www.samajalive.in
Tuesday, December 9, 2025
23.1 C
Bhubaneswar

ୱାକଫ ବିଧେୟକକୁ ସ୍ବାଗତ କଲେ ଦିଲ୍ଲୀ ହଜ୍‌ କମିଟି ଅଧ୍ୟକ୍ଷା

ସମାଜ ଡିଜିଟାଲ ଡେସ୍କ: ୱାକଫ ସଂଶୋଧନ ବିଧେୟକ ବୁଧବାର ସଂସଦରେ ଆଗତ ହୋଇଛି। ଏହା ଉପରେ ୮ ଘଣ୍ଟା ଆଲୋଚନା ହେବ। ତେବେ ବିଧେୟକକୁ ବିରୋଧୀ ଦଳଗୁଡ଼ିକ ବିରୋଧ କରିଆସୁଛନ୍ତି। ଏହା ମଧ୍ୟରେ ବିଧେୟକକୁ ସ୍ବାଗତ କରିଛନ୍ତି ଦିଲ୍ଲୀ ହଜ୍‌ କମିଟି ଅଧ୍ୟକ୍ଷା କୌସର ଜାହାଁ। କୌସର କହିଛନ୍ତି, ବିଧେୟକକୁ ସେ ସ୍ବାଗତ କରିୁଛନ୍ତି। ଯେଉଁମାନେ ଦେଶର ମଙ୍ଗଳ ଚାହୁଁନାହାନ୍ତି, ସେମାନେ ହିଁ ଏହାକୁ ବିରୋଧ କରୁଛନ୍ତି। ସ୍ବଚ୍ଛତା, ଦାୟିତ୍ଵାଧୀନତା ଏବଂ ନିରପେକ୍ଷତା ଦିଗରେ ଏହା ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ। ସାମ୍ପ୍ରତିକ ସ୍ଥିତିରେ ଏହା ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି। ବର୍ତ୍ତମାନ ପରସ୍ଥିତିରେ ୱାକଫ ବୋର୍ଡ ଏବଂ ୱାକଫ ସମ୍ପତ୍ତି ପରିବର୍ତ୍ତନ ଚାହୁଁଛି। ପ୍ରକୃତ ହିତାଧିକାରୀ ଏବଂ ଅବହେଳିତ ମୁସଲମାନ ବର୍ତ୍ତମାନର ୱାକଫ ବୋର୍ଡରୁ କୌଣସି ଲାଭ ପାଉନାହାନ୍ତି। ତେଣୁ ସେମାନଙ୍କୁ ସେମାନଙ୍କ ଅଧିକାର ପ୍ରଦାନ ଦିଗରେ ଏହା ଅତ୍ୟନ୍ତ ଭଲ ପଦକ୍ଷେପ ବୋଲି କୌସର କହିଛନ୍ତି।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories