www.samajalive.in
Sunday, December 14, 2025
14.1 C
Bhubaneswar

କୁନି ଝିଅ ମୁଣ୍ଡରେ ବାପାର କଟୁରୀ ଚୋଟ

ବାଙ୍କୀ: ବୈଦେଶ୍ୱର ଥାନା ପୁରୁଣାପାଣି ଗାଁରେ ଅଭାବନୀୟ ଘଟଣା। ଜେଲ ଫେରନ୍ତା ବାପାର କଟୁରୀ ଚୋଟରେ କୁନି ଝିଅ ଗୁରୁତର ହୋଇଛି। ସ୍ତ୍ରୀକୁ ହାଣିବା ଉଦ୍ୟମ ବେଳେ ଝିଅ ମୁଣ୍ଡରେ କଟୁରୀ ଚୋଟ ବାଜିଥିବା ସୂଚନା ମିଳିଛି। ବାପାର କଟୁରୀ ଚୋଟରେ ଗୁରୁତର ହୋଇଥିବା କୁନି ଝଅର ଚିକିତ୍ସା ପାଇଁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ଏ ସଂକ୍ରାନ୍ତରେ ସ୍ତ୍ରୀ ବୈଦେଶ୍ୱର ଥାନାରେ ଏତଲା ଦେଇଛନ୍ତି। ଘଟଣା ଘଟାଇବାପରେ ବାପା ଘଟଣାସ୍ଥଳରୁ ଚମ୍ପଟ ମାରିଛି। ଅଭିଯୁକ୍ତ ବାପାକୁ ଗିରଫ ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ପାରିବାରିକ ବିବାଦ ପାଇଁ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପଡୁନଥିଲା। ତେବେ ସ୍ତ୍ରୀର ଅଭିଯୋଗ ଆଧାରଣରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories