ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରର ରସୁଲଗଡ଼-ବାଣୀବିହାର ଓଭରବ୍ରିଜରେ ପୁଲିସ ମିତ୍ର ସହଦେବ ନାୟକଙ୍କୁ ବୀଭତ୍ସ ହତ୍ୟା ଘଟଣାରେ ଗୁରୁବାର ସିନ୍ ରିକ୍ରିଏସନ୍ କରିଛି ପୁଲିସ। ଅଭିଯୁକ୍ତଙ୍କୁ ଧଉଳି ନିକଟ ଦୟା ନଦୀ ବ୍ରିଜ୍ ନିକଟକୁ ଆଣି କ୍ରାଇମ୍ ସିନ୍ ରିକ୍ରିଏସନ କରାଯାଇଛି। ଦୟା ନଦୀରୁ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ରକୁ ପୁଲିସ ଜବତ କରିଛି। ହତ୍ୟା ପରେ ମାରଣାସ୍ତ୍ରକୁ ଦୟା ନଦୀରେ ଫିଙ୍ଗିଥିଲେ ଅଭିଯୁକ୍ତ। ବୁଧବାର ସକାଳେ ସହଦେବ ନାୟକଙ୍କୁ ହତ୍ୟା କରାଯାଇଥିବାବେଳେ ସନ୍ଧ୍ୟାରେ ନୟାଗଡ଼ ଶରଣକୂଳରୁ ଜଣେ ମହିଳାଙ୍କ ସମେତ ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା।



