www.samajalive.in
Saturday, December 13, 2025
17.1 C
Bhubaneswar

ସବ୍‌‌-ଜୁନିୟର ବାଳକ ହ୍ୟାଣ୍ଡବଲ ଚମ୍ପିଆନସିପ୍‌‌: ରାଜସ୍ଥାନକୁ ହରାଇ ଉତ୍ତରପ୍ରଦେଶ ଚମ୍ପିଆନ

କେନ୍ଦୁଝରଗଡ଼଼ : ଚଳିତମାସ ୮ ତାରିଖରୁ କେନ୍ଦୁଝର ହ୍ୟାଣ୍ଡବଲ୍‌‌ ପଡ଼ିଆରେ ଆୟୋଜିତ ୩୯ତମ ସବ୍‌‌ଜୁନିୟର ଜାତୀୟ ବାଳକ ହ୍ୟାଣ୍ଡବଲ ଚମ୍ପିଆନସିପ୍‌‌ ଶନିବାର ପୂର୍ବାହ୍ନରେ ଉଦ୍‌‌ଯାପିତ ହୋଇଯାଇଛି। ଶନିବାର ଅନୁଷ୍ଠିତ ସେମିଫାଇନାଲ ମ୍ୟାଚରେ ଉତ୍ତରପ୍ରଦେଶ-ଓଡ଼ିଶାକୁ ୩୬-୩୧ ଗୋଲରେ ଏବଂ ରାଜସ୍ଥାନ ହରିୟାନାକୁ ୨୭-୨୩ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ଫାଇନାଲ ମ୍ୟାଚରେ ଉତ୍ତରପ୍ରଦେଶ ଦଳ ରାଜସ୍ଥାନକୁ ୩୧-୩୦ ଗୋଲରେ ପରାସ୍ତ କରି ଚମ୍ପିଆନ ଆଖ୍ୟା ଅର୍ଜନ କରିଛି।

ଓଡ଼ିଶା ଓ ହରିୟାନା ଯୁଗ୍ମ ତୃତୀୟସ୍ଥାନ ହାସଲ କରିଥିବା ବେଳେ ପ୍ରଥମଥର ପାଇଁ ଓଡିଶା ଦଳ କାଂସ୍ୟ ପଦକ ହାସଲ କରିଛି। ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର, କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି, ସମାଜସେବୀ ଭଗବାନ ସ୍ୱାଇଁ, ରାଜ୍ୟ ହ୍ୟାଣ୍ଡବଲ ସଂଘ ସଭାପତି ବିପ୍ଳବ ଚୌଧୁରୀ ଓ ସମ୍ପାଦକ ମାନସ ସିଂ, କେନ୍ଦୁଝର ଜିଲା ହ୍ୟାଣ୍ଡବଲ ସଂଘ ସଭାପତି ଇଂ ବସନ୍ତ କୁମାର ଦାନୀ, ସମ୍ପାଦକ ଋିତିକ ଅଧିକାରୀ ଓ କୋଷାଧ୍ୟକ୍ଷ ଦୟାସାଗର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଜୟୀ ଦଳକୁ ଚମ୍ପିଆନ ଟ୍ରଫି ଓ ରନର୍ସଅପ ଦଳକୁ ରନର୍ସଅପ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରିଥିଲେ।

- Advertisement -

ସନ୍ଦୀପ ବଲୋଦା, ଅମିତ ପାଣ୍ଡେ, ରାହୁଲ, ନିତେଶ ଡାଗର, ମୋହିତ, ଜିତେନ୍ଦ୍ର, ଧୂରେନ୍ଦ୍ର ଡାଗର, ଭଗବାନ ସିଂ, ଇମତିୟାଜ, ସମିମ, ବର୍ଷା ସେଠୀ ଓ ଜ୍ୟୋତି ପାତ୍ର ପ୍ରମୁଖ ରେଫରୀ ଭାବେ ଖେଳ ପରିଚାଳନା କରିଥିବା ବେଳେ ସମ୍ମିତା ବିଶ୍ୱାଳ ଓ ମମତା ନାଏକ ସହଯୋଗ କରିଥିଲେ। କେନ୍ଦୁଝରର ଖେଳ ପଡ଼ିଆ, ପରିବେଶ, କ୍ରୀଡାପ୍ରେମୀ ଏବଂ ପ୍ରତିଯୋଗିତାର ସଫଳ ଆୟୋଜନକୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବାହାର ରାଜ୍ୟର ଖେଳାଳୀ ଭୂୟସୀ ପ୍ରଶଂସା କରିଥିଲେ।

ଜାତୀୟ ଜୁନିୟର ହ୍ୟାଣ୍ଡବଲ ଦଳର ଯୁଗ୍ମପ୍ରଶିକ୍ଷକ ତଥା କେନ୍ଦୁଝରର ବରିଷ୍ଠ ହ୍ୟାଣ୍ଡବଲ ଖେଳାଳୀ ଓ ରେଫରୀ ପ୍ରଣୟ କୁମାର ପାଣିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜାତୀୟସ୍ତରର ଏହି ପ୍ରତିଯୋଗିତା ସୁଚାରୁରୂପେ ସମ୍ପର୍ଣ୍ଣ ହୋଇଥିଲା।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories