www.samajalive.in
Saturday, December 13, 2025
18.1 C
Bhubaneswar

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି ପ୍ରତିବାଦ । ଶନିବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜର ବର୍ଦ୍ଧିତ ଦରମା ନେବେ ନାହିଁ ବୋଲି ଘୋଷଣା କରିଛନ୍ତି । ନିଜର ବର୍ଦ୍ଧିତ ଦରମାକୁ ଓଡ଼ିଶାବାସୀ ତଥା ଗରିବଙ୍କ ବିକାଶ ପାଇଁ ଦାନ କରିବେ ଚିଠି ଲେଖି ଜଣାଇଛନ୍ତି ନବୀନ । ସେ ଲେଖିଛନ୍ତି “ଓଡ଼ିଶାବାସୀ ଦୀର୍ଘ ୨୫ ବର୍ଷ ଧରି ମୋତେ ଯେଉଁ ସ୍ନେହ ଆଉ ଭଲପାଇବା ଦେଇଛନ୍ତି ସେନେଇ ଓଡ଼ିଶାବାସୀଙ୍କ ପାଖରେ ମୁଁ ଚିର ଋଣି” । “ତେଣୁ ମୋର ବର୍ଦ୍ଧିତ ଦରମା ଓ ଭତ୍ତାକୁ ସେମାନଙ୍କ ଉଦ୍ଦେଶ୍ୟରେ ସହୃଦୟତାର ସହ ଦାନ କରିବା ନେଇ ଘୋଷଣା କରୁଛି” ।

- Advertisement -

ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ, “୨୦୧୫ରେ ଆମ ପରିବାର କଟକସ୍ଥିତ ଆନନ୍ଦ ଭବନ କୁ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଯେଉଁ ମନୋଭାବ ନେଇ ସମର୍ପଣ କରିଥିଲେ ସେଇ ମନୋଭାବ ନେଇ ମୋର ବର୍ଦ୍ଧିତ ଦରମା ୩ ଲକ୍ଷ ୬୨ ହାଜର ଟଙ୍କାକୁ ଦାନ କରିବି” ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସେ ଏନେଇ ଚିଠି ଲେଖିବା ସହ ବିଧାନସଭା ବାଚସ୍ପତିଙ୍କୁ ମଧ୍ୟ ଉକ୍ତ ଚିଠି ପ୍ରେରଣ କରିଛନ୍ତି ।

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories