www.samajalive.in
Sunday, December 14, 2025
23.1 C
Bhubaneswar

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ ଲାଇନ୍‌ରେ ବାରମ୍ବାର ପରିବର୍ତ୍ତନ କରୁଛନ୍ତି। ଗମ୍ଭୀରଙ୍କ ଏହି ଯୋଜନାକୁ ଦଳର ଯୁବ ବ୍ୟାଟ୍‌ସମ୍ୟାନ ତିଳକ ବର୍ମା ସମର୍ଥନ କରିଛନ୍ତି। ତାଙ୍କ ଅନୁସାରେ, ଭାରତୀୟ ଦଳର ଓପ୍‌ନରଙ୍କୁ ଛାଡ଼ି ଅନ୍ୟ ବ୍ୟାଟ୍‌ସମ୍ୟାନ ଯେକୌଣସି ସ୍ଥାନରେ ବ୍ୟାଟିଂ କରିପାରନ୍ତି। ଉଦାହରଣ ସ୍ବରୂପ; ଦ୍ବିତୀୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଅକ୍ଷର ପଟେଲ ୩ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ। ତେବେ ଗମ୍ଭୀରଙ୍କ ଏହି ଯୋଜନା ବିଫଳ ହୋଇଥିଲା।

ଏହି ମ୍ୟାଚ୍‌ରେ ଭାରତ ୨୧୪ ରନ୍‌ର ବଡ଼ ସ୍କୋର୍‌ର ପିଛା କରୁଥିବା ବେଳେ ଅକ୍ଷର ଦ୍ରୁତ ରନ୍‌ ସଂଗ୍ରହ କରି ନ ପାରି ୨୧ ବଲ୍‌ରୁ ୨୧ ରନ୍‌ କରିଥିଲେ। ଉକ୍ତ ମ୍ୟାଚ୍‌ରେ ୧୬୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇ ଭାରତ ପରାସ୍ତ ହୋଇଥିଲା। ଉକ୍ତ ମ୍ୟାଚ୍‌ରେ ତିଳକ ବର୍ମା ୩୪ ବଲ୍‌ରୁ ୬୨ ରନ୍‌ କରିଥିଲେ। ୩ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ପୂର୍ବରୁ ତିଳକ ବର୍ମା କହିଛନ୍ତି, ମଧ୍ୟକ୍ରମରେ କୌଣସି ବ୍ୟାଟ୍‌ସମ୍ୟାନଙ୍କ ସ୍ଥାନ ନିଶ୍ଚିତ ନୁହେଁ। ମୁଁ ନିଜେ ୩, ୪, ୫, ୬ନଂ ସ୍ଥାନରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ ଅଛି। ଦଳରେ ସମସ୍ତେ ଜାଣନ୍ତି ଯେ ତାଙ୍କୁ ଯେକୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ପଡ଼ିପାରେ।

- Advertisement -

ଗତବର୍ଷର ଟ୍ବେଣ୍ଟି୨୦ ବିଶ୍ବକପ୍‌ ଫାଇନାଲରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲର ଅକ୍ଷର ପଟେଲଙ୍କୁ ୫ନଂ ସ୍ଥାନରେ ବ୍ୟାଟିଂ କରିବାକୁ ପଠାଯାଇଥିଲା। ଏହି ଯୋଜନା ସଫଳ ହୋଇଥିଲା। ଅକ୍ଷର ୩୧ ବଲ୍‌ରୁ ୪୭ ରନ୍‌ କରିଥିଲେ। ତେଣୁ ପରିସ୍ଥିତି ଅନୁସାରେ ବ୍ୟାଟିଂ ଲାଇନ୍ ସ୍ଥିର କରାଯାଇଥାଏ ଏବଂ ଆମ ଖେଳାଳି ଏଥିପାଇଁ ମାନସିକ ଭା​‌େ​ବ ପ୍ରସ୍ତୁତ ରହିଥାଆନ୍ତି। ଗମ୍ଭୀର ଦଳର ବିଜୟ ପାଇଁ ଏହି ଯୋଜନା କରିଥାଆନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories