www.samajalive.in
Thursday, December 11, 2025
16.1 C
Bhubaneswar

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି ଥିଲା ୨ୟ ମୁକାବିଲା। ମୁଲ୍ଲାମ୍ପୁର (ନ୍ୟୁ ଚଣ୍ଡିଗଡ଼)ର ମହାରାଜା ୟାଦଭେନ୍ଦ୍ର ସିଂହ ଇଣ୍ଡରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଭାରତୀୟ ଟିମ୍‌କୁ ବିଜୟ ପାଇଁ ଦକ୍ଷିଣ ଆଫ୍ରିକା ୨୧୪ ରନର ଏକ ବଡ଼ ଟାର୍ଗେଟ୍ ଦେଇଥିଲା । ଦକ୍ଷିଣ ଆଫ୍ରିକା ଟିମ୍ ପାଇଁ କ୍ୱିଣ୍ଟନ ଡିକାକ୍ ସର୍ବାଧିକ ୯୦ ସ୍କୋର କରି ଆଉଟ ହୋଇଥିଲେ ।

ଭାରତୀୟ ଟିମ୍‌ ଦକ୍ଷିଣ ଆଫ୍ରିକା ବିରୋଧରେ ଟି-୨୦ ସିରିଜର ପ୍ରଥମ ମୁକାବିଲାରେ ୧୦୧ ରନରେ ଧମାକାଦାର ବିଜୟ ହାସଲ କରିଥିଲା। କିନ୍ତୁ ଆଜି ଦକ୍ଷିଣ ଆଫ୍ରିକାର ବିଶାଳ ସ୍କୋରକୁ ପୀଛା କରି ନପାରି ହାରି ଯାଇଛି ଟିମ ଇଣ୍ଡିଆ ।
୨୧୪ ରନକୁ ପୀଛା କରି ଭାରତ ପ୍ରଥମେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ୬୭ ସ୍କୋରରେ ଭାରତର ୪ ଜଣ ଖେଳାଳି ପ୍ୟାଭିଲିଅନ ଫେରି ଯାଇଥିଲେ । ଶେଷ ୬ ଓଭରରୁ ଭାରତ ଜିତିବାକୁ ୯୮ ରନ ଆବଶ୍ୟକ କରୁଥିଲା । ଶେଷ ଦୁଇ ଓଭରରେ ଭାରତ ଜିତିବାକୁ ୫୬ ରନ ଆବଶ୍ୟକ କରୁଥିଲା ,ଯାହା ଅସମ୍ଭବ ଥିଲା ।
ଏହି ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଦ୍ୱିତୀୟ ମୁକାବୁଲାକୁ ଜିତି ୧- ୧ରେ ସ୍ତିତି ବରାବର କରିଛି ଦକ୍ଷିଣ ଆଫ୍ରିକା । ବୋଲିଂ ପରେ ଭାରତ ବ୍ୟାଟିଂରେ ବିଫଳ ହୋଇ ଦ୍ୱିତୀୟ ଟି ୨୦ରେ ଦକ୍ଷିଣ ଆଫ୍ରିକା ଠାରୁ ୫୧ ରନ ରେ ହାରିଛି ଭାରତ ।
ଭାରତ: ଶୁଭମନ ଗିଲ୍, ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଳକ ବର୍ମା, ଜିତେଶ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା ।

- Advertisement -

ଦକ୍ଷିଣ ଆଫ୍ରିକା: ରେଜା ହେଣ୍ଡ୍ରିକ୍ସ, କ୍ୱିଣ୍ଟନ୍ ଡି କକ୍ (ଓ୍ବିକେଟ୍ କିପର), ଆଡେନ ମାର୍କ୍ରାମ (ଅଧିନାୟକ), ଡିୱାଲ୍‌ଡ ବ୍ରେଭିସ୍, ଡେଭିଡ୍ ମିଲର, ଡୋନୋଭାନ ଫେରେରା, ଜର୍ଜ ଲିଣ୍ଡେ, ମାର୍କୋ ଜାନସେନ୍, ଲୁଥୋ ସିପାମଲା, ଲୁଙ୍ଗି ନିଗିଡି, ଓଟନେଲ ବାର୍ଟମ୍ୟାନ୍

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories