www.samajalive.in
Tuesday, December 9, 2025
15.1 C
Bhubaneswar

ଜଣେ ମହିଳା.. ତିରୁପତିରେ ଏଥିପାଇଁ ଆରମ୍ଭ ହୋଇଥିଲା ଦଳାଚକଟା..

ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିର ଟିକେଟ୍‌ କାଉଣ୍ଟରରେ ଟୋକନ୍‌ ପାଇଁ ଅସମ୍ଭାଳ ଭିଡ ଦେଖା ଯାଇଥିଲା। ଦର୍ଶନ ପାଇଁ ଯାଇଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ଦଳାଚକଟା କାରଣରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକେ ଆହତ ହୋଇଛନ୍ତି।

ତିରୁପତିରେ ୧୦ ରୁ ୧୨ ଜାନୁଆରୀ ୩ ଦିନ ପର୍ଯ୍ୟନ୍ତ ଭଗବାନ ଭେଙ୍କେଟେଶ୍ୱର ସ୍ୱାମୀଙ୍କ ‘ସର୍ବଦର୍ଶନ’ ପାଇଁ ଶ୍ରଦ୍ଧାଳୁଙ୍କୁ ଏକ ଲକ୍ଷ ୨୦ ହଜାର ଟୋକନ୍‌ ବଣ୍ଟାଯାଏ । ୧୦ ଦିନ ହେବାକୁ ଥିବା ଏହି ଉତ୍ସବ ପାଇଁ ଦର୍ଶନ ଟୋକନ ଗୁରୁବାର ଭୋର ୫ଟାରୁ ବଣ୍ଟାଯିବାକୁ ଥିଲା । ମାତ୍ର ଟିକେଟ୍‌ କାଉଣ୍ଟରରେ ହଜାର ହଜାର ଲୋକଙ୍କ ଭିଡ ଗୋଟିଏ ଦିନ ପୂର୍ବରୁୁ ରାତିରୁ ହିଁ ଆରମ୍ଭ ହୋଇଥିଲା । ଅଧିକାରୀ କହିଛନ୍ତି, ଟୋକନ୍‌ ବିତରଣ ବ୍ୟବସ୍ଥା ୯୪ ସ୍ଥାନରେ କରାଯାଇଥିଲା।

- Advertisement -

ମିଳିଥିବା ସୂଚନାନୁଯାୟୀ, ଟିଟିଡି ଅଧ୍ୟକ୍ଷ ବି.ଆର. ନାଇଡୁ କହିଛନ୍ତି, ଜଣେ ମହିଳା ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସାହାଯ୍ୟ କରିବା ପାଇଁ ଫାଟକ ଖୋଲାଯିବା ମାତ୍ରେ ଭିଡ ଅସମ୍ଭାଳ ହେବା ସହ ହଠାତ୍‌ ଆଗକୁ ଆଗକୁ ବଢିଥିଲେ । ଏହାପରେ ଭିଡ ଅନିୟନ୍ତ୍ରଣ ହେବା ସହ ଦଳାଚକଟା ଆରମ୍ଭ ହୋଇଯାଇଥିଲା। ଭିଡକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯିବା ସତ୍ତେ୍ୱ ବୁଧବାର ସନ୍ଧ୍ୟାରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ୬ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେବା ସହ ୪୦ରୁ ଅଧିକ ଲୋକେ ଗୁରୁତର ଆହତ ହୋଇଥିଲେ। ଭିଡ ନିୟନ୍ତ୍ରଣ କରିବାକୁ ୧୫ ମିନିଟ୍‌ ସମୟ ଲାଗି ଥିଲା ବୋଲି ତିରୁପତି ଜିଲ୍ଲାପାଳ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ କରିବାକୁ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ଓ ଗୁରୁତରଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।  ଆହତଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ମଧ୍ୟ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସେ ସମବେଦନା ଜଣାଇଛନ୍ତି।

ଦେଖନ୍ତୁ ଭିଡିଓ ; ଚମତ୍କାରରୁ କମ୍‌ ନୁହେଁ, ରେଳ ଧାରଣାରେ ମହିଳାଙ୍କ ଉପରେ ଅତିକ୍ରମ କଲା ଦ୍ରୁତଗାମୀ ଟ୍ରେନ୍‌, ତା’ପରେ..

୧୨ ବର୍ଷ ପରେ.. ମକର ସଂକ୍ରାନ୍ତିରେ ଦୁର୍ଲ୍ଲଭ ଯୋଗ, ଜାଣନ୍ତୁ ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ, କାହାକୁ ମିଳିବ ଧନ, ହେବ ବିବାହ..

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories