www.samajalive.in
Sunday, December 14, 2025
19.1 C
Bhubaneswar

ୱେଭ୍ସ ୨୦୨୫ରେ ଅଂଶଗ୍ରହଣ କରିବାକୁ ଚିଲିକୁ ନିମନ୍ତ୍ରଣ କଲା ଭାରତ

ଡେସ୍କ: ମେ’ ପହିଲାରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ହେବାକୁ ଥିବା ୱେଭ୍ସ ୨୦୨୫ ପାଇଁ ଭାରତ ଚିଲିକୁ ନିମନ୍ତ୍ରଣ କରିଛି। ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗାନ୍ ଗତକାଲି ଚିଲିର ସଂସ୍କୃତି, କଳା ଓ ଐତିହ୍ୟ ମନ୍ତ୍ରୀ କାରୋଲିନା ଆରେଡୋଣ୍ଡୋଙ୍କୁ ସାକ୍ଷାତ କରି ୱେଭ୍ସ ୨୦୨୫ ପାଇଁ ନିମନ୍ତ୍ରଣ କରିଥିଲେ ଏବଂ ଶ୍ରୀମତୀ ଆରେଡୋଣ୍ଡୋଙ୍କୁ ଭାରତୀୟ ମୂର୍ତ୍ତିଗୁଡ଼ିକୁ ଚିତ୍ରିତ କରୁଥିବା ଏକ ଚିତ୍ର ପ୍ରଦାନ କରିଥିଲେ। ଉଭୟ ମନ୍ତ୍ରୀ ଭାରତ-ଚିଲି ସାଂସ୍କୃତିକ ସହଯୋଗକୁ ସୁଦୃଢ଼ କରିବା, କଳା ଏବଂ ଐତିହ୍ୟ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର କରିବା ଉପରେ ଆଲୋଚନା କରିଥିଲେ।

ବୈଠକରେ ଚିଲି ଦୂତାବାସର ତୃତୀୟ ସଚିବ ମାର୍ଟିନ ଗୋର୍ମାଜଙ୍କ ସମେତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଉପସଚିବ ଲକ୍ଷ୍ମୀ ଚନ୍ଦ୍ରା ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ (ଚଳଚ୍ଚିତ୍ର) ଡ. ଅଜୟ ନାଗଭୂଷଣ ଏମଏନଙ୍କ ସମେତ ଚିଲି ପ୍ରତିନିଧି ମଣ୍ଡଳର ସଦସ୍ୟମାନେ ଉପସ୍ଥିତ ଥିଲେ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories