www.samajalive.in
Sunday, December 14, 2025
23.1 C
Bhubaneswar

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର କାରଣ ହୋଇଛି । ଶନିବାର ପଦ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଜବୋଡ଼ାସମ୍ବର କୃଷକ ସଙ୍ଗଠନର ଚାଷୀ ଜିଲାପାଳଙ୍କ ଗୋଡ଼ ତଳେ ଧାନ ବସ୍ତା ପକାଇ ମୁଣ୍ଡିଆ ମାରିବା ସହ ତୁରନ୍ତ ସମସ୍ତ ଧାନ କିଣିବାକୁ ନେହୁରା ହେବା ଚର୍ଚ୍ଚାର ବିଷୟ ହୋଇଛି । ଚଳିତ ବର୍ଷ ପଦ୍ମପୁର ଉପଖଣ୍ଡରେ ୯୨ଟି ଖରିଫ ଧାନ କ୍ରୟ କେନ୍ଦ୍ର ଖୋଲାଯାଇଛି; କିନ୍ତୁ ୪୨ କେନ୍ଦ୍ରରେ ଧାନକିଣା ଆରମ୍ଭ ହୋଇନାହିଁ । ବିଭିନ୍ନ ମଣ୍ଡିରେ ୩ ଲକ୍ଷ ବସ୍ତା ଧାନ ପଡ଼ିରହିଥିଲାବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୪୦ ହଜାର ବସ୍ତା ଧାନକିଣା ହୋଇଛି ।

ଅପରପକ୍ଷରେ ଧାନ ବିକ୍ରି ପାଇଁ ୭୦ % ଚାଷୀଙ୍କ ଟୋକନ ଆସିନାହିଁ। ଯେଉଁମାନଙ୍କର ଆସିଛି ତାହା ଜମି ତୁଳନାରେ ବହୁତ କମ୍‌ । ଏହି ପରିପ୍ରେକ୍ଷୀରେ ଧାନ କିଣା ଦାବିରେ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବାରମ୍ବାର ଆନ୍ଦୋଳନ କଲେ ମଧ୍ୟ କିଛି ସମାଧାନ ହେଉନାହିଁ। ଶନିବାର କେତେକ ଚାଷୀ ପଦ୍ମପୁର ଗସ୍ତରେ ଯାଇଥିବା ବରଗଡ଼ ଜିଲାପାଳ ଆଦିତ୍ୟ ଗୋଏଲଙ୍କ ଗୋଡ଼ ତଳେ ଧାନ ବସ୍ତା ପକାଇ ସମସ୍ତ ଧାନ କିଣିନେବାକୁ ଅନୁରୋଧ ପୂର୍ବକ ମୁଣ୍ଡିଆ ମାରି ଗୁହାରି କରିଥିଲେ।

- Advertisement -

ରାଜ୍ୟ ସରକାର ତୁରନ୍ତ ଧାନ କିଣା ନେଇ ପଦକ୍ଷେପ ଗ୍ରହଣ ନକଲେ ସୋମବାର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ତା ଗଦାଇ ଧାରଣା ଦେବାକୁ ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି । ଏଥିସହିତ ସୋମବାର ସୁଦ୍ଧା ଟୋକନ ନ ଆସିଲେ ସମବାୟ ସମିତି ସମ୍ମୁଖରେ ଧାନ ପକାଇବାକୁ କନସିଂହା, ଜମଲା, ସତୀଭଟା, ଲଖମରା, ସରେଇକେଲାର ଚାଷୀ ଚେତାବନୀ ଦେଇଛନ୍ତି ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories