ଦେଖନ୍ତୁ ଭିଡିଓ ; ଯୁବତୀଙ୍କୁ ସୁଟ୍କେଶ ଭିତରେ ଲୁଚାଇ ହଷ୍ଟେଲ୍ ଆଣିଲେ ପ୍ରେମିକ, ଆଉ ତା’ପରେ..

ନୂଆଦିଲ୍ଲୀ : ପ୍ରେମ ପାଇଁ ଅନେକ ଅଜବ ମାମଲା ସାମ୍ନାକୁ ଆସିଥାଏ । ଜଣେ ଯୁବକ ନିଜ ବାନ୍ଧବୀଙ୍କୁ ସୁଟ୍କେଶରେ ଲୁଚାଇ ହଷ୍ଟେଲ ଆଣିଥିଲେ । ଆଜ୍ଞା ହଁ କଥାଟା କାନକୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ଏହି ଘଟଣା ଘଟିଛି ହରିୟାଣାର ସୋନୀପତ୍ରେ । ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେଉଛି ।
Guy tried Sneaking his Girlfriend into the Boys hostel in a Suitcase.. one Bump and she screamed from inside. guards Heard it and they got Caught, Op Jindal Uni
pic.twitter.com/xBkBTYymdt— Ghar Ke Kalesh (@gharkekalesh) April 12, 2025
ପୁଅ ମାନେ ବାସ କରୁଥିବା ହଷ୍ଟେଲରେ ଯୁବତୀଙ୍କୁ ଆସିବା ମନା । ମାତ୍ର ଯୁବକ ଜଣକ ପ୍ରେମ ପାଇଁ ନିଜ ବାନ୍ଧବୀଙ୍କୁ ସୁଟ୍କେଶ ଭିତରେ ନେଇ ହଷ୍ଟେଲ ଭିତରକୁ ନେଇଥିଲେ । ମାତ୍ର ଧରାପଡିବା ପରେ ଘଟଣା ସାମ୍ନାକୁ ଆସିଥିଲା ।
ମିଳିଥିବା ସୂଚନାନୁଯାୟୀ, ଯୁବକ ଜଣକ ବାନ୍ଧବୀଙ୍କୁ ସୁଟ୍କେଶ ଭିତରେ ଲୁଚାଇ ନେବା ବେଳେ ଯୁବତୀଙ୍କ ପାଟି ଶୁଣାଯାଇଥିଲା । ସେହି ସମୟରେ ସିକ୍ୟୁରିଟି ଗାର୍ଡଙ୍କୁ ସନ୍ଦେହ ହେବାରୁ ସେ ତୁରନ୍ତ ସୁଟ୍କେଶର ଯାଞ୍ଚ କରିଥିଲେ । ଏହାପରେ ସବୁକିଛି ସାମ୍ନାକୁ ଆସିଥିଲା । ସୁଟ୍କେଶ ଖୋଲିବା ମାତ୍ରେ ସେଥିରେ ଜିନିଷ ବଦଳରେ ଥିଲେ ଯୁବତୀ । ଏହାଦେଖି ସେଠାରେ ସମସ୍ତେ କାବା ହୋଇ ଯାଇଥିଲେ । ଯୁବତୀଙ୍କୁ ତୁରନ୍ତ ସୁଟ୍କେଶରୁ ବାହାର କରାଯାଇଥିଲା ।
ଭିଡିଓରେ ଦେଖାଯାଉଛି, କିଛି ମହିଳା ସିକ୍ୟୁରିଟି ଗାର୍ଡ ହିଁ ସୁଟ୍କେଶ କୁ ଖୋଲୁଛନ୍ତି । ଭିଡିଓ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।
୩୦ ବର୍ଷ ପରେ ଶନିଙ୍କ ଓଲଟା ଚଳନ ; ଏହି ରାଶି ହେବେ ଭାଗ୍ୟବାନ୍, ମିଳିବ ଚାକିରି, ବଢିବ ଦରମା..
Comments are closed.