www.samajalive.in
Friday, December 12, 2025
15.1 C
Bhubaneswar

ବ୍ଳକସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡି ଛୁଆଁ ପାଳିତ

କଣ୍ଟାବାଞ୍ଜି : ସାରା ରାଜ୍ୟରେ ଆଜି ପ୍ରବେଶ ଉତ୍ସବ ଓ ଖଡି ଛୁଆଁ ପାଳିତ ହେଉଥିବାବେଳେ ତୁରେକେଲା ବ୍ଳକର ଖୁଟୁଲୁମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଳକ ସ୍ତରୀୟ ଉତ୍ସବ ପାଳିତ ହୋଇଥିଲା। ଏହି ଉତ୍ସବରେ ଅତିଥି ଭାବରେ ପୁରୁନ୍ଦର ବାଗ, ବିଧାୟକ ପ୍ରତିନିଧି, ଲୋକନାଥ ଥପା, ହିଆଲ ସରପଞ୍ଚ, ରତ୍ନମଣି ବରାଳ, ସିଡିପିଓ, ସୁପରଭାଇଜର ସୀମା ଦିଦି, ନବୀନ ଭୋଇ, ସମିତି ସଭ୍ୟ, ନିରାନନ୍ଦ ଥପା, ବିଦ୍ୟାଳୟ କମିଟି ସଭାପତି, ବୁଦ୍ଧେଶ୍ୱର ବନଛୋର, ସଞ୍ଜୟ ଖୁରା, ସିଆରସିସି  ଅମରେନ୍ଦ୍ର ବାଗ ଅତିଥି ଭାବରେ ଯୋଗ ଦେଇଥିଲେ। ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ବକ୍ତା ଭାବରେ ଯୋଗ ଦେଇ ପ୍ରବେଶ ଉତ୍ସବ ଓ ଖଡି ଛୁଆଁ ଉପରେ ପ୍ରାଞ୍ଜଳ ଭାବରେ ବୁଝେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌର ମେହେର ସ୍ୱ।ଗତ ଭାଷଣ ଓ ସିଆରସିସି ଗୁରୁ ପ୍ରସାଦ ଛତ୍ରିଆ ଧନ୍ୟବାଦ ଅର୍ପଣ କରିଥିଲେ। ସର୍ବ ପ୍ରଥମେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖେଇବାକୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁଷ୍ପ, ଚନ୍ଦନ ପ୍ରଦାନ କରି ସ୍ୱ।ଗତ କରାଯାଇଥିଲା। ବିଦ୍ୟାଦାତା ଗଣେଶ ଓ ବିଦ୍ୟାଦାତ୍ରୀ ସରସ୍ବତୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯାଇଥିଲା। ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସିଲଟ, ଖଡି ମାଧ୍ୟମରେ ଖଡି ଛୁଆଁ କରାଯାଇଥିଲା। ସରକାରଙ୍କ ତରଫରୁ ଆସିଥିବା କିଟ ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଗଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଗୀତା ପ୍ରଧାନ, ଶୁଭଶ୍ରୀ ପ୍ରଧାନ, ସଙ୍ଗୀତା ପଧାନ, ଆଦିତ୍ୟ କିଷାନ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ଅଭିଭାବକ, ଗ୍ରାମବାସୀ ସହଯୋଗ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories