ନୂଆଦିଲ୍ଲୀ – ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଥା ହୋଇଛନ୍ତି । ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ବିଷୟରେ ଆଲୋଚନା ହୋଇଛି । ବାଣିଜ୍ୟ, ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା, ଶକ୍ତି, ପ୍ରତିରକ୍ଷା ବିଷୟରେ ଦୁଇ ନେତା ଆଲୋଚନା କରିଛନ୍ତି ।
ଅଧିକ ପଢନ୍ତୁ -ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା
ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଭାରତ ଗସ୍ତ ପରେ ଦୁଇ ନେତାଙ୍କ ଆଲୋଚନା ବେଶ୍ ଚର୍ଚ୍ଚାର ବିଷୟ । ଏହାପରେ ମୋଦୀ ଏବଂ ଟ୍ରମ୍ପଙ୍କ ଆଲୋଚନା ସହ ଟ୍ରମ୍ପଙ୍କ ବିବୃତ୍ତି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ସମ୍ଭାବନାକୁ ଆହୁରି ଦୃଢ କରିଛି ।
Had a very warm and engaging conversation with President Trump. We reviewed the progress in our bilateral relations and discussed regional and international developments. India and the U.S. will continue to work together for global peace, stability and prosperity.…
— Narendra Modi (@narendramodi) December 11, 2025
ଆଲୋଚନା ସମୟରେ, ଦୁଇ ନେତା ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି ପାଇଁ ମିଳିତ ପ୍ରୟାସରେ ଗତି ବଜାୟ ରଖିବାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ।
ଅଧିକ ପଢନ୍ତୁ -ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ



