ଜ୍ୟୋତିଷ ଶାସ୍ତ୍ରରେ ଗୋଟିଏ ଗ୍ରହ ରାଶି ପରିବର୍ତ୍ତନ କରି ଅନ୍ୟ ଏକ ଗ୍ରହ ସହ ଏକାଠି ହେଲେ ଏହାର ପ୍ରଭାବ ଦେଶ,ଦୁନିଆ ସହ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ମଧ୍ୟ ପଡିଥାଏ । ୧୪ ମେ’ରେ ବୃଷ ରାଶିରେ ସୂର୍ଯ୍ୟ-ବୃହସ୍ପତି ଏକାଠି ହେବାକୁ ଯାଉଛନ୍ତି । ମେ’୧୪ରେ ସୂର୍ଯ୍ୟ ବୃଷ ରାଶିରେ ପ୍ରବେଶ କରିବେ । ବୃହସ୍ପତି ମଧ୍ୟ ସେହି ସମୟରେ ବୃଷ ରାଶିରେ ରହିବେ ।
ଦୀର୍ଘ ୧୨ ବର୍ଷ ପରେ ଗୁରୁ ଓ ସୂର୍ଯ୍ୟ ଏକାଠି ହୋଇ ଏକ ଶକ୍ତିଶାଳୀ ରାଜଯୋଗ ସୃଷ୍ଟି ହେବ । ଏହାର ପ୍ରଭାବରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ବଦଳିଯିବ । ଜାଣନ୍ତୁ..
ମିଥୁନ- ଗୁରୁ-ସୂର୍ଯ୍ୟ ଏକାଠି ହେବା ପରେ ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଚମକିବ । ସମସ୍ତ ଅଟକି ଥିବା କାମ ପୂରଣ ହେବ । ନୂଆ କାମ ଆରମ୍ଭ କରିବେ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ । ପରିବାର ସହ ହସଖୁସିରେ ସମୟ ଅତିବାହିତ କରିବେ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ ।
ସିଂହ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ମିଳିବ । ଆମଦାନୀରେ ବୃଦ୍ଧି ହେବ । ଆୟ ବଢିବ । ଧନ ନିବେଶ କରି ଲାଭବାନ୍ ହେବେ । ନୂଆ ବ୍ୟବସାୟ ଆରମ୍ଭ କରିବାର ଯୋଗ ରହିଛି ।
ଏଣିକି ଚଳନ୍ତା ଟ୍ରେନ୍ରେ ଏଟିଏମ୍ରୁ ଟଙ୍କା ଉଠାଇପାରିବେ ଯାତ୍ରୀ ; ଆଉ ରହିବନି ସମସ୍ୟା, ଚୋରି ଭୟ
କନ୍ୟା- ଶୁଭ ଖବର ମିଳିବ । ବ୍ୟବସାୟୀ ଲାଭବାନ୍ ହେବେ । ପଦ-ପ୍ରତିଷ୍ଠା ବୃଦ୍ଧି ହେବ । ସଫଳତା ମିଳିବ । ଭାଗ୍ୟର ସାଥ୍ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ ।



