www.samajalive.in
Saturday, December 13, 2025
21.1 C
Bhubaneswar

ଶିକ୍ଷକ ବଦଳି ବାତିଲ ଓ ଖାଲି ପଡିଥିବା ପଦବୀ ପୂରଣ ଦାବି

ପିପିଲି: ପିପିଲି ବ୍ଲକ ତେଇଶପୁର ପଞ୍ଚାୟତ ଅନ୍ତର୍ଗତ ପୋଡଙ୍ଗ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନ ଥିବା ବେଳେ ସେଠାରୁ ପୁନର୍ବାର ଶିକ୍ଷକ ବଦଳିକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଦ୍ୟାଳୟରେ ଖାଲି ପଡିଥିବା ଶିକ୍ଷକ ପଦବୀକୁ ତୁରନ୍ତ ପୂରଣ କରାଯିବା ଓ ବର୍ତ୍ତମାନର ଶିକ୍ଷକ ବଦଳୀ ନିର୍ଦ୍ଦେଶକୁ ବାତିଲ ଦାବିରେ ପିପିଲି ବ୍ଲକ ଶିକ୍ଷାଧିକାରୀଙ୍କୁ ଭେଟିଛନ୍ତି ବିଦ୍ୟାଳୟର ଅଭିଭାବକଙ୍କ ସମେତ ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ। ଉକ୍ତ ବିଦ୍ୟାଳୟରେ ଖାଲି ପଡିଥିବା ଶିକ୍ଷକ ପଦବୀକୁ ତୁରନ୍ତ ପୂରଣ କରା ନ ଗଲେ ଆନ୍ଦୋଳନ ପନ୍ଥା ଆପଣେଇବା ପାଇଁ ସେମାନେ ଚେତାବନୀ ଦେଇଛନ୍ତି।

ପୋଡଙ୍ଗ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୫୩ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଗତ ୩ବର୍ଷ ମଧ୍ୟରେ ସେଠାରୁ ୪ଜଣ ଶିକ୍ଷକଙ୍କୁ ବଦଳି କରାଯାଇଥିବା ବେଳେ ସେହି ସ୍ଥାନରେ ଆଜି ପର୍ଯ୍ୟନ୍ତ ଜଣେ ହେଲେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ନ ଥିବା ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତିରେ ବିଦ୍ୟାଳୟରେ କାର୍ଯ୍ୟରତ ଅନ୍ୟ ଜଣେ ଶିକ୍ଷକଙ୍କୁ ପୁଣି ବଦଳି ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷକ ଅଭାବ କାରଣରୁ ଛାତ୍ରଛାତ୍ରୀଙ୍କ ପାଠପଢାରେ ଘୋର ଅସୁବିଧା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ ସହିତ ବର୍ତ୍ତମାନ ଦିଆଯାଇଥିବା ଶିକ୍ଷକଙ୍କ ବଦଳି ନିର୍ଦ୍ଦେଶକୁ ବାତିଲ ଦାବିରେ ଜିଲା ପରିଷଦ ସଭ୍ୟ ସାହୁ, ବିଦ୍ୟାଳୟର ପରିଚାଳନା କମିଟି ସଭାପତି ମଙ୍ଗୁଳି ବେହେରାଙ୍କ ସମେତ କେତେକ ଅଭିଭାବକ ବୁଧବାର ପିପିଲି ବ୍ଲକ ଶିକ୍ଷାଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories