କନ୍ୟା ଶୋଭାଯାତ୍ରା ଉପରେ ମାଡ଼ିଗଲା ଟ୍ରକ୍‍: ୧୩ ମୃତ, ୧୯ ଗୁରୁତର

0

ପ୍ରତାପଗଡ଼ : ଚିତ୍ତୋରଗଡ଼-ପ୍ରତାପଗଡ଼ ୧୧୩ ନମ୍ବର ଜାତୀୟ ରାଜପଥରେ ସୋମବାର ରାତିରେ ଏକ ମମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ରାସ୍ତା ଦେଇ ଯାଉଥିବା ଏକ କନ୍ୟା ଶୋଭାଯାତ୍ରା ଉପରେ ଏକ ଟ୍ରକ୍‍ ମାଡ଼ିଯିବାରୁ ଅନ୍ୟୁନ୍‍ ୧୩ ଜଣଙ୍କ ମୃତ୍ୟୁ ଘଟିଛି ଓ କନ୍ୟା ସମତେ ୧୯ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଅଧିକ ସଂକଟାପନ୍ନ ଥିବାରୁ ଆଗକୁ ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି।
ଏସ୍‍ପି ବୋନିୱାଲଙ୍କ କହିବା ଅନୁସାରେ ଛୋଟି ସାଦ୍ରି ଥାନାଠାରୁ ୭ କିଲୋମିଟର ଦୂରରେ ୧୧୩ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଗାଡୋଲିୟା ଲୋହାର ସମାଜର ଲୋକମାନେ ପ୍ରଥା ମୁତାବକ କନ୍ୟାକୁ ଘୋଡ଼ାରେ ବସାଇ ବିନ୍ଦୋଲି (ବଧୂ ପକ୍ଷର କାର୍ଯ୍ୟକ୍ରମ) ଶୋଭାଯାତ୍ରା କରୁଥିଲେ। ଗିତରେ ତାଳେତାଳେ ଲୋକେ ନାଚୁଥିଲେ। ସେତେବେଳେ ଏକ ଟ୍ରକ୍‍ ଦ୍ରୁତ୍‍ଗତିରେ ଆସି କନ୍ୟା ଶୋଭାଯାତ୍ରା ଉପରେ ଚଢିଯାଇଥିଲା। ଏଥିରେ ଘଟଣାସ୍ଥଳରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। କନ୍ୟା ସମେତ ଅନ୍ୟମାନେ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ବର ସହ ବରଯାତ୍ରୀ ରାତି ପ୍ରାୟ ୧୧ଟା ବେଳେ କନ୍ୟା ଘରେ ପହଞ୍ଚିଥିଲେ। ହେଲେ ଦୁର୍ଘଟଣା ଯୋଗୁଁ ତାଙ୍କୁ ଫେରାଇ ଦିଆଯାଇଥିଲା। ହସ୍ପିଟାଲରେ ଚିକିତ୍ସାଧୀନ ଜଣେ ବ୍ୟକ୍ତିଙ୍କ କହିବା ଅନୁଯାୟୀ କନ୍ୟା ଶୋଭାଯାତ୍ରା ବିନ୍ଦୋଲିରେ ୧୦୦ରୁ ୧୫୦ ଲୋକ ଥିଲେ। ଗାଡ଼ିକୁ ବାଟ ଛାଡ଼ି ସେମାନେ ଜାତୀୟ ରାଜପଥର ଗୋଟିଏ ପଟେ ନାଚି ନାଚି ଯାଉଥିଲେ। ହଠାତ୍‍ ପଛରୁ ଏକ ଟ୍ରକ୍‍ ଦ୍ରୁତଗତିରେ ଆସି ତାଙ୍କ ଉପରେ ମାଡ଼ି ଯାଇଥିଲା।

Leave A Reply