୩୦ ବର୍ଷ ପରେ ଶନିଙ୍କ ଓଲଟା ଚଳନ ; ଏହି ରାଶି ହେବେ ଭାଗ୍ୟବାନ୍, ମିଳିବ ଚାକିରି, ବଢିବ ଦରମା..

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ନ୍ୟାୟର ଦେବତା ଓ କର୍ମଫଳ ଦାତା ବୋଲି କୁହାଯାଏ । ଶନି ଗ୍ରହ ସବୁଠାରୁ ଧିମା ଗତିରେ ଚଳନ କରି ଥାନ୍ତି । ସେ ଅଢେଇ ବର୍ଷକୁ ଥରେ ରାଶି ପରିବର୍ତ୍ତନ କରି ଥାନ୍ତି । ଏହାସହ ୩୦ ବର୍ଷକୁ ଥରେ ଶନି ରାଶି ଚକ୍ରକୁ ପୂରଣ କରି ଥାନ୍ତି । ସମୟ ଅନୁଯାୟୀ ଶନି ଓଲଟା ମଧ୍ୟ ଚଳନ କରି ଥାନ୍ତି । ଶନିଙ୍କ ସିଧା ଓ ଓଲଟା ଚଳନର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ଶନି ବର୍ତ୍ତମାନ ୧୩୮ ଦିନ ପାଇଁ ଓଲଟା ଚଳନ କରିବେ । ଶନି ଦେବ ୧୩ ଜୁଲାଇ ୨୦୨୫ରେ ଓଲଟା ଚଳନ କରିବେ । ୨୮ ନଭେମ୍ବର ପର୍ଯ୍ୟନ୍ତ ଓଲଟା ଚଳନ କରିବେ । ଏହି କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ଶୁଭ ପରିବର୍ତ୍ତନ ହେବା ସହ ହଠାତ୍ ଧନ ପ୍ରାପ୍ତି ହେବ । ଜାଣନ୍ତୁ..
କର୍କଟ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ମିଳିବ । ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍ ମିଳିବା ସହ ଚାକିରିରେ ପଦନ୍ନୋତି ଓ ଦରମା ବୃଦ୍ଧି ହେବ । ବ୍ୟବସାୟରେ ବୃଦ୍ଧି ସହ ଯାତ୍ରାର ମଧ୍ୟ ଯୋଗ ରହିଛି । ଘରେ ମାଙ୍ଗଳିକ କାର୍ଯ୍ୟ ହେବ । ପରିବାରରେ ହସଖୁସିର ବାତାବରଣ ରହିବ ।
ବୃଷ- ନୂଆ ଚାକିରିର ଯୋଗ ରହିଛି । ଯେଉଁମାନେ ଦୀର୍ଘ ଦିନରୁ ଚାକିରି ପାଇଁ ଅପେକ୍ଷା କରିଛନ୍ତି, ସେମାନଙ୍କର ଚାକିରି ହେବ । ସୁବର୍ଣ୍ଣ ସୁଯୋଗ ମିଳିବ । ହଠାତ୍ ଧନପ୍ରାପ୍ତି ହେବ । ଜୀବନସାଥୀଙ୍କ ସହ ହସଖୁସିରେ ସମୟ ଅତିବାହିତ ହେବ । ବିଦେଶ ଯାତ୍ରାର ଯୋଗ ରହିଛି ।
ମକର- ଜୀବନରେ ଆୟର ନୂଆ ନୂଆ ସୁଯୋଗ ଆସିବ । ଆମଦାନୀ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ । ମାନ-ସମ୍ମାନ ବୃଦ୍ଧି ହେବ । ନୂଆ ଦାୟିତ୍ୱ ମିଳିବ । ଯାତ୍ରାର ଯୋଗ ରହିଛି ।
Comments are closed.