ବନ୍ଧୁକ ଦେଖାଇ ପେଟ୍ରେଲ୍ ପମ୍ପରୁ ଲୁଟ, ପୁଲିସର ଛାନଭିନ୍

କୁଚିଣ୍ଡା: ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ଲୁଟ୍ ହୋଇଥିବା ସୂଚନା ମିଳିଛି। ବାଇକରେ ଆସି ୩ ମୁଖାପିନ୍ଧା ଲୁଟେରା ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ଟଙ୍କା ଛଡ଼େଇ ନେଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ ଗୋବିନ୍ଦପୁର ଥାନା ବଡ଼ପୋଷ ଗାଁ ନିକଟ ପେଟ୍ରୋଲ ପମ୍ପରୁ ବାଇକରେ ଆସି ୩ ମୁଖାପିନ୍ଧା ଲୁଟେରା ୩୦ହଜାରରୁ ଅଧିକ ଟଙ୍କା ଲୁଟେରା ନେଇଯାଇଥିବା ଅଭିଯୋଗ ହୋଇଛି। ପେଟ୍ରୋଲ ପମ୍ପ କର୍ମଚାରୀମାନଙ୍କଠାରୁ ଅଭିଯୋଗ ପାଇବା ପରେ ଗୋବିନ୍ଦପୁର ଥାନା ପୁଲିସ ଘଟଣାସ୍ଥଳ ପରିଦର୍ଶନ ସହ ତଦନ୍ତ ଆରମ୍ଭ କରିଛି।
Comments are closed.