www.samajalive.in
Monday, December 15, 2025
15.1 C
Bhubaneswar

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ:ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ ହୋଇଛନ୍ତି।ନିତିନ ନବୀନ ନାଁ ରେ  ବିଜେପିର ସଂସଦୀୟ ବୋର୍ଡ ମୋହର ମାରିଥିବା ବିଜେପି ପକ୍ଷରୁ ସୂଚନା ଦିଆଯାଇଛି।ନିତିନ ନବୀନ ପାଟନାର ବାଙ୍କିପୁର ବିଧାନସଭା ଆସନରୁ ବିଧାୟକ ଅଛନ୍ତି ଏବଂ ଲଗାତାର ୫ମ ଥର ଲୋକଙ୍କ ଭରସାକୁ ଜିତିଛନ୍ତି।ବର୍ତ୍ତମାନ ତାଙ୍କର ବୟସ ୪୫ ବର୍ଷ ।ନିତିନ ନବୀନଙ୍କ ଜନ୍ମ ପାଟନାରେ ହୋଇଛି। ସେ ସିହ୍ନା କାୟସ୍ଥ ସମ୍ପ୍ରଦାୟର।ତାଙ୍କ ପିତା ନବୀନ କିଶୋର ପ୍ରସାଦ ସିହ୍ନା ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଭାବେ ରହି ସାରିଛନ୍ତି।ପିତାଙ୍କ ମୃତ୍ୟୁ ପରେ ନିତିନ ନବୀନ ସକ୍ରିୟ ଭାବେ ନିର୍ବାଚନୀ ରାଜନୀତିରେ ପାଦ ରଖି ଥିଲେ ଏବଂ ଖୁବ୍‌ ଶୀଘ୍ର ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ରାଜନୀତିକୁ ଆସିବା ପୂର୍ବରୁ ଭାରତୀୟ ଜନତା ଯୁବ ମୋର୍ଚ୍ଚାରେ ମଧ୍ୟ ସକ୍ରିୟ ଭୂମିକା ପାଳନ କରି ସାରିଛନ୍ତି , ଯେଉଁଠାରୁ ତାଙ୍କର ସଙ୍ଗଠନାତ୍ମକ ଦକ୍ଷତାକୁ ପରିଚୟ ମିଳିଛି।ସେ ପ୍ରଥମ ଥର ୨୦୦୬ର ଉପନିର୍ବାଚନରେ ବିଜୟ ହାସଲ କରିଥିଲେ।ଏହାପରେ ସେ ୨୦୧୦, ୨୦୧୫,୨୦୨୦  ଓ ୨୦୨୫ର ବିଧାନସଭା ନିର୍ବାଚନରେ ବାରମ୍ୱାର ବିଜୟୀ ହୋଇଛନ୍ତି।ସେ ୨୦୨୦ ବିହାର ବିଧାନସଭା ନିର୍ବାଚନରେ ​​ପ୍ରାୟ ୮୪,୦୦୦ ଭୋଟରେ ଜିତିଥିଲେ ।୨୦୨୫ର ବିଧାନସଭା ନିର୍ବାଚନରେ ସେ ୯୮,୨୯୯ ଭୋଟ୍‌ ହାସଲ କରି ଆରଜେଡି ପ୍ରାର୍ଥୀ ରେଖା କୁମାରୀଙ୍କୁ ୫୧,୯୩୬ ଭୋଟର ବଡ଼ ଅନ୍ତରରେ ହରାଇ ଥିଲେ, ଯାହା ତାଙ୍କର ଏବେସୁଦ୍ଧା ସବୁଠୁ ବଡ଼ ବିଜୟ ମନେକରାଯାଉଛି।ବର୍ତ୍ତମାନର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ପୂର୍ବରୁ କାର୍ଯ୍ୟକାରୀ ସଭାପତି  ରୁ ରାଷ୍ଟ୍ରୀୟ ସଭାପତି ହୋଇଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories