ବାସ୍ତୁ : ଜାଣନ୍ତୁ.. ଘରେ କଳହର କାରଣ ନୁହେଁ ତ ଏମିତି ପୋଷାକ ଟାଙ୍ଗିବା..
ଅନେକ ସମୟରେ ଲୋକେ ନିଜର ନିତିଦିନିଆ ଜୀବନରେ ଜାଣତରେ ଅଜାଣତରେ ଏଭଳି କିଛି କାର୍ଯ୍ୟ କରନ୍ତି, ଯାହା ଜୀବନରେ ଅନେକ ପ୍ରଭାବ ପକାଏ । ସେଭଳି କିଛି କାର୍ଯ୍ୟ ମଧ୍ୟରୁ ଗୋଟିଏ ହେଉଛି କବାଟ ପଛପଟେ ପୋଷାକ ଟାଙ୍ଗି ରଖିବା । ଅଧିକାଂଶ ସମୟରେ ଲୋକେ ବାହାରୁ ଘରକୁ ଫେରି ପୋଷାକ ପାଲଟିବା ପରେ ଏହାକୁ କବାଟ ପଛପଟେ ଟାଙ୍ଗି ଦେଇ ଥାନ୍ତି । ବାସ୍ତୁ ନିୟମରେ ଅନୁସାରେ ଏଭଳି କରିବା ଆଦୌ ଉଚିତ୍ ନୁହେଁ । ଜାଣନ୍ତୁ ଏହାକୁ ନେଇ କ’ଣ ରହିଛି ବାସ୍ତୁ ନିୟମ..
ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଦରଜା ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ । କବାଟ ଦ୍ୱାରା ହିଁ ଘରକୁ ପ୍ରବେଶ କରିବା ସହ ବାହାରକୁ ଯାତାୟତ କରନ୍ତି । କବାଟ ପଛପଟେ ପୋଷାକ ଟାଙ୍ଗିବା ଦ୍ୱାରା ଘରକୁ ସକରାତ୍ମକ ଶକ୍ତି ବଦଳରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ସମସ୍ତ କକ୍ଷରେ ଏହାର ପ୍ରଭାବ ପଡିଥାଏ । ଏହାଦ୍ୱାରା ପରିବାରରେ ଆର୍ଥିକ ସମସ୍ୟା, ପରିବାର ସଦସ୍ୟଙ୍କ ମଧ୍ୟରେ କଳହ, ମାନସିକ ଅଶାନ୍ତି ଲାଗି ରହିଥାଏ । ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହା ପ୍ରଭାବ ପକାଏ ।
କବାଟ ପଛପଟ ପରିବର୍ତ୍ତେ କବାଟ ନିକଟରେ ଥିବା କାନ୍ଥରେ ପୋଷାକ ଟାଙ୍ଗିବା ପାଇଁ ମିଳୁଥିବା ହ୍ୟାଙ୍ଗର କିମ୍ବା ଅନ୍ୟ ଜିନିଷର ବ୍ୟବସ୍ଥା କରି ପାରିବେ ।
ଦେଖନ୍ତୁ ଭିଡିଓ ; କାଶୀ ବିଶ୍ୱନାଥ ମନ୍ଦିରରେ କେମିତି ଗର୍ଭଗୃହକୁ ଖସି ପଡିଲେ ମହିଳା ଶ୍ରଦ୍ଧାଳୁ..
Comments are closed.