କାମାକ୍ଷା ଏକ୍ସପ୍ରେସ ଟ୍ରେନ ଲାଇନଚ୍ୟୁତ ଘଟଣା: ତଦନ୍ତ କରିବେ ରେଳ ସୁରକ୍ଷା ଆୟୁକ୍ତ, ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କାମାକ୍ଷା ଏକ୍ସପ୍ରେସ ଟ୍ରେନ ଲାଇନଚ୍ୟୁତ ଘଟଣାରେ ରେଳ ସୁରକ୍ଷା ଆୟୁକ୍ତ(ସିଆରଏସ) ତଦନ୍ତ କରିବେ ବୋଲି ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି। ରେଳ ସୁରକ୍ଷା ଆୟୁକ୍ତ(ସିଆରଏସ) ତଦନ୍ତ ପରେ କାମାକ୍ଷା ଟ୍ରେନ ଲାଇନଚ୍ୟୁତ ଏବଂ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଇଛି। କେଉଁ ପରିସ୍ଥିତିରେ ଟ୍ରେନ୍ ଲାଇନଚ୍ୟୁତ ହେଲା ତାହା ଜାଣିବା ପାଇଁ ରେଳ ସୁରକ୍ଷା ଆୟୁକ୍ତ(ସିଆରଏସ) ଘଟଣାସ୍ଥଳ ପରିଦର୍ଶନ ଏବଂ ତଥ୍ୟ ସଂଗ୍ରହ କରିବେ। କାମାକ୍ଷା ଏକ୍ସପ୍ରେସ ଟ୍ରେନ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଏକ ରିପୋର୍ଟ ପ୍ରଦାନ କରିବେ। ସିଆରଏସ ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୂର୍ବତଟ ରେଲୱେ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।
Comments are closed.