ଦୀର୍ଘ ବର୍ଷ ପରେ ଶକ୍ତିଶାଳୀ ତ୍ରିଗ୍ରହୀ ଯୋଗ ; ଏହି ରାଶି ହେବେ ଭାଗ୍ୟବାନ୍‌, ହଠାତ୍‌ ମିଳିବ ଧନ, ଚାକିରି, ରହିବନି ଚିନ୍ତା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମୀନ ରାଶିରେ ବୁଧ ଚଳନ କରିବା ପରେ ତ୍ରିଗ୍ରହୀ ଯୋଗର ଖାସ୍‌ ସଂଯୋଗ ହେବାକୁ ଯାଉଛି । ୧୪ ଏପ୍ରିଲରେ ଗ୍ରହଙ୍କ ରାଜକୁମାର ବୁଧ ମୀନ ରାଶିରେ ପ୍ରବେଶ କରିଛନ୍ତି । ଏହି ରାଶିରେ ପୂର୍ବରୁ ଶନି ଓ ସୂର୍ଯ୍ୟ ରହିଛନ୍ତି । ଫଳରେ ଏଠାରେ ଶନି, ବୁଧ ଓ ଶୁକ୍ର ଏକାଠି ହୋଇଛନ୍ତି । ୩ଟି ଗ୍ରହ ଏକାଠି ହେବା ଦ୍ୱାରା ତ୍ରିଗ୍ରହୀ ଯୋଗ ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ହଠାତ୍‌ ପରିବର୍ତ୍ତନ ହେବ । ଏମାନେ ହେବେ ଭାଗ୍ୟଶାଳୀ..

ବୃଷ- ଚାକିରି-ବ୍ୟବସାୟରେ ଖୁବ୍‌ ଶୀଘ୍ର ଉନ୍ନତି ହେବ । ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଶୁଭଙ୍କର । ରୋଗରୁ ମୁକ୍ତି ମିଳିବ । ଚାକିରିରେ ପଦନ୍ନୋତିର ଯୋଗ ରହିଛି । ବ୍ୟବସାୟରେ ଆର୍ଥିକ ଉନ୍ନତି ହେବ । ଯେଉଁମାନେ ଚାକିରି ପାଇଁ ଇଚ୍ଛୁକ, ସେମାନଙ୍କର ଚାକିରି ହେବ । ପୈତୃକ ସମ୍ପତ୍ତିରୁ ଲାଭ ମିଳିବ । ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ବଦଳିଯିବ ।

ମିଥୁନ- ବ୍ୟବସାୟରେ ଇଚ୍ଛା ମୁତାବକ ଲାଭ ପାଇବେ । ମାନ-ସମ୍ମାନ ବୃଦ୍ଧି ହେବ । ପରିବାରରେ ହସଖୁସିର ବାତାବରଣ ରହିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ମାନସିକ ଶାନ୍ତି ମିଳିବ । କର୍ମକ୍ଷେତ୍ରରେ ଲାଭ ହେବ ।

ସିଂହ- ହଠାତ୍‌ ଧନ ପ୍ରାପ୍ତି ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆମଦାନୀରେ ବୃଦ୍ଧି ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଭୂମି ସହ ଜଡିତ କାମରେ ଲାଭ ମିଳିବ । ଯାତ୍ରାର ଯୋଗ ରହିଛି । ନୂଆ ଚାକିରିର ଯୋଗ ରହିଛି ।

ତୁଳା- ଭାଗ୍ୟର ସାଥ୍‌ ମିଳିବ । ଜୀବନସାଥୀଙ୍କ ସହଯୋଗ ମିଳିବ । ନିବେଶ କରି ଲାଭବାନ୍‌ ହେବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ମଜଭୁତ ହେବ । ଦରମା ବୃଦ୍ଧି ହେବ । ସୁଖ-ସମୃଦ୍ଧି ବୃଦ୍ଧି ହେବ ।

ଧନୁ- ନୂଆ କାମ ଆରମ୍ଭ କରିବା ପାଇଁ ସୁଯୋଗ ମିଳିବ । ଜୀବନରେ ସୁଖ-ଶାନ୍ତି ବୃଦ୍ଧି ପାଇବ । ବାପା-ମାଆଙ୍କ ଆଶୀର୍ବାଦ ମିଳିବ । ବ୍ୟବସାୟକୁ ନେଇ ଯାତ୍ରା କରି ପାରନ୍ତି । ଆର୍ଥିକ ସ୍ଥିତି ମଜଭୁତ ହେବ । ଟଙ୍କା ନିବେଶ କରି ଲାଭବାନ୍‌ ହେବାର ଯୋଗ ରହିଛି ।

ଅଧିକ ଶୁଭଫଳ ପାଇଁ ମା’ଲକ୍ଷ୍ମୀଙ୍କୁ ପୂଜାଚର୍ଚ୍ଚା କରନ୍ତୁ । ମା’ଙ୍କୁ ଲାଲ ରଙ୍ଗର ଫୁଲ ଓ ବସ୍ତ୍ର ଅର୍ପଣ କରନ୍ତୁ ।

ଦେଖନ୍ତୁ ଭିଡିଓ ; ଝଗଡା କଲେ ସ୍ୱାମୀ, ଛାତରୁ ଠେଲି ଦେଲେ ସ୍ତ୍ରୀ

Comments are closed.