www.samajalive.in
Monday, December 15, 2025
26.1 C
Bhubaneswar

ମାସେ ପରେ ବୃହସ୍ପତି ଚଳନ ; ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ, ସବୁ ସଫଳତା..

ଚଳିତ ବର୍ଷ ଅନେକ ଗ୍ରହ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରୁଛନ୍ତି । ସମସ୍ତ ଗ୍ରହଙ୍କ ମଧ୍ୟରୁ ଶନି ଓ ଗୁରୁ ଗ୍ରହଙ୍କ ଚଳନର ବିଶେଷ ମାନ୍ୟତା ରହିଛି । ଦେବଗୁରୁ ରାଶି ପରିବର୍ତ୍ତନ କରିବା ଦ୍ୱାରା ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ଅନେକ ପ୍ରଭାବ ପଡିଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗ୍ରହ ସବୁଠାରୁ ଧିମା ଚଳନ କରି ଥାନ୍ତି । ପ୍ରାୟ ଗୋଟିଏ ରାଶିରେ ଅଢେଇ ବର୍ଷ ରହି ଥାନ୍ତି । ସେହିପରି ଗୁରୁ ଗ୍ରହ ମଧ୍ୟ ୧୩ ମାସକୁ ଥରେ ରାଶି ପରିବର୍ତ୍ତନ କରି ଥାନ୍ତି ।
ବର୍ତ୍ତମାନ ଗୁରୁ ବୃଷ ରାଶିରେ ରହିଛନ୍ତି । ଚୈତ୍ର ନବରାତ୍ର ପରେ ବୁଧଙ୍କ ରାଶି ମିଥୁନରେ ଗୁରୁଗ୍ରହ ପ୍ରବେଶ କରିବେ । ତେବେ ଏହାର ପ୍ରଭାବରେ କିଛି ରାଶି ବ୍ୟକ୍ତି ବିଶେଷ ଖୁବ୍‌ ଭାଗ୍ୟଶାଳୀ ହେବାକୁ ଯାଉଛନ୍ତି । ମେ’ ମାସରେ ଗୁରୁ ଚଳନ କରିବେ । ଦେବଗୁରୁ ବୃହସ୍ପତି ବୃଷ ରାଶିରୁ ମିଥୁନ ରାଶିରେ ଚଳନ କରିବେ। ଏହାର ପ୍ରଭାବରେ କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଚାକିରି ଠାରୁ ଆରମ୍ଭ କରି ବ୍ୟବସାୟରେ ମାଲାମାଲ୍‌ ହେବେ।

- Advertisement -

ମିଥୁନ- ଏହି ରାଶି ବ୍ୟକ୍ତି ବିଶେଷଙ୍କର ଆତ୍ମବିଶ୍ୱାସ ବୃଦ୍ଧି ହେବ । ଅଟକି ଥିବା ସମସ୍ତ କାମରେ ସଫଳତା ମିଳିବ । ଧନ ଲାଭ ହେବ । କର୍ମକ୍ଷେତ୍ରରେ ଶୁଭଫଳ ମିଳିବ । ନୂଆ ଚାକିରିର ଯୋଗ ରହିଛି । ବୈବାହିକ ଜୀବନ ସୁଖମୟ ହେବ । ବ୍ୟବସାୟରେ ବଡ ଲାଭ ହେବ । ମାନ-ସମ୍ମାନ ବୃଦ୍ଧି ହେବ ।

ରେକର୍ଡ ଭାଙ୍ଗିଲା ସୁନା ଦର ; ଛୁଇଁଲା ୯୦ ହଜାର

ସିଂହ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଅନେକ କ୍ଷେତ୍ରରେ ସଫଳତା ମିଳିବ। ଆତ୍ମବିଶ୍ୱାସ ବୃଦ୍ଧି ହେବ। ଧନ ରୋଜଗାର କରିବାର ନୂଆ ନୂଆ ସୁଯୋଗ ଆସିବ । କର୍ମକ୍ଷେତ୍ରରେ ସଫଳତା ମିଳିବ। ଚାକିରି କ୍ଷେତ୍ରରେ ନୂଆ ନୂଆ ସୁଯୋଗ ମିଳିବ। ଆର୍ଥିକ ସ୍ଥିତିରେ ପୂର୍ବ ଅପେକ୍ଷା ସୁଧାର ଆସିବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ। ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ।

ଦେଖନ୍ତୁ ଭିଡିଓ; ଗାଁକୁ ପଶିଗଲା ବାଘ, ଲୋକେ ଠେଙ୍ଗା ଧରି..

ମକର- ଗୁରୁଙ୍କ ଚଳନ ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର। ଜୀବନରେ ଅନେକ ସକରାତ୍ମକ ଫଳ ମିଳିବ । କର୍ମକ୍ଷେତ୍ର ଓ ବ୍ୟବସାୟରେ ଖୁବ୍‌ ଲାଭ ମିଳିବ। ହଠାତ୍‌ ଧନ ପ୍ରାପ୍ତି ହେବ। ଜୀବନସାଥୀଙ୍କ ସହ ହସଖୁସିରେ ସମୟ ଅତିବାହିତ କରିବେ। ସରକାରୀ କ୍ଷେତ୍ରରେ ବଡ ଲାଭ ମିଳିବ।

ମାର୍ଚ୍ଚ ୨୯ରେ ଦୁର୍ଲ୍ଲଭ ଯୋଗ; ବାସ୍‌ ଏହି ସରଳ ଉପାୟରେ ଦୂର ହେବ ଶନିଦଶା, ମିଳିବ ସଫଳତା..

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories