www.samajalive.in
Saturday, December 6, 2025
17.1 C
Bhubaneswar

ଉଦୟ ହେଲେ ଶନି : ଜାଣନ୍ତୁ କେଉଁ ରାଶି ଉପରେ ପଡିବ କି ପ୍ରଭାବ, କାହାକୁ ମିଳିବ ଧନ, କାହାକୁ ମିଶ୍ରିତ ଫଳ

ଜ୍ୟୋତିଷ ଶାସ୍ତ୍ରରେ ନ୍ୟାୟର ଦେବତା, କର୍ମଫଳ ଦାତା ଶନି ଗ୍ରହଙ୍କ ଚଳନ ଖୁବ୍‌ ମହତ୍ତ୍ୱପୂର୍ଣ୍ଣ। ଶନି ବର୍ତ୍ତମାନ ଅସ୍ତ ଅବସ୍ଥାରେ ଚଳନ କରିଥିଲେ। ବୁଧବାର ଏପ୍ରିଲ ୯ରେ ଶନି ଉଦୟ ହୋଇଛନ୍ତି। ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିବ। ଶନିଙ୍କ ଉଦୟ ହେବା ସର୍ବଦା ଖାସ୍‌ । କାରଣ ଶନି କର୍ମଫଳ ଦାତା। ଜୀବନରେ ପରିବର୍ତ୍ତନ ଓ ସ୍ଥିରତା ଆଣି ଥାନ୍ତି। ଜାଣନ୍ତୁ ଶନି ଉଦୟ ହେବା ଦ୍ୱାରା ସମସ୍ତ ରାଶି ଉପରେ କି ପ୍ରଭାବ ପଡିବ..

ମେଷ- ଏହି ରାଶିଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। କର୍ମକ୍ଷେତ୍ରରେ ପରିଶ୍ରମ ସହ କଠିନତାର ସମ୍ମୁଖୀନ ହେବେ। ଅଧିକ ପରିଶ୍ରମ କରିବା ପାଇଁ ଶନି ପ୍ରେରଣା ଦେବେ। ଧିରେ ଧିରେ ସମସ୍ତ କ୍ଷେତ୍ରରେ ସଫଳତା ମିଳିବ।

- Advertisement -

ବୃଷ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ନୂଆ ନୂଆ ସୁଯୋଗ ମିଳିବ। ନୂଆ ଲକ୍ଷ୍ୟ ପ୍ରାପ୍ତି କରିବେ। ଅନେକ ସଫଳତା ପ୍ରାପ୍ତି ହେବ। ପରିବାର ଓ ସମ୍ପର୍କୀୟଙ୍କ ସହ ହସଖୁସିରେ ସମୟ ଅତିବାହିତ କରିବେ।

ମିଥୁନ – ମାନସିକ ଚିନ୍ତା ଓ ଥକ୍କାପଣ ରହିପାରେ। ମାତ୍ର କିଛି ଦିନରେ ସମସ୍ୟା ଦୂର ହୋଇ ସଫଳତା ମିଳିବ।

କର୍କଟ- ଏହି ରାଶିଙ୍କ ପାଇଁ ଉତ୍ତମ ପରିବର୍ତ୍ତନ ଆଣିବ। ବ୍ୟବସାୟରେ ସଫଳତା ଓ ବିସ୍ତାର ହେବ। ପରିବାରରେ ହସଖୁସିର ବାତାବରଣ ରହିବ। ପରିଶ୍ରମର ଫଳ ମିଳିବ।

ସିଂହ- ଏହି ରାଶିଙ୍କୁ ମିଶ୍ରିତ ଫଳ ମିଳିବ। ଅଧିକ ପରିଶ୍ରମର ଆବଶ୍ୟକତା ରହିଛି। ସଫଳତା ମିଳିବା ପାଇଁ କିଛି ସମୟ ଲାଗିବ। କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ମାତ୍ର ଧୈର୍ଯ୍ୟ ଓ ସାହସ କାରଣରୁ ସଫଳତା ମିଳିବ।

କନ୍ୟା- ଏହି ରାଶିଙ୍କୁ ସକରାତ୍ମକ ଫଳ ମିଳିବ। ପରିଶ୍ରମର ଫଳ ମିଳିବ। ସଫଳତା ସହ ଆର୍ଥିକ ସ୍ଥିତି ମଜଭୁତ ହେବ।

ତୁଳା- କିଛି ସମସ୍ୟା ଆସିପାରେ। ଯୋଜନା ସଫଳ ହେବାରେ ବିଳମ୍ବ ହୋଇପାରେ। ମାନସିକ ଦୁଃଶ୍ଚିନ୍ତା ଆସିପାରେ । ମାତ୍ର ଧିରେ ଧିରେ ଜୀବନରେ ଥିବା ସମସ୍ୟା ଶନିଙ୍କ କୃପାରୁ ଦୂର ହେବ।

ବିଛା- ଏହି ରାଶିଙ୍କୁ ସକରାତ୍ମକ ଫଳ ମିଳିବ। ପରିଶ୍ରମ ପାଇଁ ଅଧିକ ପ୍ରେରଣା ମିଳିବ। କର୍ମକ୍ଷେତ୍ରରେ ସଫଳତା ମିଳିବ।

ଧନୁ- ଜୀବନରେ କିଛି ସମସ୍ୟା ଆସିପାରେ । ମାତ୍ର ପରିଶ୍ରମ ଓ ଆତ୍ମବିଶ୍ୱାସ ଫଳରେ ସକରାତ୍ମକ ଫଳ ମିଳିବ।

ମକର- ଏହି ରାଶିଙ୍କୁ ସକରାତ୍ମକ ଫଳ ମିଳିବ । କର୍ମରେ ସଫଳତା ଓ ସମ୍ମାନ ମିଳିବ । ଜୀବନରେ ସ୍ଥିରତା ରହିବା ସହ ଆର୍ଥିକ କ୍ଷେତ୍ରରେ ଲାଭ ହେବ ।

କୁମ୍ଭ- ପରିଶ୍ରମ କରିବା ପରେ ମଧ୍ୟ ସଫଳତା ପାଇବାରେ ସାମାନ୍ୟ ବିଳମ୍ବ ହୋଇପାରେ । ଧୈର୍ଯ୍ୟର ସହ କାର୍ଯ୍ୟ କରନ୍ତୁ ।

ମୀନ- ଏହି ରାଶିଙ୍କୁ ମିଶ୍ରିତ ଫଳ ମିଳିବ । ସଫଳତା ପାଇବା ପାଇଁ ଧୈର୍ଯ୍ୟ ରଖନ୍ତୁ । ଅଧିକ ଦାୟିତ୍ୱ ମିଳିବ । ପରିଶ୍ରମ କରି ଲକ୍ଷ୍ୟ ହାସଲ କରିବେ ।

ଆଶ୍ଚର୍ଯ୍ୟ କରିବ ଭିଡିଓ ; ଘର ଭିତରକୁ ପଶୁଥିଲା ବାଘ, କୁକୁର ଭୁକିବା ମାତ୍ରେ ହେଲା ଏମିତି

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories