www.samajalive.in
Saturday, December 6, 2025
15.1 C
Bhubaneswar

୧୦୦ ବର୍ଷ ପରେ.. ଏଥର ହନୁମାନ ଜୟନ୍ତୀରେ ଅଦ୍ଭୁତ ଓ ଦୁର୍ଲ୍ଲଭ ସଂଯୋଗ, ଏହି ରାଶି ହେବେ ମାଲାମାଲ୍‌, କିଣିବେ ଭୂମି, ହେବ ବିବାହ, ମିଳିବ ଚାକିରି, ରହିବନି ଚିନ୍ତା..

ଶନିବାର ୧୨ ଏପ୍ରିଲ ୨୦୨୫ରେ ଚଳିତ ବର୍ଷର ହନୁମାନ ଜୟନ୍ତୀକୁ ଖୁବ୍‌ ଖାସ୍‌ ହେବାକୁ ଯାଉଛି । ଶାସ୍ତ୍ର ଅନୁସାରେ ଚୈତ୍ର ଶୁକ୍ଳପକ୍ଷର ପୂର୍ଣ୍ଣିମା ତିଥିରେ ହନୁମାନ ଜୟନ୍ତୀ ପାଳନ କରାଯାଏ । ମାନ୍ୟତା ଅନୁଯାୟୀ, ଏହି ଦିନ ବ୍ରତ ଓ ଉପବାସ କରିବା ଦ୍ୱାରା ଶୀଘ୍ର ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ଦୀର୍ଘ ୧୦୦ ବର୍ଷ ପରେ ଚଳିତ ବର୍ଷ ଅଦ୍ଭୁତ ଓ ଦୁର୍ଲ୍ଲଭ ଗ୍ରହ ଯୋଗରେ ହନୁମାନ ଜୟନ୍ତୀ ପାଳନ ହେବାକୁ ଯାଉଛି । ଏହି ଦିନ ସୂର୍ଯ୍ୟ ଓ ବୁଧ ଏକାଠି ହେବା ଦ୍ୱାରା ବୁଦ୍ଧାଦିତ୍ୟ ଯୋଗ, ଶୁକ୍ର ଓ ବୁଧ ଏକାଠି ହୋଇ ଲକ୍ଷ୍ମୀ-ନାରାୟଣ ଯୋଗ ସୃଷ୍ଟି ହେବାକୁ ଯାଉଛି । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଲେ ମଧ୍ୟ ୭ ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସୁନାଭଳି ଚମକିବ ।

ମେଷ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ କର୍ମକ୍ଷେତ୍ର ଓ ବ୍ୟବସାୟରେ ଖୁବ୍‌ ଲାଭ ମିଳିବ । ଦୀର୍ଘ ଦିନରୁ ଥିବା ଚାକିରି ସମସ୍ୟା ଦୂର ହେବ । ଅଟକି ଥିବା କାମ ମଧ୍ୟ ପୂରଣ ହେବ । ନୂଆ ବ୍ୟବସାୟ ଆରମ୍ଭ କରିବେ । ପୁରୁଣା ସମସ୍ୟା ଦୂର ହେବ ।

- Advertisement -

ବୃଷ- ଆର୍ଥିକ ଦୃଷ୍ଟିରୁ ଶୁଭଫଳ ମିଳିବ । ବ୍ୟବସାୟରେ ସଫଳତା ମିଳିବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଚାକିରିରେ ଦାୟିତ୍ୱ ମିଳିବ । ମାନ-ସମ୍ମାନ ବୃଦ୍ଧି ହେବ ।

କର୍କଟ- ପରିବାରରେ ହସଖୁସିର ବାତାବରଣ ରହିବ । ବ୍ୟବସାୟରେ ଖୁବ୍‌ ଉନ୍ନତି ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହର ଯୋଗ ରହିଛି । ପ୍ରେମ ବିବାହର ମଧ୍ୟ ଯୋଗ ରହିଛି । ଭୂମି ଲାଭର ଯୋଗ ରହିଛି ।

ସିଂହ- ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବ । ମାନ-ସମ୍ମାନ ବୃଦ୍ଧି ହେବ । ପରିବାରରେ ହସଖୁସିର ବାତାବରଣ ରହିବ । ରାଜନୀତି-ପ୍ରଶାସନ ବିଭିନ୍ନ କ୍ଷେତ୍ରରେ ଲାଭବାନ୍‌ ହେବେ ।

କନ୍ୟା- ଖୁସି ଖବର ମିଳିପାରେ । ଚାକିରିରେ ପଦନ୍ନୋତିର ଯୋଗ ରହିଛି । କୋର୍ଟ-କଚେରୀ ମାମଲାରେ ସଫଳତା ମିଳିବ । ଛାତ୍ରଛାତ୍ରୀଙ୍କ ମଧ୍ୟ ଶୁଭଫଳ ମିଳିବ । ଅବିବାହିତ ଯୁବକ -ଯୁବତୀଙ୍କ ବିବାହର ଯୋଗ ରହିଛି ।

ତୁଳା- ପ୍ରେମ ସମ୍ପର୍କରେ ସଫଳତା ମିଳିବ । ଅଟକି ଥିବା କାମ ପୂରଣ ହେବ । ଜୀବନସାଥୀ ଓ ପରିବାରରେ ହସଖୁସିର ବାତାବରଣ ରହିବ । ମାନସିକ ଦୁଃଶ୍ଚିନ୍ତା ଦୂର ହେବ ।

ଧନୁ- ଧାର୍ମିକ ଯାତ୍ରାର ଯୋଗ ରହିଛି । ପାଠପଢା, ଚାକିରି ପାଇଁ ବିଦେଶ ଯାତ୍ରାର ଯୋଗ ରହିଛି । ମାନସିକ ଶାନ୍ତି ମିଳିବ । ନୂଆ ନୂଆ ସୁଯୋଗ ପାଇବା ସହ ସଫଳତା ମିଳିବ ।

ଆଉ ୪ ଦିନ ପରେ ଦୁର୍ଲ୍ଲଭ ସଂଯୋଗ ; ଏହି ରାଶି ହେବେ ମାଲାମାଲ୍‌, ହେବ ବିବାହ..

ମାତ୍ର ୧୩ ଟଙ୍କା.. ବିଏସଏନଏଲର ଜବରଦସ୍ତ ପ୍ଲାନ୍‌ ,ମାସକୁ ୭୦ ଜିବି ଡାଟା ସହ ମିଳିବ ଅନେକ ସୁବିଧା

ଦେଖନ୍ତୁ ଭିଡିଓ; ଚଳନ୍ତା ଟ୍ରେନ୍‌ରୁ ଚୋରି କରୁଥିଲେ ମୋବାଇଲ୍‌, ଖାଇଲେ ନିସ୍ତୁକ ମାଡ

ବଡ ଝଟକା ; ପୁଣି ବଢିଲା ସୁନା ଦାମ୍‌

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories