www.samajalive.in
Saturday, December 6, 2025
23.1 C
Bhubaneswar

ଆଜି ରୟାଲକୁ ଭେଟିବ ରୟାଲ୍ସ, ଦିଲ୍ଲୀ-ମୁମ୍ବଇ ମୁକାବିଲା

ଜୟପୁର/ଦିଲ୍ଲୀ : ଆଇପିଏଲ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଜୟପୁରରେ ଅପରାହ୍ଣ ୨୮ତମ ମ୍ୟାଚରେ ରାଜସ୍ଥାନ ରୟାଲ୍‌ସ-ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଓ ସନ୍ଧ୍ୟାରେ ଦିଲ୍ଲୀ କ୍ୟାପିଟାଲ୍‌ସ-ମୁମ୍ବଇ ଇଣ୍ଡିଆନ୍‌ସ ମୁକାବିଲା ହେବ। ସଞ୍ଜୁ ସାମସନଙ୍କ ନେତୃତ୍ବାଧିନ ରାଜସ୍ଥାନ ରୟାଲ୍‌ସ ୫ଟି ମ୍ୟାଚ ଖେଳି ୨ଟି ବିଜୟ ଓ ୩ଟି ପରାଜିତ ହୋଇଛି। ଦଳର ପ୍ରଦର୍ଶନ ଅସ୍ଥିର କରୁଛି। ବୋଲିଂ ଅପେକ୍ଷା ବ୍ୟାଟିଂରେ ଦଳ ଅଧିକ ବିଫଳ ହେଉଛି। ସାମସନ, ନୀତିଶ ରାଣା ଓ ସିମରନ ହେତମେୟାର ରନ କରୁଥିବା ବେଳେ ଅନ୍ୟ କୌଣସି ବ୍ୟାଟସମ୍ୟାନ ସଫଳ ହେଉନାହାନ୍ତି। ଯଶସ୍ବୀ ଜୟସୱାଲଙ୍କ ଖରାପ ଫର୍ମ ଦଳକୁ ଚିନ୍ତାରେ ପକାଇଛି। ଧ୍ରୁବ ଜୁରେଲ ଓ ରିୟାନ ପରାଗ ଭଲ ଇନିଂସ ଖେଳିବାରେ ବିଫଳ ହେଉଛନ୍ତି। ବୋଲିଂରେ ଜେଫ୍ରା ଆର୍ଚର ଫର୍ମକୁ ଫେରିଥିବାବେଳେ ଅନ୍ୟ କାହାରି ସହାୟତା ମିଳୁନାହିଁ। ଦଳ ନିକଟରେ ଦକ୍ଷ ଖେଳାଳି ରହିଥିଲେ ମଧ୍ୟ ସ୍ଥିର ପ୍ରଦର୍ଶନର ଅଭାବ ରହିଛି। ଦଳକୁ ବିଜୟ ଧାରାକୁ ଫେରିବାକୁ ହେଲେ ଏବେ ସବୁ ବିଭାଗରେ ଭଲ ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୫ଟି ମ୍ୟାଚରୁ ୩ଟି ବିଜୟ ଓ ୨ଟି ରେ ପରାଜିତ ହୋଇଛି। ଦଳ ଶେଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‌ସ ନିକଟରୁ ବ୍ୟାଟିଂ ଓ ବୋଲିଂରେ ବିଫଳତା ପାଇଁ ପରାଜିତ ହୋଇଥିଲା। ବିରାଟ କୋହଲି ଓ ଅଧିନାୟକ ରଜତ ପଟିଦାରଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ ନିୟମିତ ରନ କରିପାରିନାହାନ୍ତି। ଲିୟାମ ଲିଭିଙ୍କଷ୍ଟୋନ, ଜି​‌େ​‌ତଶ ଶର୍ମା, ଟିମ୍‌ ଡେଭିଡ୍‌ ଆଶାନୁଯାୟୀ ପ୍ରଦର୍ଶନ କରିପାରିନାହାନ୍ତି। ବୋଲିଂ କ୍ଷେତ୍ରରେ ଜୋଶ ହାଜେଲଉଡ୍‌ ଓ ଭୁବନେଶ୍ବର କୁମାର ମହଙ୍ଗା ସାବ୍ୟସ୍ତ ହେଉଛନ୍ତି। ସ୍ପିନର ଭାବେ କ୍ରୁନାଲ ପାଣ୍ଡ୍ୟା ସଫଳ ହେଉଛନ୍ତି। ଦୁଇ ଦଳର ପ୍ରଦର୍ଶନକୁ ଦେଖିଲେ ପ୍ରାୟତଃ କେହି କାହାରିଠାରୁ କମ୍‌ ନୁହଁନ୍ତି। ସେହିପରି ଅରୁଣ ଜେଟ୍‌ଲୀ ଷ୍ଟାଡ଼ିୟମରେ ଅପରାଜୟ ଦିଲ୍ଲୀ କ୍ୟାପିଟାଲ୍‌ସ ଓ ଅସ୍ଥିର ପ୍ରଦର୍ଶନ କରୁଥିବା ମୁମ୍ବଇ ଇଣ୍ଡିଆନ୍‌ସ ମଧ୍ୟରେ ଆଉ ଏକ ବଡ଼ ଲଢେଇ ଦେଖିବାକୁ ମିଳିବ। ଦିଲ୍ଲୀ କ୍ୟାପିଟାଲ୍‌ସ ୪ଟି ମ୍ୟାଚରୁ ୪ଟି ବିଜୟ ସହ ଅପରାଜୟ ରହିଛି। ମୁମ୍ବଇ ଇଣ୍ଡିଆନ୍‌ସ ୫ଟି ମ୍ୟାଚରୁ ମାତ୍ର ଗୋଟିଏ ବିଜୟ ଓ ୪ଟି ପରାଜିତ ହୋଇଛି। ଦିଲ୍ଲୀ ବିଜୟ ଧାରାକୁ ବଜାୟ ରଖିବାକୁ ଉଦ୍ୟମ କରିବାବେ​‌େ​‌ଳ ମୁମ୍ବଇ ବିଜୟକୁ ଫେରିବା ନେଇ ବ୍ୟଗ୍ର। ଦିଲ୍ଲୀ ୪ଟି ଯାକ ମ୍ୟାଚରେ ଉଭୟ ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛି। ଲୋକେଶ ରାହୁଲ ଚମତ୍କାର ଫର୍ମରେ ରହିଥିବାବେଳେ ଫାଫ ଡୁପ୍ଳେସି, ଜ୍ୟାକ ଫ୍ରେଜର ମ୍ୟାକଗ୍ରୁକ, ତ୍ରିଷ୍ଟାନ ଷ୍ଟବ୍‌ସ ଓ ଆଶୁତୋଷ ଶର୍ମା ମଧ୍ୟ ରନ କରୁଛନ୍ତି। ବୋଲିଂରେ ମିଚେଲ ​‌ଷ୍ଟାର୍କ, ଦିମୁତ ଚାମିରା. ଅକ୍ଷର ପଟେଲ ଓ କୁଳଦୀପ ଯାଦବ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି। ଦଳ ବିଜୟ ଧାରାକୁ ବଜାୟ ରଖିବା ନେଇ ଆଶାବାଦୀ ରହିଛି। ଅନ୍ୟପକ୍ଷରେ ମୁମ୍ବଇ ଇଣ୍ଡିଆନ୍‌ସ ପାଇଁ ବ୍ୟାଟିଂ ଚିନ୍ତା ଘାରିଛି। ସୂର୍ଯ୍ୟକୁମାର ଯାଦବ, ରୋହିତ ଶର୍ମା, ତିଳକ ବର୍ମା ଓ ହାର୍ଦିକ ପାଣ୍ଡ୍ୟା ରହିଥିଲେ ମଧ୍ୟ ଦଳ ରନ କରିବାକୁ ସଂଘର୍ଷ କରୁଛି। ଯଶପ୍ରୀତ ବୁମରା ଆହତ ସମସ୍ୟାରୁ ମୁକୁଳି ଶେଷ ମ୍ୟାଚରେ ବେଙ୍ଗାଲୁରୁ ବିପକ୍ଷରେ ଖେଳିଥିଲେ ମଧ୍ୟ ସଫଳତା ପାଇନଥିଲେ। ଦିଲ୍ଲୀ ବିପକ୍ଷରେ ବୁମରା ଭଲ ପ୍ରଦର୍ଶନ କରିବା ନେଇ ଆଶା କରାଯାଉଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories