ବାଲେଶ୍ୱରରେ କାଳବୈଶାଖୀ ତାଣ୍ଡବ

ବାଲେଶ୍ୱର: ବାଲେଶ୍ୱର ଜିଲାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଫକୀରମୋହନ ଗୋଲେଇରେ କଦମ୍ବ ଗଛ ଭାଙ୍ଗିରୁଜି ଯାଇଛି। କଦମ୍ବ ଗଛ ପଡ଼ିଯିବାରୁ ୩ଟି ବାଇକ ଭାଙ୍ଗି ଚୁରମାର ହୋଇଯାଇଛି। ଏହାସହିତ ବସ୍ତା ବାହାର୍ଦ୍ଦା ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟ ପାଚେରୀ ଭୁଶୁଡ଼ି ପଡ଼ିଛି। ସ୍କୁଲ ଛୁଟି ଥିବାରୁ ବଡ଼ ଅଘଟଣ ଟଳି ଯାଇଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
Comments are closed.