସହ ମେଣ୍ଟ ପାଇଁ ପ୍ରସ୍ତୁତ’ : ମମତା ବାନାର୍ଜୀ

ନୂଆଦିଲ୍ଲୀ : ଦେଶରେ ‘ଡେମୋକ୍ରାସି’ ଏବେ ‘ନାମୋକ୍ରାସି’ରେ ପରିଣତ ହୋଇଛି। ସେଥିପାଇଁ ଦେଶର ଅବସ୍ଥା ଜରୁରୀକାଳୀନ ପରିସ୍ଥିତିକୁ ବି ବଳିଯାଇଛି। ପରିସ୍ଥିତି ସୁଧାରିବା ପାଇଁ ବିଜେପିକୁ କ୍ଷମତାରୁ ହଟାଇବାକୁ ପଡ଼ିବ ଏବଂ…
Read More...

ଗୁରୁବାର ରାଶିଫଳ

ମେଷ: ପିତା, ମାତାଙ୍କ ସ୍ବାସ୍ଥ୍ୟ ନେଇ ଚିନ୍ତିତ ହେବେ। ସୌଭାଗ୍ୟ ଉଦୟ ହେବାରୁ ଧନାଗମର ସୂଚନା ମିଳୁଛି। ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ତ୍ୟାଗପୂତ ଜୀବନ ନିର୍ବାହ କରିବେ। ନୀତିନିଷ୍ଠ ହେବେ। ବୃଷ:…
Read More...

ଅପପ୍ରଚାରକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରୈନାଙ୍କ ଦାବି

ନୂଆଦିଲ୍ଲୀ : ସଡ଼କ ଦୁର୍ଘଟଣାରେ ଭାରତୀୟ କ୍ରିକେଟର୍‌ ସୁରେଶ ରୈନା ଗୁରୁତର ହୋଇଥିବା ନେଇ କେତେକ ଅନ୍‌ଲାଇନ୍‌ ପୋର୍ଟାଲ୍‌ରେ ଖବର ପ୍ରଚାରିତ ହୋଇଛି। ତେବେ ଏହି ଖବର ସଂପୂର୍ଣ୍ଣ ମିଥ୍ୟା ଏବଂ ସେ ସଂପୂର୍ଣ୍ଣ ସୁସ୍ଥ…
Read More...

ଦରଡା ଗ୍ରାମ୍ୟଛକ ଠାରେ ପୃଥକ ସଡକ ଦୁର୍ଘଟଣା

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ପିପିଲି ବାଇପାସ ରାସ୍ତାର ଦରଡା ଗ୍ରାମ୍ୟଛକ ନିକଟରେ ବୁଧବାର ରାତିରେ ଦୁଇଟି ପୃଥକ୍‍ ସଡକ ଦୁର୍ଘଟଣା ଘଟିଛି। ଏଥିରେ କେହି ଗୁରୁତର ହୋଇନଥିବା ସୂଚନା ମିଳିଛି। ସୂଚନା…
Read More...

ସମ୍ବଲପୁରର ଝିଅ ରାଜସ୍ଥାନରୁ ଉଦ୍ଧାର : ଜଣେ ଗିରଫ

ସମ୍ବଲପୁର : ସମ୍ବଲପୁରର ଧମା ଅଞ୍ଚଳର ନିବାସୀ ନିମାଇଁ ବାଗଙ୍କର ଝିଅ ପ୍ରେମଶିଲା ବାଗ(୨୨) ଗତ ମାସରେ ନିଖୋଜ ହୋଇଯାଇଥିବାର ଅଭିଯୋଗ ସମ୍ବଲପୁର ଜିଲା ଧମା ଥାନାରେ ଗତ ମାସ ୧୮ ତାରିଖ ଦିନ କରିଥିଲେ। ଝିଅ ନିଖୋଜ ହେବା…
Read More...

ବଡଗାଁଓରେ ସେନା-ଆତଙ୍କବାଦୀ ଗୁଳିବିନିମୟ ; ୨ ଆତଙ୍କବାଦୀ ନିହତ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ବଡଗାଁଓରେ ବୁଧବାର ସେନା-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଅଧିକ ଆତଙ୍କବାଦୀ ଲୁଚିରହିଥିବା ସନ୍ଦେହରେ ସେନା ପକ୍ଷରୁ…
Read More...

ବୁଧବାର ରାଶିଫଳ

ମେଷ: କିଛି ସମୟ ପାଇଁ ମାନସିକ ଭାରସାମ୍ୟ ହରାଇ ପାରନ୍ତି। କାର୍ଯ୍ୟ ହାନି ଘଟିବାର ସମ୍ଭାବନା ଅଛି। ବିଭିନ୍ନ ଦିଗରୁ ଧନାଗମ ହୋଇପାରେ। ଭାଗ୍ୟଶାଳୀ ହୋଇପାରନ୍ତି। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ହେବେ। ବହୁ…
Read More...

ବିନା ଫଳକରେ ଚାଲିଛି ଡ୍ରେନ ନିର୍ମାଣ, ଅନିୟମିତତା ଅଭିଯୋଗ

ଚାନ୍ଦିପୁଟ : ଗ୍ରାମାଞ୍ଚଳର ବିକାଶ କରିବା ଲକ୍ଷ୍ୟରେ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଅନେକ ସମୟରେ ବିଭାଗୀୟଙ୍କ ଖାମଖିଆଲି ମନୋଭାବ ତଥା କାମଚଳା ନୀତି ଯୋଗୁଁ ବାସ୍ତବରେ…
Read More...

‘ଭାଲେନଟାଇନ୍ସ ଡେ’ରେ ମୁକ୍ତିଲାଭ କରିବ ‘ଗଲି ବୟ’

ମୁମ୍ବଇ : ରଣବୀର ସିଂହ ଓ ଆଲିୟା ଭଟ୍ଟ ଅଭିନୀତ ଚଳଚ୍ଚିତ୍ର ‘ଗଲି ବୟ’ ୧୪ ଫେବୃଆରୀ 'ଭାଲେନଟାଇନ୍ସ ଡେ'ରେ ମୁକ୍ତିଲାଭ କରିବ। ଏହାର ଟ୍ରେଲର ଜାନୁଆରୀ ୦୯ରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରରେ ନିର୍ଦେଶନାର ଭାର…
Read More...

ଭୋଡାଫୋନ ଆଣିଲା ୩୫୧ଟଙ୍କାର ପ୍ଲାନ

ନୂଆଦିଲ୍ଲୀ : ଭୋଡାଫୋନ କମ୍ପାନୀ ତାର ଗ୍ରାହକ ମାନଙ୍କ ପାଇଁ ୩୫୧ଟଙ୍କାର ଏକ ପ୍ଲାନ ଲଞ୍ଚ କରିଛି। ଏହି ପ୍ଲାନର ସୁବିଧା ଭୋଡାଫୋନର ପୁରୁଣା ଗ୍ରାହକ ଉଠାଇପାରିବେ ନାହିଁ। ଏହି ପ୍ଲାନ ଭୋଡାଫୋନର ନୂଆ ଗ୍ରାହକଙ୍କ ପାଇଁ…
Read More...

ମଙ୍ଗଳବାର ରାଶିଫଳ

ମେଷ: ଭିତରେ ଭ୍ରାତୃ ବିବାଦ ଉଙ୍କିମାରିପାରେ। ପ୍ରତାରିତ ହୋଇପାରନ୍ତି। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ଯଶସ୍ବୀ ହେବେ। ଲୋଭାସକ୍ତ ହୋଇପାରନ୍ତି। ବିନୀତ ସ୍ବଭାବର ହେବେ। ବୃଷ: ଧର୍ମ-ଧାରଣାରେ…
Read More...

ଜାମ୍ମୁ କଲେଜରେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେଲେ କାଶ୍ମୀର ଯାତ୍ରୀ, ପୁଲିସ୍‍ର ଲାଠିଚାର୍ଜ

ଶ୍ରୀନଗର : ଜାମ୍ମୁସ୍ଥିତ ସାଇନ୍ସ କଲେଜ ନିକଟରେ ଥିବା ଓକାଫ ଇସଲାମିଆ ବ୍ୟାଜ ଛାତ୍ରାବାସ ବାହାରେ କେତେକ କାଶ୍ମୀର ଯାତ୍ରୀ ସୋମବାର ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେବାରୁ ଲଙ୍କାକାଣ୍ଡ ଘଟିଛି। ଜାମ୍ମୁ…
Read More...

ଥାଇଲାଣ୍ଡ ନିର୍ବାଚନରେ ରାଜକୁମାରୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱ ନାକଚ

ବ୍ୟାଙ୍ଗକକ୍‍ : ପରମ୍ପରା ଭାଙ୍ଗି ଥାଇଲାଣ୍ଡ ନିର୍ବାଚନରେ ପ୍ରାଧାନମନ୍ତ୍ରୀ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ରାଜାଙ୍କ ବଡ଼ ଭଉଣୀ ତଥା ରାଜକୁମାରୀ ଶିରିବଧନା ବର୍ଣ୍ଣାବତୀଙ୍କ ପ୍ରାର୍ଥୀତ୍ୱକୁ ସୋମବାର ଥାଇଲାଣ୍ଡ…
Read More...

୨୧ରେ ରାମ ମନ୍ଦିର ଶିଳାନ୍ୟାସ କରିବେ ଦ୍ୱାରିକା ପୀଠ ଶଙ୍କରାଚାର୍ଯ୍ୟ

ଅଯୋଧ୍ୟା : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଫେବୃଆରୀ ୨୧ରେ ଶିଳାନ୍ୟାସ କରାଯିବ। ଦ୍ୱାରିକା ପୀଠ ଶଙ୍କରାଚାର୍ଯ୍ୟ ସ୍ୱରୁପାନନ୍ଦ ସରସ୍ୱତୀ ଏହି ଶିଳାନ୍ୟାସ କରିବେ। ପ୍ରୟାଗରାଜରେ ଚାଲିଥିବା କୁମ୍ଭ ମେଳା…
Read More...

ଉତ୍ତରପ୍ରଦେଶରେ ୧୦୦ରୁ ଊର୍ଦ୍ଧ୍ବ ଗୋରୁ ମଡ଼କ, ତଦନ୍ତ ନିର୍ଦେଶ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଜାଫରନଗର ଜିଲାରେ ଦୁଇ ଦିନରେ ୧୦୦ରୁ ଊର୍ଦ୍ଧ୍ବ ଗୋରୁଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କର ବାତାବରଣ ଖେଳିଯାଇଛି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ତଦନ୍ତ ନିର୍ଦେଶ…
Read More...

ଡିଡିସିଏ ଅଧ୍ୟକ୍ଷଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର ତଥା ଡିଡିସିଏ ବରିଷ୍ଠ ଚୟନ କମିଟିର ଅଧ୍ୟକ୍ଷ ଅମିତ ଭଣ୍ଡାରୀଙ୍କୁ ଅଣ୍ଡର ୨୩ ଦଳର ଟ୍ରାଏଲ ସମୟରେ ସୋମବାର କେତେକ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି।…
Read More...

ଦିଲ୍ଲୀରେ ଏନକାଉଣ୍ଟର, ୩ ଜଣଙ୍କ ଗୋଡ଼କୁ ମାରିଲେ ଗୁଳି

ନୂଆଦିଲ୍ଲୀ : ଦିଲ୍ଳୀର ରୋହିଣୀ ଅଞ୍ଚଳରେ ସୋମବାର ପୁଲିସ୍‍ ଗୁଳିରେ ଏକ ଅପରାଧୀ ଗ୍ୟାଙ୍ଗର ୩ ଜଣ ସଦସ୍ୟ ଆହତ ହୋଇଛନ୍ତି। ସେମାନଙ୍କ ଗୋଡ଼କୁ ପୁଲିସ୍‍ ପକ୍ଷରୁ ଗୁଳି ମରାଯାଇଛି। ସୂଚନା ଅନୁସାରେ ଦିଲ୍ଲୀ ପୁଲିସ୍‍ର…
Read More...

ରାଷ୍ଟ୍ରପତିଙ୍କ ନିକଟରେ ରାଫେଲ ସମ୍ପର୍କିତ ସିଏଜି ରିପୋର୍ଟ ଦାଖଲ

ନୂଆଦିଲ୍ଲୀ : ରାଫେଲ ଯୁଦ୍ଧ ବିମାନ ରାଜିନାମାରେ ଅନିୟମିତତା ନେଇ କଂଗ୍ରେସର ଅଭିଯୋଗ ମଧ୍ୟରେ ମହାଲେଖା ନିୟନ୍ତ୍ରକ ଅବା କମ୍ପ୍ରଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ସୋମବାର ନିଜ ରିପୋର୍ଟ ରାଷ୍ଟ୍ରପତିଙ୍କୁ…
Read More...

ନାବାଳିକା ଛାତ୍ରୀଙ୍କୁ ବଳତ୍କାର ଅଭିଯୋଗ : ଏଏସ୍‍ଆଇଙ୍କୁ ଚାକିରିରୁ ନିଲମ୍ବିତ କଲେ ଏସପି

ବରଗଡ : ବରଗଡ ଜିଲା ସୋହଲା ଥାନା ଅନ୍ତର୍ଗତ ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳତ୍କାର ହୋଇଥିବା ଅଭିଯୋଗରେ ସୋହେଲା ଥାନା ଏଏସଆଇ ଓ ଅନ୍ୟ ଜଣେ ଯୁବକଙ୍କୁ ଚାକିରିରୁ ଏସପି ନିଲମ୍ବିତ କରିଥିବା ଜଣାପଡିଛି। …
Read More...

ଆଜି ଉପସ୍ଥାପନ ହେବ ସିଏଜି ରିପୋର୍ଟ

ନୂଆଦିଲ୍ଲୀ : ରାଫେଲ ଯୁଦ୍ଧ ବିମାନ ସମ୍ପର୍କରେ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ରିପୋର୍ଟ ସୋମବାର ଉପସ୍ଥାପନ କରାଯିବ। ଫ୍ରାନ୍ସ ସରକାରଙ୍କ ସହିତ ଭାରତ ସରକାରଙ୍କର ୫୯ହଜାର କୋଟି ଟଙ୍କାର ଏହି ବୁଝାମଣାକୁ…
Read More...

ସିରିଜ ନ ଜିତିବା ଏକ ଅବସୋସ : ରୋହିତ

ରବିବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚରେ ଭାରତ ମାତ୍ର ୪ ରନ ଯୋଗୁଁ ଅଳ୍ପକେ ମ୍ୟାଚ ଜିତିବାରୁ ବଞ୍ଚିତ ହେବାସହିତ ସିରିଜକୁ ମଧ୍ୟ ହାତଛଡା କରିଛି। ୨୧୩ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରିବାକୁ…
Read More...

ଫ୍ରାନ୍‌ସ ‘ଏ’କୁ ୩-୨ରେ ହରାଇଲା ଭାରତ ‘ଏ’

ଗୋରଖପୁର : ଉତ୍ତର ପ୍ରଦେଶର ଏହି ସହରରେ ରବିବାର ଖେଳା ଯାଇଥିବା ମହିଳା ହକି ମ୍ୟାଚ୍‌ରେ ଭ୍ରମଣକାରୀ ଫ୍ରାନ୍‌ସ ‘ଏ’ ଦଳକୁ ୩-୨ ଗୋଲ୍‌ରେ ଭାରତ ‘ଏ’ ଦଳ ପରାସ୍ତ କରିଛି। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ୩-୧…
Read More...

ଖଟିଆରେ ବୁହାହେଲେ ଆସନ୍ନ ପ୍ରସବା

ବାରିପଦା : ମୟୁରଭଞ୍ଜ ଜିଲା ଚତୁରାଞ୍ଜଳ ପଞ୍ଚାୟତର ଜେଠମା ନାୟକ ସାହିରେ ପୁଣି ଏକ ଆସନ୍ନ ପ୍ରସବାଙ୍କୁ ଖଟିଆରେ ବୋହି ନିଆଯାଇଥିବା ଜଣାପଡିଛି। ସୂଚନା ମୁତାବକ, ରବିବାର ପୂର୍ବାହ୍ନରେ ଉକ୍ତ ଗ୍ରାମର ଯିକା ଚନ୍ଦନ…
Read More...

ସୋମବାର ରାଶିଫଳ

ମେଷ: ସମସ୍ତ ଅସୁବିଧା ଖୁବ୍‌ ଶ୍ରୀଘ୍ର ଦୂର ହେବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ରୋଜଗାର ଆଶାନୁରୂପ ହେବ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବୃଷ:…
Read More...