www.samajalive.in
Thursday, December 11, 2025
16.1 C
Bhubaneswar

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ – ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି ଟ୍ୱେଣ୍ଟି ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକା ଠାରୁ ୫୧ ରନ୍‌ରେ ପରାସ୍ତ ହୋଇଛି ।   ଦକ୍ଷିଣ ଆଫ୍ରିକା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୨୧୩ ରନ ସଂଗ୍ରହ କରି୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ ଦେଇଥିଲା ଦକ୍ଷିଣ ଆଫ୍ରିକା।

ଦକ୍ଷିଣ ଆଫ୍ରିକା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୨୧୩ ରନ ସଂଗ୍ରହ କରିଥିଲା। ଶତକରୁ ବଞ୍ଚିତ ହୋଇଥିବା କ୍ବିଣ୍ଟନ ଡି’କକ ମାତ୍ର ୪୬ ବଲରେ ସର୍ବାଧିକ ୯୦ ରନ କରିଥିଲେ, ଯେଉଁଥିରେ ୭ଟି ବିଶାଳ ଛକା ସାମିଲ ଥିଲା।।

- Advertisement -

ଭାରତ ଦ୍ୱିତୀୟ ବ୍ୟାଟିଂ କରି ସମସ୍ତ ଓ୍ୱିକେଟ୍‌ ହରାଇ ୧୬୨ ରନ୍‌ କରିଥିଲା। ଭାରତର ତିଳକ ବର୍ମାଙ୍କୁ ଛାଡି ଦେଲେ କୌଣସି ବ୍ୟାଟର ଭଲ ପ୍ରଦର୍ଶନ କରି ନଥିଲ । ତିଳକ ବର୍ମା ୩୪ ବଲ୍‌ରେ ୬୨ ରନ୍‌ ସଂଗ୍ରହ କରିଥିଲେ ।

ଅଧିକ ପଢନ୍ତୁ -ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଟସ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ। ଯଦିଓ ୩୮ ରନରେ ପ୍ରଥମ ଉଇକେଟ ହରାଇଥିଲା ଦଳ, ତେବେ କ୍ବିଣ୍ଟନ ଡି’କକ୍ ଏବଂ ଏଡେନ ମର୍କରମ ୨ୟ ଉଇକେଟ ଯୋଡ଼ିରେ ୮୩ ରନ ଯୋଡ଼ି ଦଳ ପାଇଁ ମଜଭୁଦ ମୂଳଦୂଆ ପକାଇଥିଲେ। ଏହା ପରେ ଡି’କକ ଅନ୍ୟ ସାଥୀ ଖେଳାଳିଙ୍କ ସହିତ ମିଶି ଦଳକୁ ଏକ ବଡ଼ ସ୍କୋର ଅଭିମୁଖେ ଆଗେଇ ନେଇଥିଲେ। ୧୫.୧ ଓଭରରେ ଦଳର ସ୍କୋର ୧୫୬ ରନ ହୋଇଥିବା ବେଳେ ସେ ୯୦ ରନ କରି ଆଉଟ ହୋଇଥିଲେ। ହେଲେ ଏହା ପରେ ଦୋନୋଭା ଫେରେରା ଏବଂ ଡେଭିଡ ମିଲର ବିସ୍ଫୋରକ ବ୍ୟାଟିଂ କରି ଦଳ ପାଇଁ ବଡ଼ ସ୍କୋର କରିବାରେ ସହାୟତା କରିଥିଲେ। ଦୋନୋଭାନ ୧୬ ବଲରୁ ୩୦ ଏବଂ ମିଲର ୧୨ ବଲରୁ ୨୦ ରନ କରିଥିଲେ।

ଅଧିକ ପଢନ୍ତୁ -ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ଭାରତୀୟ ବୋଲର ଭାବେ ଆରମ୍ଭରୁ ନିରାଶଜନକ ପ୍ରଦର୍ଶନ କରିଥିଲେ। ଠିକ୍‌ ସମୟରେ ଦଳକୁ ଉଇକେଟ ଦେବାରେ ବିଫଳ ହୋଇଥିବା ଭାରତୀୟ ବୋଲରଙ୍କ ବୋଲିଂ ପ୍ରଭାବଶୂନ୍ୟ ପରି ମନେ ହେଉଥିଲା। ସବୁଠୁ ଆଶ୍ଚର୍ଯ୍ୟ କରିଥିବା ଅର୍ଶଦୀପ ସିଂହଙ୍କ ୭ଟି ୱାଇଡ୍ ବିଶିଷ୍ଟ ଓଭର। ଗୋଟିଏ ଓଭରରେ ସେ ୭ଟି ୱାଇଡ ପକାଇ ଚର୍ଚ୍ଚାକୁ ଆସିଥିଲେ। ଯାହାଫଳରେ ସେ ଏକ ଅଲୋଡ଼ା ରେକର୍ଡର ଅଧିକାରୀ ମଧ୍ୟ ହୋଇଛନ୍ତି। ଏହି ଓଭରରେ ସେ ୧୮ ରନ ଦେଇଥିଲେ। ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୨ଟି ଉଇକେଟ ନେଇଥିବାବେଳେ ଅକ୍ଷର ପଟେଲ ୧ଟି ଉଇକେଟ ଅକ୍ତିଆର କରିଥିଲେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories