ବାଙ୍କୀ : ଜେଲ୍ ଫେରନ୍ତା ବାପାର କଟୁରୀ ଚୋଟରେ କୁନି ଝିଅ ଗୁରୁତର ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଶନିବାର ବୈଦେଶ୍ୱର ଥାନା ପୁରୁଣାପାଣି ଗାଁରେ ଘଟିଛି । ସ୍ତ୍ରୀକୁ ହାଣିବାକୁ ଉଦ୍ୟମ ବେଳେ ଝିଅ ମୁଣ୍ଡରେ କଟୁରୀ ବାଜିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଗୁରୁତର କୁନି ଝିଅଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ସ୍ତ୍ରୀ ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାର ତଦନ୍ତ କରୁଛି। ଘଟଣା ପରେ ଜେଲ୍ ଫେରନ୍ତା ବାପା ଫେରାର ହୋଇଯାଇଥିବା ବେଳେ ବୈଦେଶ୍ୱର ଥାନା ପୁଲିସ ଖୋଜାଖୋଜି ଆରମ୍ଭ କରିଛନ୍ତି। ପାରିବାରିକ ବିବାଦ ପାଇଁ ଦମ୍ପତିଙ୍କ ମଧ୍ୟରେ କଳହ ଲାଗି ରହୁଥିଲା।
୩୦ ବର୍ଷ ପରେ ଶନିଙ୍କ ଓଲଟା ଚଳନ ; ଏହି ରାଶି ହେବେ ଭାଗ୍ୟବାନ୍, ମିଳିବ ଚାକିରି, ବଢିବ ଦରମା..
ଦେଖନ୍ତୁ ଭିଡିଓ ; ଯୁବତୀଙ୍କୁ ସୁଟ୍କେଶ ଭିତରେ ଲୁଚାଇ ହଷ୍ଟେଲ୍ ଆଣିଲେ ପ୍ରେମିକ, ଆଉ ତା’ପରେ..
ଦେଖନ୍ତୁ ଭିଡିଓ; ବିଚ୍ ରାସ୍ତାରେ ନାଚିଲେ ଯୁବତୀ, ଗାଡି ଅଟକାଇ ଦେଖିଲେ ଲୋକେ



