www.samajalive.in
Monday, December 15, 2025
15.1 C
Bhubaneswar

‘ପଞ୍ଚପଣରୁ ପରମ ବୈଭବ ଶାଳୀ ଭାରତ ‘ ପ୍ରତିଯୋଗିତା

ଭୁବନେଶ୍ଵର: ଖଣ୍ଡଗିରି ହିନ୍ଦୁ ବୁଦ୍ଧିଜୀବୀ ମିଳନ ଓ ଆଇଏମସିଟି ର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଧର୍ମବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ଭାରତୀୟ ପରମ୍ପରା ଓ ହିନ୍ଦୁ ସଂସ୍କୃତି ଆଧାରିତ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଖଣ୍ଡଗିରି ଅଞ୍ଚଳର ୧୦ଟି ବିଦ୍ୟାଳୟ ର ପ୍ରାୟ ୩୦୦ ବିଦ୍ୟାର୍ଥୀ ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀମାନେ ଖେଳକୁଦ , ରଙ୍ଗୋଲି, ପୁଚି, କକ୍ତୃତା ପ୍ରତିଯୋଗୀତା, ଚିତ୍ରାଙ୍କନ, ବେଦ ମନ୍ତ୍ର ଓ ଗୀତା ଶ୍ଲୋକ ଉଚ୍ଚାରଣ ଆଦିରେ ଭାଗ ନେଇଥିଲେ।
ପ୍ରତିଯୋଗିତା ପୂର୍ବରୁ ‘ପଞ୍ଚ ପଣ ରୁ ପରମ ବୈଭବ ଶାଳୀ ଭାରତ ‘ ଆଧାରିତ ପ୍ରତିଯୋଗିତା ବିଷୟରେ ହିନ୍ଦୁ ବୁଦ୍ଧିଜୀବୀ ମିଳନ ତରଫରୁ ରମେଶ ଜେନା ଉପସ୍ଥିତ ସମସ୍ତ ବିଦ୍ୟାର୍ଥୀ, ଶିକ୍ଷକ ଓ ଅଭିଭାବକ ଙ୍କ ସାମନାରେ ସମ୍ୟକ୍ ଧାରଣା ରଖିଥିଲେ ।  ଆଜି ର ପରିସ୍ଥିତି ରେ ଭାରତୀୟ ପାରମ୍ପରିକ ହିନ୍ଦୁ ସଂସ୍କୃତି ସହ ବିଦ୍ୟାର୍ଥୀ ମାନଙ୍କୁ ଯୋଡ଼ି ରଖିବା ପାଇଁ ଏହି ପ୍ରତିଯୋଗିତା ଏକ ପ୍ରଚେଷ୍ଟା ବୋଲି ଆଇ ଏମ ସି ଟି ଓଡ଼ିଶା ର ସାଧାରଣ ସମ୍ପାଦକ ବିଶିଷ୍ଟ ଅର୍ଥନୀତିଜ୍ଞ ନାରାୟଣ ଚୌଧୁରୀ ନିଜ ବକ୍ତବ୍ୟ ରେ କହିଥିଲେ ।କୋଳଥିଆ ସ୍ଥିତ ବୀଣାପାଣି ସ୍କୁଲ ରେ ଆଗାମୀ ରାମ ନବମୀ ଉତ୍ସବ ରେ ସମସ୍ତ କୃତି ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ରମେଶ ଜେନା ସୂଚନା ଦେଇଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories