www.samajalive.in
Friday, December 12, 2025
15.1 C
Bhubaneswar

ରାଜଧାନୀରୁ ପ୍ରେମିକକୁ ଅପହରଣ କଲା ଝାଡ଼ଖଣ୍ଡୀ ପ୍ରେମିକା, ୫ ଗିରଫ

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଭୁବନେଶ୍ଵରରୁ ପ୍ରେମିକକୁ ଅପହରଣ କରିନେଲା ପ୍ରେମିକା। ନିଜ ଭଉଣୀର ପ୍ରେମିକ ଓ କିଛି ଗୁଣ୍ଡାଙ୍କୁ ଲଗାଇ ପ୍ରେମିକକୁ ଅପହରଣ କରିନେବା ପରେ ମୁଣ୍ଡ ଜାମିନ ରଖି ୧୦ ଲକ୍ଷ ଟଙ୍କା ଦାବି କଲା। ଏପରି କି ବନ୍ଦ ଘରେ ରଖି ପ୍ରେମିକକୁ ନିର୍ଯାତନା ଦେଲା। ଏଭଳି ଏକ ଘଟଣା ଉପରୁ ପରଦା ଉଠାଇଛି କମିଶନରେଟ ପୁଲିସ। ଘଟଣାରେ ସମ୍ପୃକ୍ତି ମାଷ୍ଟରମାଇଣ୍ଡ ତଥା ପ୍ରେମିକା ପ୍ରାପ୍ତି ଶର୍ମାଙ୍କ ସହିତ ଅନ୍ୟ ୪ ଅପହର୍ତ୍ତାଙ୍କୁ ପୁଲିସ ଗିରଫ କରିଛି। ଏହା ସହିତ ଅପହୃତ ପ୍ରେମିକକୁ ଝାଡ଼ଖଣ୍ଡରୁ ଉଦ୍ଧାର କରିଛି।

ପ୍ରେମିକା ପ୍ରାପ୍ତି ଏବଂ ଅପହୃତ ଯୁବକଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ଆରମ୍ଭ ହୋଇଥିଲା ହୋଇଥିଲା। ଏହା ପରେ ପ୍ରେମିକଠାରୁ ଟଙ୍କା ହଡ଼ପ କରିବା ଲାଗି ପ୍ରାପ୍ତି ଏହି ଅପହରଣ କାଣ୍ଡ ଘଟାଇଥିଲେ। ନିଜ ଭଉଣୀର ପ୍ରେମିକଙ୍କ ସହିତ ମିଶି ପୂରା ଯୋଜନା କରିଥିଲେ। ଶେଷରେ ୪ ଜଣ ଯୁବକ ୨ଟି କାରରେ ଆସି ଝାରପଡ଼ା ଅଞ୍ଚଳରୁ ପ୍ରାପ୍ତିଙ୍କ ପ୍ରେମିକଙ୍କୁ ଅପହରଣ କରିନେଇଥିଲେ। ଗତ ୩୧ ତାରିଖରେ ଏ ନେଇ ପରିବାର ପକ୍ଷରୁ ଖାରବେଳନଗର ଥାନାରେ ଅଭିଯୋଗ ହୋଇଥିଲା। କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ବାଡ୍‌ ମୋବାଇଲ ଲୋକେସନ ଏବଂ ହ୍ୟୁମାନ ଇଣ୍ଟେଲିଜେନ୍ସ ଆଧାରରେ ଅପହୃତ ଯୁବକଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତମାନଙ୍କୁ ଗିରଫ କରିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories