www.samajalive.in
Monday, December 8, 2025
13.1 C
Bhubaneswar

କୂଅକୁ ଟ୍ରାକ୍ଟର ଖସି ୬ ଜଣ ବୁଡି ଯାଇଥିବା ଆଶଙ୍କା

ମୁମ୍ବାଇ : ମହାରାଷ୍ଟ୍ରର ନାନ୍ଦେଡରେ ଏକ ବଡ ଅଘଟଣ ଘଟିଥିବା ନେଇ ଶୁକ୍ରବାର ଖବର ସାମ୍ନାକୁ ଆସିଛି । କୂଅରେ ଏକ ଟ୍ରାକ୍ଟର ଖସି ପ୍ରାୟ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ପୁଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ନାନ୍ଦେଡ ଜିଲାକୁ ଚାଷ କାମ ପାଇଁ ଟ୍ରାକ୍ଟରରେ ଶ୍ରମିକମାନେ ଯାଉଥିବା ବେଳେ କୂଅକୁ ଟ୍ରାକ୍ଟରଟି ଖସି ପଡିଥିଲା । ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଟ୍ରାକ୍ଟରରେ ପ୍ରାୟ ୧୦ ଜଣ ଶ୍ରମିକ ଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ଅଧିକାରୀ କହିଛନ୍ତି, ୩ ଜଣ ନିଜ ଜୀବନ ରକ୍ଷା କରିଛନ୍ତି । ମାତ୍ର ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ପୁଲିସ ଓ ଉଦ୍ଧାରକାରୀ ଦଳ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି । ଏଯାଏଁ ମୃତଦେହ ଜବତ ହୋଇନଥିବା କୁହାଯାଉଛି । ଏହାସହ କୂଅରେ ପାଣି ଭର୍ତ୍ତି ରହିଛି । ଟ୍ରାକ୍ଟରର କୌଣସି ସନ୍ଧାନ ମଧ୍ୟ ମିଳି ନାହିଁ । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

୧୨ ବର୍ଷ ପରେ ବୁଧ-ବୃହସ୍ପତିଙ୍କ ମହାସଂଯୋଗ ; ଜାଣନ୍ତୁ କିଏ ହେବେ ମାଲାମାଲ୍‌, କାହାକୁ ମିଳିବ ନୂଆ ଚାକିରି, ସନ୍ତାନ ସୁଖ..

ଏୟାରଟେଲ୍‌ ୩୮ କୋଟି ଉପଭୋକ୍ତାଙ୍କ ପାଇଁ ଆଣିଲା ଆଶ୍ୱସ୍ତି, ବର୍ଷକ ପାଇଁ ଆଣିଲା ସବୁଠାରୁ ଶସ୍ତା ପ୍ଲାନ୍‌

- Advertisement -

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories