www.samajalive.in
Saturday, December 6, 2025
16.1 C
Bhubaneswar

ଆଉ ଜଣେ କ୍ରିକେଟରଙ୍କ ଇନଷ୍ଟାଗ୍ରାମରୁ ପତ୍ନୀଙ୍କ ଫଟୋ ଗାଏବ, ଛାଡ଼ପତ୍ର ଚର୍ଚ୍ଚା

ସମାଜ ଡିଜିଟାଲ ଡେସ୍କ: ନିକଟ ଅତୀତରେ ଭାରତୀୟ ଦଳର ଅନେକ କ୍ରିକେଟର ପତ୍ନୀଙ୍କଠାରୁ ଅଲଗା ହୋଇଛନ୍ତି। ଶିଖର ଧାୱନ ଓ ଆୟେଶା ମୁଖାର୍ଜୀଙ୍କ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶା ଷ୍ଟାନ୍‌କୋଭିକଙ୍କ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିସାରିଛି। ଏବେ ଟିମ୍‌ ଇଣ୍ଡିଆର ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମାଙ୍କ ଛାଡ଼ପତ୍ର ଖବର ଶୁଣିବାକୁ ମିଳୁଛି। ଉଭୟ ସାମାଜିକ ଗଣମାଧ୍ୟମରେ ପରସ୍ପରକୁ ଅନ୍‌ଫଲୋ କରି ଦେଇଛନ୍ତି। ଏପରିକି ଧନଶ୍ରୀଙ୍କ ସହ ଥିବା ଫଟୋ ମଧ୍ୟ ଚହଲ ହଟାଇ ଦେଇଛନ୍ତି। ଇତି ମଧ୍ୟରେ ଆଉ ଜଣେ ଭାରତୀୟ କ୍ରିକେଟର ମନୀଷ ପାଣ୍ଡେ ଏବଂ ତାଙ୍କ ପତ୍ନୀ ଆଶ୍ରିତା ଶେଟ୍ଟୀଙ୍କ ସମ୍ପର୍କରେ ତିକ୍ତତା ନେଇ ଖବର ସାମ୍ନାକୁ ଆସିଛି।

ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ମନୀଷ ପାଣ୍ଡେଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରୁ ତାଙ୍କ ପତ୍ନୀ ଆଶ୍ରିତା ଶେଟ୍ଟୀଙ୍କ ଫଟୋ ଗାଏବ ହୋଇଯାଇଛି। ମନୀଷ ସୋସିଆଲ ମିଡିଆରେ ଖୁବ୍‌ କମ୍‌ ସକ୍ରିୟ ରୁହନ୍ତି। କିନ୍ତୁ ପତ୍ନୀଙ୍କ ସହ ସେ ଅନେକ ଫଟୋ ଶେୟାର କରିଥିଲେ। ଏବେ ସବୁ ହଟାଇ ଦେଇଛନ୍ତି। ଆଶ୍ରିତା ଶେଟ୍ଟୀ ମଧ୍ୟ ତାଙ୍କ ପ୍ରୋଫାଇଲରୁ ମନୀଷ ପାଣ୍ଡେଙ୍କ ଫଟୋ ହଟାଇ ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ଉଭୟ ଏବେ ପରସ୍ପରକୁ ଫଲୋ ମଧ୍ୟ କରୁନାହାନ୍ତି। ଏହାପରେ ଉଭୟ ପରସ୍ପରଠାରୁ ଅଲଗା ହେବାନେଇ ଚର୍ଚ୍ଚା ଜୋର ଧରିଛି।

- Advertisement -

ମନୀଷ ପାଣ୍ଡେ ୨୦୧୯ରେ ଆଶ୍ରିତା ଶେଟ୍ଟୀଙ୍କୁ ବିବାହ କରିଥିଲେ। ଆଶ୍ରିତାଙ୍କ ପରିବାର କର୍ଣ୍ଣାଟକର ଏବଂ ସେ ଜଣେ ତାମିଲ ଚଳଚ୍ଚିତ୍ର ଅଭିନେତ୍ରୀ। ବିବାହ ପରେ ତାଙ୍କୁ ଭାରତୀୟ ଦଳର ମ୍ୟାଚ୍ ତଥା ଆଇପିଏଲ୍ ସମୟରେ ଦେଖିବାକୁ ମିଳିଥିଲା। କିନ୍ତୁ ଆଇପିଏଲ୍ ୨୦୨୪ ସମୟରେ ତାଙ୍କୁ ଦେଖିବାକୁ ମିଳି ନ ଥିଲା। ମନୀଷ ପାଣ୍ଡେ କୋଲକାତା ନାଇଟ୍ ରାଇଡର୍ସର ଖେଳାଳି ଥିଲେ ଏବଂ ଦଳ ଚମ୍ପିଆନ୍ ମଧ୍ୟ ହୋଇଥିଲା। ଚମ୍ପିଆନ୍ ହେବା ପରେ ମଧ୍ୟ ଆଶ୍ରିତା କୌଣସି ପୋଷ୍ଟ କରିନଥିଲେ।

ମନୀଷ ପାଣ୍ଡେ ଆଇପିଏଲରେ ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍। ସେ ୨୦୦୯ରେ ଆରସିବି ପାଇଁ ଖେଳିବାବେଳେ ଶତକ ହାସଲ କରିଥିଲେ। ୨୦୨୧ ପରେ ତାଙ୍କୁ ଭାରତୀୟ ଦଳ ପାଇଁ ଖେଳିବାକୁ ସୁଯୋଗ ମଧ୍ୟ ମିଳିନାହିଁ। ଭାରତ ପାଇଁ ୨୯ଟି ଦିନିକିଆରେ ୫୬୬ ରନ୍ ଏବଂ ୩୯ ଟି-୨୦ରେ ୭୦୯ ରନ୍ କରିଛନ୍ତି ମନୀଷ ପାଣ୍ଡେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories