ଏହି ଗାଁରେ ସମସ୍ତଙ୍କ ଘର ଆଗରେ ଥୁଆ ହୋଇଛି ଜାହାଜ

କାର୍ଲିଫର୍ଣ୍ଣିଆ : ସାଧାରଣତଃ ଆପଣ ଯଦି କୌଣସି କଲୋନୀକୁ ଯାଆନ୍ତି ତେବେ ସେଠାରେ ଘରେ ଆଗରେ ବାଇକ୍ କିମ୍ବା ସ୍କୁଟର ଦେଖିବାକୁ ପାଆନ୍ତି । କିନ୍ତୁ ଆମେ ଆପଣଙ୍କୁ ଆଜି ଏମିତି ଏକ ଗାଁ ସମ୍ପର୍କରେ ଜଣାଇବୁ ଯେଉଁଠି ପ୍ରତି ଘର ବାହାରେ ଜାହାଜ ଥୁଆ ହୋଇଥାଏ । ଏହି ଅଜବ ଗାଁ ଆମେରିକାରେ ଅଛି । ସାରା ବିଶ୍ବରେ ସମୁଦାୟ ୬୩୦ ଏୟାରପାର୍କ ରହିଛି ଯେଉଁଥିରେ ୬୧୦ କେବଳ ଆମେରିକାରେ ହିଁ ରହିଛି ।
ବିଶ୍ବର ପ୍ରଥମ ଏୟାରପାର୍କ କାର୍ଲିଫର୍ଣ୍ଣିଆର ଫ୍ରେନ୍ସନୋରେ ନିର୍ମାଣ ହୋଇଥିଲା । ୧୯୪୬ ମସିହାରେ ଏହାର ନିର୍ମାଣ ହୋଇଥିଲା । ନିକଟରେ ସାମାଜିକ ଗଣମାଧ୍ୟମରେ ଏକ ଏୟାରପାର୍କ କଲୋନୀ ଭାଇରାଲ ହେଉଛି । ଜଣେ ଟିକଟକ୍ ୟୁଜର ଏହି କଲୋନୀର ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ନଜର ଆସୁଛି ଏକ କଲୋନୀ ଆଗରେ ଏରୋପ୍ଲେନ୍ ଠିଆ ହୋଇଛି ।
ଆମେରିକାରେ ଆପଣଙ୍କୁ ଏମିତି ଅନେକ ଏୟାରପାର୍କସ ନଜର ଆସିବ । ଏହାକୁ ନିର୍ମାଣ କରିବା ପଛରେ ଏକ ଖାସ୍ କାରଣ ରହିଛି । ଦ୍ବିତୀୟ ବିଶ୍ବ ଯୁଦ୍ଧ ସମୟରେ ଆମେରିକାରେ ପାଇଲଟଙ୍କ ସଂଖ୍ୟା ୪ ଲକ୍ଷରୁ ଅଧିକ ହୋଇସାରିଥିଲା । ଅନ୍ୟପଟେ ଯୁଦ୍ଧ ସମାପ୍ତ ହେବା ପରେ ଅନେକ ପ୍ଲେନ୍ ବେକାର ହୋଇଯାଇଥିଲା । ଏଥିପାଇଁ ଆମେରିକାର ସିଭିଲ୍ ଏରୋନେଟିକ୍ସ ଆଡମିନଷ୍ଟ୍ରେସନ ଏକ କଲୋନୀ ନିର୍ମାଣ କରି ଏୟାରପାର୍କ ନିର୍ମାଣ କରିଦେଲେ ।
ଏୟାରପାର୍କ ଥିବା ଏହି କଲୋନୀ ଫ୍ଲାଇ-ଇନ୍ କମ୍ୟୁନିଟିଜ୍ ନାଁରେ ମଧ୍ୟ ଜଣାଶୁଣା । ଏଠାରେ ଆପଣଙ୍କୁ ପ୍ରତି ଘର ବାହାରେ ଗର୍ବର ସହ ଏକ ଜାହାଜ ଠିଆ ହୋଇଥିବା ଦେଖିବାକୁ ମିଳିବ । ଜାହାଜ ଯେପରି ଆରାମରେ ରହିପାରିବ ସେହିଭଳି ଭାବେ ଏହି କଲୋନୀକୁ ପ୍ରସ୍ତୁତ କରାଯାଇଛି । ଏଠାରେ ଥିବା ରାସ୍ତାର ପ୍ରସ୍ଥ ମଧ୍ୟ ବହୁତ ଅଧିକ ଯାହା ଫଳରେ ଜାହାଜ ଚଳପ୍ରଚଳ ସମୟରେ ପରସ୍ପର ସହ ଧକ୍କା ହେବେନି ।
Comments are closed.