କଲ୍ୟାଣସିଂହପୁର: କଟକ ବାଲିଯାତ୍ରା ପଡିଆ ଠାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ନୂଆ ଏକକ କାର୍ଡ ବିତରଣ ଉତ୍ସବ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାର ଓ ରସାୟନ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଙ୍କ କର ଦ୍ୱାରା ଭର୍ଚୁଆଲ ମାଧ୍ୟମରେ ଶୁଭ ଉଦଘାଟନ କରିଛନ୍ତି । ଏଥିରେ କଲ୍ୟାଣସିଂହପୁର ବ୍ଲକର ସୁନାଖଣ୍ଡି ,ଶିକରପାଇ ଓ ନାରାୟଣପୁର ପଞ୍ଚାୟତରେ ମଧ୍ୟ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି । ଏଥିରେ ଗୋଟିଏ ପଞ୍ଚାୟତ କୁ ୨୫ ଜଣ ହିତାଧିକାରୀଙ୍କୁ ଆୟୁଷ୍ମାନ କାର୍ଡ ବଣ୍ଟନ ହୋଇଥିଲା।
ଏଥିରେ ସ୍ଥାନୀୟ ସରପଞ୍ଚ ଚୈତନ୍ୟ ତିଆକା, ନାଏବ ସରପଞ୍ଚ ପୁଷ୍ପାରାଣୀ ଋଷିସଙ୍ଗ, ଗୋଷ୍ଟି ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ବଙ୍ଗାରି , ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ବିଶ୍ୱଜିତ୍ ସାମନ୍ତ ସିଂ , ଶିକରପାଇ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ସାହୁ,ମାଝୀଗୁଡା ପିଓ ରାଜେଶ ପଟ୍ଟନାୟକ ଏଵଂ ସିକରପାଇ ନୋଡାଲ ଅଫିସର ଡକ୍ଟର ଅନୁଭବ ସାହୁ, ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସୁରେଶ କୁମାର୍ ମହାନ୍ତି, ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀଙ୍କ ଡ଼ ସୁମିରନ୍ ରାଉତ,ମହିଳା ସ୍ଵାସ୍ଥ୍ୟ କର୍ମୀ ଜସ୍ନାମୟୀ ସ୍ୱାଇଁ, ଅଙ୍ଗନବାଡ଼ି କର୍ମୀ ଆଶା କର୍ମୀ ଏଵଂ ସ୍ଥାନୀୟ ଜନ ସାଧାରଣ ଉପସ୍ଥିତ ରହିଥିଲେ ।
ପ୍ରବଳ ଖରାକୁ ଦୃଷ୍ଟିରେ ରଖି ପଞ୍ଚାୟତ ପରିସରରେ ପାନୀୟ ଜଳ ବ୍ୟବସ୍ତା ଏଵଂ ଅନ୍ୟାନ୍ୟ ଜରୁରୀ ବ୍ୟବସ୍ଥା ହୋଇଥିବା ଦେଖିବାକୁ ମିଳିଥିଲା। ସେହିପରି ମାଝୀଗୁଡା ପଞ୍ଚାୟତ ୨୫ଜଣ ଓ ନାରାୟଣପୁର ପଞ୍ଚାୟତରେ ୨୫ଜଣ ହିତାଧିକାରୀଙ୍କୁ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯାଇଛି । ନୋଡାଲ ଅଧିକାରୀ ଭାବେ ବିଡ଼ିଓ ମନୀଷା ଦାସ , ତହସିଲଦାର ରଞ୍ଜନ କୁମାର ମାନସେଠ ଓ ପାର୍ଶାଲି ଡଙ୍ଗରିଆ କନ୍ଧ ର ସ୍ୱତନ୍ତ୍ର ଅଧିକାରୀ ସୁରଜ କୁମାର ନାୟକ ରହିଥିବା ବେଳେ ପଞ୍ଚାୟତ ଅଧିକାରୀ ,ବ୍ଲକ,ସ୍ୱାସ୍ଥ୍ୟ କର୍ମଚାରୀ ମାନେ କମିଟିରେ ରହି ସହଯୋଗ କରିଥିଲେ ।
କାର୍ଯ୍ୟକ୍ରମରେ ସରପଞ୍ଚ, ନାଏବ ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ୱାର୍ଡ ସଭ୍ୟ ସଭ୍ୟା,ଅଙ୍ଗନବାଡି, ଏମ୍ ବି କେ, ସି ଆର ପି, ପ୍ରାଣୀ ମିତ୍ର, କୃଷି ମିତ୍ର, ଆଶା, ସମସ୍ତ ଏସଏଚଜି , ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।ଏହାକୁ ଏଡ଼ିଏମ ଓ ମମତା ସାହୁ ପରିଦର୍ଶନ କରିଥିଲେ ।ତିନୋଟି ପଞ୍ଚାୟତ ରେ ୨୫ଜଣ ଲେଖାଏଁ ମୋଟୀ ୭୫ଜଣ ହିତାଧିକାରୀଙ୍କୁ ବଣ୍ଟ ନ କରାଯାଇଛି । ଅନ୍ୟ ସମୟରେ ଆଶା ଦିଦି ଙ୍କ ଦ୍ଵାରା ବଣ୍ଟନ କରାଯିବ ବୋଲି ସୂଚନା ମିଳିଛି ।



