ମୁମ୍ବଇ: ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ(ବିସିସିଆଇ) ଚକିତ କଲା ଭଳି ଏକ ନିଷ୍ପତ୍ତି ନେଇଛି। ଭାରତୀୟ ଦଳର କୋଚିଂ ଷ୍ଟାଫ୍ରୁ ଫିଲ୍ଡିଂ ପ୍ରଶିକ୍ଷକ ଟି ଦିଲୀପ ଏବଂ ସହାୟକ ପ୍ରଶିକ୍ଷକ ଅଭିଷେକ ନାୟରଙ୍କୁ ହଟାଇ ଦେଇଛି ବିସିସିଆଇ। ଅଷ୍ଟ୍ରେଲିଆରେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ରେ ଭାରତର ଲଜ୍ଜାଜନକ ପରାଜୟ ପରେ ବିସିସିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆହୁରି କେତେଜଣ କୋଚିଂ ଷ୍ଟାଫ୍ଙ୍କୁ ହଟାଇ ବିସିସିଆଇ କଡ଼ା ଚେତାବନୀ ଦେଇଛି ଯେ, ଟେଷ୍ଟରେ ଭାରତୀୟ ଦଳର ପ୍ରଦର୍ଶନକୁ ଅଣଦେଖା କରାଯାଇପାରିବ ନାହିଁ।
Popular Categories



