୧୨ ବର୍ଷ ପରେ ବୁଧ-ବୃହସ୍ପତିଙ୍କ ମହାସଂଯୋଗ ; ଜାଣନ୍ତୁ କିଏ ହେବେ ମାଲାମାଲ୍, କାହାକୁ ମିଳିବ ନୂଆ ଚାକିରି, ସନ୍ତାନ ସୁଖ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଓ ବୃହସ୍ପତିଙ୍କୁ ମହତ୍ତ୍ୱପୂର୍ଣ୍ଣ ଗ୍ରହ ବୋଲି କୁହାଯାଏ । ଗ୍ରହମାନେ ନିର୍ଦ୍ଦିଷ୍ଟ ସମୟରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାନ୍ତି । ବୃହସ୍ପତିଙ୍କୁ ଦେବତାଙ୍କ ଗୁରୁ ଓ ବୁଧଙ୍କୁ ଗ୍ରହଙ୍କ ରାଜକୁମାର ବୋଲି କୁହାଯାଏ । ଏହି ୨ଟି ଗ୍ରହ ଏକାଠି ହେବା ଦ୍ୱାରା ସମସ୍ତ ଗ୍ରହ ଉପରେ ଏହାର ପ୍ରଭାବ ପଡିଥାଏ । ଗୁରୁ ଗ୍ରହ ପ୍ରାୟ ଏକ ବର୍ଷକୁ ଥରେ ରାଶି ପରିବର୍ତ୍ତନ କରନ୍ତି । ଚଳିତ ବର୍ଷ ମେ’ ୧୪ରେ ବୃହସ୍ପତି ମିଥୁନ ରାଶିରେ ଓ ୬ ଜୁନ୍ରେ ବୁଧ ମଧ୍ୟ ଏହି ରାଶିରେ ପ୍ରବେଶ କରିବେ। ଫଳରେ ପ୍ରାୟ ୧୨ ବର୍ଷ ପରେ ବୁଧ ଓ ଗୁରୁ ଗ୍ରହ ମିଥୁନ ରାଶିରେ ଏକାଠି ହେବାକୁ ଯାଉଛନ୍ତି । ଏହାର ପ୍ରଭାବରେ ୩ ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସୁନା ଭଳି ଚମକିବ । ଜାଣନ୍ତୁ..
ମିଥୁନ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍ ଲାଭ ମିଳିବ । ପୁରୁଣା ସମସ୍ୟା ଦୂର ହୋଇ ମାନସିକ ଶାନ୍ତି ମିଳିବ । ସନ୍ତାନଙ୍କ ଠାରୁ ଶୁଭ ଖବର ପାଇବେ । ନୂତନ ବିବାହିତ ଦମ୍ପତିଙ୍କର ସନ୍ତାନ ପ୍ରାପ୍ତିର ଯୋଗ ରହିଛି । ଶିକ୍ଷା କ୍ଷେତ୍ରରେ ସଫଳତା ସହ ନୂଆ ଚାକିରି ହେବାର ମଧ୍ୟ ଯୋଗ ରହିଛି । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ । ବ୍ୟବସାୟରେ ବଡ ଲାଭ ସହ ମାନସମ୍ମାନ ବୃଦ୍ଧି ହେବ । ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍ ମିଳିବ । ଜୀବନରେ ସକରାତ୍ମକ ପ୍ରଭାବ ରହିବ ।
ସିଂହ- ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ଆମଦାନୀର ନୂଆ ନୂଆ ସୁଯୋଗ ମିଳିବ । ଧନ ସହ ଜଡିତ ସମସ୍ୟା ଦୂର ହେବ । ଟଙ୍କା ନିବେଶ କରି ଲାଭବାନ୍ ହେବେ । ପରିବାର ସଦସ୍ୟଙ୍କ ସହ ହସଖୁସିରେ ବାତାବରଣ ରହିବ । କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ସହ ପଦନ୍ନୋତିର ଯୋଗ ରହିଛି । ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଶୁଭଙ୍କର । ହଠାତ୍ ଧନ ପ୍ରାପ୍ତି ସହ ସନ୍ତାନଙ୍କ ଉନ୍ନତି ହେବ ।
ତୁଳା- ଅନେକ କ୍ଷେତ୍ରରେ ସଫଳତା ମିଳିବ । ଧାର୍ମିକ ଯାତ୍ରାର ଯୋଗ ରହିଛି । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ । କର୍ମକ୍ଷେତ୍ରରେ ପରିଶ୍ରମର ଫଳ ମିଳିବ । କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ । ବ୍ୟବସାୟରେ ବଡ ଲାଭ ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବା ସହ ମାନସିକ ଶାନ୍ତି ମିଳିବ ।
ଏୟାରଟେଲ୍ ୩୮ କୋଟି ଉପଭୋକ୍ତାଙ୍କ ପାଇଁ ଆଣିଲା ଆଶ୍ୱସ୍ତି, ବର୍ଷକ ପାଇଁ ଆଣିଲା ସବୁଠାରୁ ଶସ୍ତା ପ୍ଲାନ୍
Comments are closed.