www.samajalive.in
Sunday, December 7, 2025
23.1 C
Bhubaneswar

ସାମ୍ବାଦିକଙ୍କୁ ମାଡ,ଏସ୍‌ଡିଓ ଗିରଫ: ଏସପି କହିଲେ ଆଇନ୍ ଅନୁଯାୟୀ ହେବ କାର୍ଯ୍ୟାନୁଷ୍ଠାନ

ଟିଟିଲାଗଡ଼଼ : ସାମ୍ବାଦିକଙ୍କୁ ଆକ୍ରମଣ ମାମଲା।  ବଲାଙ୍ଗୀର କଣ୍ଟାବାଞ୍ଜୀ ଇଲେକ୍ଟ୍ରିକାଲ ଏସଡିଓ ଜଗନ୍ନାଥ ପତିଙ୍କୁ ଗିରଫ କରାଯାଇଛି। ଆଉ କିଛି ସମୟ ପରେ ପୁଲିସ୍ କୋର୍ଟ ଚାଲାଣ କରିବା ନେଇ ସୂଚନା ମିଳିଛି। ସେପଟେ ଘଟଣାକୁ ନେଇ ଏସ୍‌ପି କହିଛନ୍ତି ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନା ମୁତାବକ ଟିଟିଲାଗଡ଼଼ ଥାନା ଅନ୍ତର୍ଗତ ଖୋଲାଣ ପୋଲ ନିକଟରେ ଗତକାଲି ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି। ସାମ୍ବାଦିକଙ୍କ କ୍ୟାମେରା ବ୍ୟାଟେରି ସହ ଚିପ୍ସ ଲୁଟ ହୋଇଛି। ଟିଟିଲାଗଡ଼଼ ଅଞ୍ଚଳରେ ଜନୈକ ଶ୍ରମିକ ବିଦ୍ୟୁତ କରେଣ୍ଟ ଲାଗି ମୃତ୍ୟୁବରଣ କରିଥିଲେ। ଏନେଇ ବିଭାଗ ତରଫରୁ ପ୍ରତିକ୍ରିୟା ତଥା ମତାମତ ନେବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଟିଟିଲାଗଡ଼଼ ଟାଟା ପାୱାର ଡିଭିଜନର ଅନେକ ଅଧିକାରୀ, ଏସଡିଓ, ଜେଇ ନିଜ ସରକାରୀ ଡ୍ୟୁଟି ଛାଡି ଖୋଲାଣ ଗ୍ରାମ ଦେଇ ଯାଇଥିବା ଲାନ୍ଥ ନଦୀ ପୋଲ ତଳେ ଥିବା ଆମ୍ବ ବଗିଚାରେ ଭୋଜି ଭାତର ଆସର ଜମାଇଥିଲେ। ସାମ୍ବାଦିକ ସଂଘ ଓୟୁଜେର ଟିଟିଲାଗଡ଼଼ ସମ୍ପାଦକ ସଞ୍ଜୟ ବେହେରା, ଓଟିଭି ସାମ୍ବାଦିକ ଅବିନାଶ ନନ୍ଦ, ତରୁଣ ବେହେରା ଅଧିକାରୀଙ୍କ ମତାମତ ନେବା ପାଇଁ ସେଠାକୁ ଯାଇଥିଲେ। କେଉଁ ପରିସ୍ଥିତିରେ ଶ୍ରମିକର ମୃତ୍ୟୁ ଘଟିଲା। ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ସ୍ଥଳ ଉପରେ ଥିବା ବିଦ୍ୟୁତ ତାର କାହିଁକି ଅପସାରଣ କରାଗଲା ନାହିଁ ଏଭଳି ପ୍ରଶ୍ନ ପଚାରିବାରୁ ଉପସ୍ଥିତ ଥିବା କେତେକ ଅଧିକାରୀ ଉତକ୍ଷିପ୍ତ ହୋଇ ଗଣମାଧ୍ୟମ ପ୍ରତିନିଧି ଉପରେ ଅତର୍କିତ ଭାବରେ ମରଣାନ୍ତକ ଆକ୍ରମଣ କରିଥିଲେ। ଖୋଲାଣ ସରପଞ୍ଚ ନରେଶ ଅଗ୍ରୱାଲ ତଥା ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଆହତ ସାମ୍ବାଦିକଙ୍କୁ ଉଦ୍ଧାର କରିଥିଲେ। ବିଦ୍ୟୁତ ଅଧିକାରୀ ସରପଞ୍ଚ ଶ୍ରୀ ଅଗ୍ରୱାଲଙ୍କୁ ମଧ୍ୟ ଦୁର୍ବ୍ୟବହାର ପ୍ରଦର୍ଶନ କରିବାକୁ ପଛାଇ ନଥିଲେ। ଏନେଇ ଟିଟିଲାଗଡ଼଼ ଥାନାରେ ବିଦ୍ୟୁତ ବିଭାଗର ଅଧିକାରୀ, ଏସଡିଓ, ତଥା ଜେଇ ମାନଙ୍କ ନାଁରେ ଆହତ ସାମ୍ବାଦିକ ଲିଖିତ ଅଭିଯୋଗ କରିଥିଲେ । ଆଜି ଏହି ଘଟଣାରେ କଣ୍ଟାବାଞ୍ଜୀ ଇଲେକ୍ଟ୍ରିକାଲ ଏସଡିଓ ଜଗନ୍ନାଥ ପତିଙ୍କୁ ଗିରଫ କରାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories