www.samajalive.in
Monday, December 8, 2025
27.1 C
Bhubaneswar

ଦେଓମାଳିକୁ ବିଶ୍ଵ ସ୍ତରୀୟ ପର୍ଯ୍ୟଟନସ୍ଥଳୀରେ ପହଞ୍ଚାଇବା ଆମର ପ୍ରୟାସ-ଜିଲାପାଳ

ପଟ୍ଟାଙ୍ଗି: ରାଜ୍ୟର ଉଚ୍ଚତମ ଶୃଙ୍ଗ ତଥା ପାହାଡ଼ ପର୍ବତ ଘେରା ଅପରୁପ ପ୍ରାକୃତି ସୌନ୍ଦର୍ଯ୍ୟରେ ଭରା ଦେଓମାଳି ଦେଶର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ। ଏହାର ସୁରକ୍ଷା, ସ୍ଵଚ୍ଛତା ଏବଂ ସୈନ୍ଦର୍ଯ୍ୟତା ବଜାୟ ରଖିବାକୁ ଜିଲା ପ୍ରଶାସନ ତତ୍ପରତା ପ୍ରକାଶ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟଟନ ସ୍ଥଳୀକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପ୍ରବେଶ ଫାଟକ ପର୍ଯ୍ୟଟନସ୍ଥଳୀର ପ୍ରବେଶ ଦ୍ବାରରୁ ଆରମ୍ଭ ହୋଇଛି। ଯାହାଫଳରେ ଆଗନ୍ତୁକମାନେ ନିଜେ ନିଜର ବ୍ୟବହାର ପାଇଁ ସଙ୍ଗରେ ଆଣିଥିବା ପ୍ଲାଷ୍ଟିକ ବୋତଲ, ଜରି, ଖାଦ୍ୟପେୟ ଜିନିଷକୁ ଅବାଧରେ ନେଇ ପ୍ରବେଶ କରୁଛନ୍ତି। ପର୍ଯ୍ୟଟନ ସ୍ଥଳୀ ବୁଲାବୁଲି କରି ସେଠାରେ ବର୍ଜ୍ୟବସ୍ତୁ ଗୁଡ଼ିକୁ ଏଣେତେଣେ ଫିଙ୍ଗି ଦେଉଛନ୍ତି। ଫଳରେ ପର୍ଯ୍ୟଟନ ସ୍ଥଳୀର ସୈନ୍ଦର୍ଯ୍ୟତା ନଷ୍ଟ ସହ ପରିବେଶ ଦୁଷିତ ହେଉଛି ।
ଏହି ସମାସ୍ୟା ସମାଧାନ ପାଇଁ ପ୍ରବେଶ ଦ୍ବାରକୁ କୋଟିଆ ମୁଖ୍ୟ ରାସ୍ତା କଡରେ ଥିବା ଦେଓମାଳି ମୁଖ୍ୟ ଫାଟକକୁ ପର୍ଯ୍ୟଟକଙ୍କ ମୁଖ୍ୟଫାଟକ ଭାବେ ଗ୍ରହଣ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ଏହାକୁ ପ୍ରବେଶ ଦ୍ବାର କଲେ ଫାଟକ ନିଲାମ ନେଇଥିବା ସ୍ଵୟଂ ସହାୟକ ଗୋଷ୍ଠୀଏବଂ ସ୍ଵତନ୍ତ୍ର ସୁରକ୍ଷା କର୍ମୀଙ୍କ ସହାୟତାରେ ପର୍ଯ୍ୟଟକଙ୍କ ସିଙ୍ଗଲ ଇୟୁଜ  ପ୍ଲାଷ୍ଟିକ ଜରି, ବୋତଲ ଆଦି ପ୍ରବେଶ ଦ୍ବାର ରେ ରୋକାଯାଇ ପାରିବ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଥିବା
ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆ ପ୍ରକାଶ କରିଛନ୍ତି।
ଜିଲାପାଳ ଭି କିର୍ତ୍ତୀଭାସନ ପର୍ଯ୍ୟଟନସ୍ଥଳୀରେ ବିଭିନ୍ନ କଟକଣା ଲାଗୁ କରିଛନ୍ତି। କଟକଣା ୧୦ ତାରିଖରୁ ଲାଗୁ କରାଯାଇଥିବାବେଳେ ବେଳେ ଏହାର କାର୍ଯ୍ୟକାରିତାକୁ କଡାକଡି ଭାବେ ପାଳନ କରିବା ପାଇଁ ଆଜି ଜିଲାପାଳ ଶ୍ରୀ ଭାସନଙ୍କ ସହ ପଟାଙ୍ଗି ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, କୋରାପୁଟ ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା , ଜିଲା ଜଙ୍ଗଲ ବିଭାଗ ଅଧିକାରୀ  ଭି କେ ରାଓ , ଜିଲା ପର୍ଯ୍ୟଟନ ଅଧିକାରୀ,  ପଟ୍ଟାଙ୍ଗି ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମକୃଷ୍ଣ ନାୟକ, ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ  ପ୍ରମୁଖଙ୍କ ଉପସ୍ଥିତିରେ  ଦେଓମାଳିଠାରେ ସୁରକ୍ଷା ଓ ସ୍ୱଚ୍ଛତା ଉପରେ ଗୁରୁତ୍ବ ପୁର୍ଣ୍ଣ ଆଲୋଚନା କରିଥିଲେ।
ଦେଓମାଳିକୁ ସବୁଜ ସୁନ୍ଦର ରଖିବା କେବଳ ଜିଲା ପ୍ରଶାସନ, ବ୍ଲକ ପ୍ରଶାସନର ଦାୟିତ୍ଵ ନୁହେଁ ଏହା ସମସ୍ତ ପର୍ଯ୍ୟଟକଙ୍କ ଦାୟିତ୍ଵ । ଦେଓମାଳିକୁ ନେଇ ପର୍ଯ୍ୟଟନ କ୍ଷେତ୍ରରେ କୋରାପୁଟ ଜିଲାର ଗର୍ଵ ବୋଲି ଜିଲାପାଳ ଶ୍ରୀ ଭାସନ କହିଥିଲେ। ଦେଓମାଳିକୁ ବିଶ୍ଵ ସ୍ତରୀୟ ପର୍ଯ୍ୟଟନସ୍ଥଳୀରେ ପହଞ୍ଚାଇବା ଆମର ପ୍ରୟାସ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି। ଦେଓମାଳୀ ଓ ତଳମାଳିରେ ଫିଲ୍ମ ସୁଟିଂ ପାଇଁ କୋରାପୁଟ ଗସ୍ତ ସମୟରେ  ଗତ ଦିନରେ ପାନ ଇଣ୍ଡଷ୍ଟ୍ରିର ନିର୍ଦେଶକ ଏସ ଏସ ରାଜମଉଲି ଦେଓମାଲିର ସ୍ୱଚ୍ଛତାକୁ ନେଇ ନିଜ ଏକ୍ସ ହେଣ୍ଡେଲରେ ଟ୍ବିଟ୍ କରିଥିଲେ। ଏହାକୁ ଜିଲା ପ୍ରଶାସନ ଗୁରୁତ୍ୱ ଦେଇ ସ୍ଵଚ୍ଛତା ବଜାୟ ରଖିବାକୁ ବିଭିନ୍ନ ପ୍ରକାରର ବ୍ୟବସ୍ଥା ଆରମ୍ଭ କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories