www.samajalive.in
Sunday, December 14, 2025
26.1 C
Bhubaneswar

ନାରୀନେତ୍ରୀ ସାନ୍ତାବାଳା ଜୀଙ୍କ ପରଲୋକ

କାମାକ୍ଷାନଗର: କାମାକ୍ଷାନଗର ବିଶିଷ୍ଟ ନାରୀନେତ୍ରୀ ସାନ୍ତାବାଳା ଜୀଙ୍କର ଆଳତୁମାସ୍ଥିତ ବାସଭବନରେ ପରଲୋକ ଘଟିଛି। ୭୭ ବର୍ଷୀୟ ସାନ୍ତାବାଳା ଜୀଙ୍କର ହୃଦଘାତରେ ଦେହାନ୍ତ ହୋଇଥିବା ଜଣାପଡ଼ିଛି। ସ୍ବର୍ଗତ ସାନ୍ତାବାଳା ଦୀର୍ଘଦିନ ଧରି ବିଭିନ୍ନ ରାଜନୈତିକ ଦଳରେ ରହି ଢେଙ୍କାନାଳ ଜିଲାରେ ଅନେକ ସାମାଜିକ ସେବାରେ ଜଡ଼ିତ ରହି ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିପାରିଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଭୋର ସମୟରୁ ତାଙ୍କ ବାସଭବନରେ ଓକିଲ ସଂଘ ସଭାପତି ରଞ୍ଜନ କୁମାର ରାଉତ, ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି ଶୁଭମୟ ନନ୍ଦ, ବରିଷ୍ଠ ଓକିଲ ଅଯୋଧ୍ୟା ଶତପଥିଙ୍କ ସମେତ ସହରର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ପହଞ୍ଚି ଶେଷ ଦର୍ଶନ କରିଥିଲେ। ସାନ୍ତାବାଳାଙ୍କ ମୃତ୍ୟୁରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ, କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରମୁଖ ଶୋକ ପ୍ରକାଶ କରି ତାଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି। ସ୍ବର୍ଗତ ସାନ୍ତାବାଳା ଜୀଙ୍କ ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମ କରିବାପରେ ରାମିଆଳ ନଦୀ କୂଳକୁ ନିଆଯାଇ ସେଠାରେ ଶେଷକୃତ୍ୟ ସଂପନ୍ନ କରାଯାଇଛି। ପୁତ୍ର ସର୍ବଜିତ ମୁଖାଗ୍ନି ଦେଇଛନ୍ତି।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories