ପାଗଳା କୁକୁର କାମୁଡ଼ାରେ ୩ ଆହତ

କଲ୍ୟଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦରରେ କୁକୁର କାମୁଡ଼ାରେ ତିନିଜଣ ଆହତ ହୋଇଥିବା ଜଣାପଡିଛି । ଆଜି ଏକ କୁକୁର ପାଗଳ ହୋଇ ବଜାରକୁ ଆସିଥିବା ଶାଙ୍କା ଉମାଶଙ୍କର( ୬୨) ବୈଦି କାଶୀ(୬୦)ଙ୍କୁ ହାତ ଓ ଗୋଡ଼ରେ କାମୁଡି ଦେଇଥିଲା । ଏହାକୁ କିଛିଲୋକ ଭୟଭୀତ ହୋଇ ଆଉ କାହାକୁ କାମୁଡ଼ି ଦେବ ବୋଲି କୁକୁର ମାରି ଦେଇଥିଲେ। ଗୁରୁତର ଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ପ୍ରମୋଦ କୁମାର ମିଶ୍ର ପ୍ରାଥମିକ ଚିକିତ୍ସା କରିବା ପରେ ଘରକୁ ଫେରିଯାଇଥିବା କହିଛନ୍ତି । ଅନ୍ୟ ଜଣେକୁ କୁକୁର କାମୁଡିଥିବାରୁ ସେ ପ୍ରତି ସପ୍ତାହକୁ ଆସି ଇଞ୍ଜକସନ ନେଉଥିବା କହିଛନ୍ତି।
Comments are closed.