ଚୋର ସହ ପୁଲିସ ଟିମ୍ ଅଟକ, ଜମୁରିଆ ଗାଁରେ ଉତ୍ତେଜନା

ବଲାଙ୍ଗିର: ଚୋର ସହ ପୁଲିସ ଟିମ୍କୁ ଗ୍ରାମବାସୀ ଅଟକ ରଖିଥିବା ସୂଚନା ମିଳିଛି। ଏହାକୁ ନେଇ ପୁଇଁତଳା ଥାନା ଜମୁରିଆ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଚେକ୍ ଡ୍ୟାମର ଲୁହାରଡ୍ କାଟି ଚୋରି କରି ନେଉଥିବାବେଳେ ଧରାପଡ଼ିଥିଲେ। ଚୋରମାନଙ୍କୁ ଧରିବା ପରେ ସେମାନଙ୍କୁ ଅଟକ ରଖିଥିବା ପୁଲିସ ଖବର ପାଇଥିଲା। ଚୋରକୁ ମୁକୁଳାଇବାକୁ ଯାଇଥିବା ପୁଲିସକୁ ଗ୍ରାମବାସୀ ଛାଡ଼ିଲେ ନାହିଁ। ଚୋରିର ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ ଗ୍ରାମବାସୀମାନେ ପୁଲିସ ଟିମ୍କୁ ଅଟକ ରଖିଥିବା ଜଣାପଡ଼ିଛି।
Comments are closed.