www.samajalive.in
Saturday, December 6, 2025
17.1 C
Bhubaneswar

ରାଜଧାନୀରୁ ଅପହୃତ ଶିଶୁ ବାଲେଶ୍ଵରରୁ ଉଦ୍ଧାର

ଭୁବନେଶ୍ଵର: ୩ ଦିନ ପରେ ଉଦ୍ଧାର ହେଲା ରାଜଧାନୀରୁ ଚୋରି ଶିଶୁ ପୁତ୍ର। ଭୁବନେଶ୍ଵରରୁ ଅପହୃତ ଶିଶୁ ବାଲେଶ୍ଵର ଖନ୍ତାପଡାରୁ ଉଦ୍ଧାର ହୋଇଛି। ଏଥିସହ ପୁଲିସ୍ ଶିଶୁ ଅପହରଣକାରୀକୁ ଗିରଫ କରିଛି। ଅପହରଣର ୫୦ ଘଣ୍ଟା ପରେ ପ୍ରାୟ ୮ଟି ସିସି ଟିଭି ଯାଞ୍ଚ କରିବା ପରେ ପୁଲିସ୍ କୁ ଏହି ସଫଳତା ମିଳିଛି। ଶିଶୁଟିକୁ ଉଦ୍ଧାର ପୂର୍ବରୁ ପୁଲିସ୍ ହାତରେ ସିସି ଟିଭି ଫୁଟେଜ୍ ଲାଗିଥିଲା। ଫୁଟେଜରେ ପିଲା ଟିକୁ ଅପହରଣକାରୀ ଧରି ଯାଉଥିବାର ଦୃଶ୍ୟ ସ୍ପଷ୍ଟ ଦେଖିବାକୁ ମିଳିଥିଲା । ଦେଖିବାକୁ ମିଳିଥିଲା    ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତି ପ୍ରାୟ ୩ଟାରେ ରାଜଧାନୀ ରାମ ମନ୍ଦିର ନିକଟରୁ କିଛି ଦୁର୍ବୁତ୍ତ ଜଣେ ଜଣେ ଦୃଷ୍ଟି ବାଧିତ ମହିଳାଙ୍କ କୋଳରୁ ପିଲା ଚୋରି କରିନେଇଥିଲେ। ସମ୍ପୃକ୍ତ ମହିଳା ଜଣକ ଏ ନେଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ଆଜି ବାଲେଶ୍ଵରରୁ ଅପହୃତ ଶିଶୁ ଟିକୁ ଉଦ୍ଧାର କରାଯାଇଛି। ତେବେ ଅଭିଯୁକ୍ତ ଜଣକ କେଉଁ ଉଦ୍ଦେଶ୍ୟରେ ଶିଶୁଟିକୁ ଚୋରି କରିଥିଲା, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ। ମିଳିଥିବା ସୂଚନା ଅନୁଯାୟୀ  ମହିଳା ଜଣକ ରାମ ମନ୍ଦିର ନିକଟରେ ଭିକ୍ଷାବୃତ୍ତି ସହିତ ବିଭିନ୍ନ ସମାଗ୍ରୀ ବିକ୍ରି କରି ପରିବାର ପୋଷଣ କରନ୍ତି। ତାଙ୍କର ଏକ ଦେଢ଼ ବର୍ଷର ଶିଶୁ ଏବଂ ଆଉ ଏକ ୪ ବର୍ଷର ଶିଶୁକନ୍ୟା ରହିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories